Get Updates
Get notified of breaking news, exclusive insights, and must-see stories!

ବିଲକିସ୍ ବାନୋ ମାମଲା : ଦୋଷୀଙ୍କୁ କାହିଁକି ଛାଡ଼ିଲେ... ଗୁଜୁରାଟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟ ବର୍ତ୍ତମାନ ଗୁଜରାଟ ସରକାରଙ୍କୁ ଦୋଷୀମାନଙ୍କୁ ଛାଡିବା ନେଇ ଦିଆଯାଇଥିବା ଆଦେଶ ସମେତ ପ୍ରକ୍ରିୟାର ସମ୍ପୂର୍ଣ୍ଣ ରେକର୍ଡ ଦାଖଲ କରିବାକୁ କହିଛନ୍ତି ।

ଗାନ୍ଧୀନଗର : ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟ ବର୍ତ୍ତମାନ ଗୁଜରାଟ ସରକାରଙ୍କୁ ଦୋଷୀମାନଙ୍କୁ ଛାଡିବା ନେଇ ଦିଆଯାଇଥିବା ଆଦେଶ ସମେତ ପ୍ରକ୍ରିୟାର ସମ୍ପୂର୍ଣ୍ଣ ରେକର୍ଡ ଦାଖଲ କରିବାକୁ କହିଛନ୍ତି । ଉକ୍ତ ମାମଲାରେ ସମସ୍ତ ସମ୍ପୃକ୍ତ ରେକର୍ଡ ପ୍ରସ୍ତୁତ କରିବାକୁ ଆଜି ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି । ଗଣ ଦୁଷ୍କର୍ମ ଏବଂ ବିଲକିସ୍ ବାନୋଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଘଟଣା 2002 ରେ ହୋଇଥିଲା । ଏହି ମାମଲାରେ 11 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଅଗଷ୍ଟ 2022 ରେ ସମସ୍ତଙ୍କୁ ଗୁଜୁରାଟ ସରକାର ମୁକ୍ତ କରିଥିଲେ ।

Bilkis Bano - supreme court

ଘଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ 11 ଜଣ ଆଜୀବନ କାରାଦଣ୍ଡରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ମୁକ୍ତ କରିବା ନେଇ ପୋଲିସ-ପ୍ରଶାସନ ଏବଂ ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି । ବାସ୍ତବରେ, ଦୋଷୀଙ୍କୁ ଦଣ୍ଡ ଛାଡ ପାଇଁ ସେମାନଙ୍କର ଆବେଦନକୁ ସରକାରଙ୍କ ଛାଡ ନୀତି ଅନୁଯାୟୀ ଅନୁମତି ଦିଆଯାଇଥିଲା । ଏହି ଦୋଷୀମାନେ 15 ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗି ସାରିଛନ୍ତି, ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟଙ୍କ ନିକଟରେ ଚାଡ଼ ପାଇଁ ଆବେଦନ କରିଥିଲେ । ତାଙ୍କୁ ଛଡ଼ାଯିବା ସୋସାଲ ମିଡିଆରେ ଅସନ୍ତୋଷ ସୃଷ୍ଟି କରିଥିଲା ଏବଂ ଲୋକମାନେ ସରକାରଙ୍କୁ ନିନ୍ଦା କରିଥିଲେ । ସାମାଜିକ କାର୍ଯ୍ୟକର୍ତ୍ତା ତଥା ଐତିହାସିକଙ୍କ ସମେତ 6,000 ରୁ ଅଧିକ ଲୋକ ଏହି ମାମଲାରେ ଦୋଷୀଙ୍କ ଛାଡ଼କୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ବର୍ତ୍ତମାନ କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ହେବ ।

କଣ ଥିଲା ଘଟଣା

2002 ଗୁଜୁରାଟ ଦଙ୍ଗା ସମୟରେ ଏହି ଘଟଣା ଘଟିଥିଲା । ବିଲକିସ୍ ବାନୋ ସେତେବେଳେ 20 ବର୍ଷର ଥିଲେ ଏବଂ କିଛି ମାରସ ଗର୍ଭବତୀ ଥିଲେ । ଏହି ଦଙ୍ଗା ସମୟରେ ସେ ବର୍ଷ ବର୍ଷ ଧରି ଜାଣିଥିବା ଲୋକଙ୍କ ଦ୍ୱାରା ଘଣ ଦୁଷ୍କର୍ମର ଶିକାର ହୋଇଥିଲେ । ବାନୋ ସେମାନଙ୍କ ମଧ୍ୟରୁ ଜଣକୁ 'ଚାଚା' (ଦାଦ) ଏବଂ ଅନ୍ୟଜଣକୁ ଭାଇ ବୋଲି ଡାକୁଥିଲେ । ଏହା ସତ୍ତ୍ୱେ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ତାଙ୍କର ତିନି ବର୍ଷର ଝିଅ ମଧ୍ୟ ଥିଲା । ଏହି ଘଟଣା 3 ମାର୍ଚ୍ଚ 2002 ରେ ଘଟିଥିଲା ।

କୁହାଯାଏ ଯେ ଚେତା ଫେରି ପାଇବା ପରେ ବିଲକିସ୍ ଜଣେ ଆଦିବାସୀ ମହିଳାଙ୍କଠାରୁ ପୋଷାକ ନେଇ ଦାହୋଦ ଜିଲ୍ଲାର ଲିମଖେଡା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସେଠାକାର ହେଡ କନଷ୍ଟେବଳ ତଥ୍ୟ ଲୁଚାଇ ଅଭିଯୋଗର ଏକ ଛୋଟ ଅଂଶ ଲେଖିଥିଲେ । ମୃତ୍ୟୁ ଧମକ ପାଇବା ସତ୍ତ୍ୱେ ମଧ୍ୟ ସେ ନ୍ୟାୟ ପାଇଁ ଲଢିଥିଲେ ।

2004 ରେ ସୁପ୍ରିମକୋର୍ଟ ଏହି ଶୁଣାଣିକୁ ଗୁଜୁରାଟରୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ କହିଥିଲେ । ତା'ପରେ ଜାନୁୟାରୀ 2008 ରେ, ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ 20 ଜଣଙ୍କ ମଧ୍ୟରୁ 11 ଜଣଙ୍କୁ ଗର୍ଭବତୀ ମହିଳାଙ୍କୁ ଗଣ ଦୁଷ୍କର୍ମ, ହତ୍ୟା, ବେଆଇନ ସଭା ତଥା ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ । ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ହେଡ କନଷ୍ଟେବଳ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପ୍ରମାଣ ଅଭାବରୁ 20 ଜଣଙ୍କ ମଧ୍ୟରୁ 7 ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହି ସମୟରେ, ଶୁଣାଣି ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+