• search
For Quick Alerts
Turn On Notification  
For Daily Alerts

ବିକାନେର-ଗୌହାଟି ଟ୍ରେନ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା 9 କୁ ବୃଦ୍ଧି, ଅନେକ ଆହତ

|

କୋଲକାତା : ଗୁରୁବାର ଦିନ ପଶ୍ଚିମବଙ୍ଗରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9 କୁ ବୃଦ୍ଧି ପାଇଛି । ଏହି ଦୁର୍ଘଟଣାରେ ସମୁଦାୟ 36 ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁଯାୟୀ, କିଛି ଲୋକ ଟ୍ରେନରେ ଫସି ରହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବାରୁ ପ୍ରୟାସ କରାଯାଉଛି । ଆହତଙ୍କ ମଧ୍ୟରୁ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ସିଲିଗୁଡ଼ିର ଉତ୍ତର ବଙ୍ଗଳା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନଙ୍କୁ ଜଲପାଇଗୁଡ଼ି ଏବଂ ମାୟନାଗୁରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

train accident

ଉତ୍ତର ପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ PRO ଗୁନୀତ କୌର କହିଛନ୍ତି ଯେ ଦୁର୍ଘଟଣା ପରେ ଯେଉଁମାନେ ଦୁର୍ଘଟଣାରୁ ବର୍ତ୍ତଯାଇଥିବା ଲୋକଙ୍କ ବାହାର କରାଯାଇଛି । ଆପଣଙ୍କୁ କହି ରଖୁଛୁ ଜଲପାଇଗୁଡ଼ି ଜିଲ୍ଲାର ମାୟନପୁରୀ ଠାରେ ବିକାନେର-ଗୌହାଟି ଏକ୍ସପ୍ରେସର 12 ଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି । ରେଳମନ୍ତ୍ରୀ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ତାଙ୍କୁ ସୂଚନା ଦେବା ସହ ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ ସୂଚନା ଦେଇଛି । ଆମେ ଆମର ସମସ୍ତ ଦାୟିତ୍ୱ ପୂରଣ କରିବୁ ।

Ashwini Vaishnaw

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣା ପରେ ଟ୍ୱିଟ୍ କରି ଲେଖିଛନ୍ତି ଯେ ମୁଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କ ସହ କଥା ହୋଇଛି ଏବଂ ଘଟଣା ସମ୍ପର୍କରେ ସୂଚନା ପାଇଛି । ଦୁର୍ଘଟଣାରେ ପୀଡିତଙ୍କ ପରିବାର ପ୍ରତି ମୋର ସମବେଦନା, ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ । ଏଥିସହ ଏହି ଦୁର୍ଘଟଣା ପରେ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ, ଟ୍ରେନ୍ ଟି କେଉଁ କାରଣରୁ ଧାରଣାଚ୍ୟୁତ ହେଲା ତାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ମଧ୍ୟ କ୍ଷତିପୂରଣ ଘୋଷଣା କରିଛନ୍ତି । ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଏବଂ ଗୁରୁତର ଆହତଙ୍କ ପାଇଁ ପ୍ରତ୍ୟେକଙ୍କୁ 1 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯାଇଥିବାବେଳେ ସାମାନ୍ୟ ଆହତଙ୍କ ପାଇଁ 25,000 ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bikaner Guwahati Train accident : Death Cases Increased To 9, Several People Injured
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X