For Quick Alerts
Turn On Notification  
For Daily Alerts
Oneindia App Download

ପଶ୍ଚିମବଙ୍ଗରେ ବିକାନେର୍-ଗୌହାଟି ଏକ୍ସପ୍ରେସ୍ ଲାଇନଚ୍ୟୁତ

ପଶ୍ଚିମବଙ୍ଗର ଜଲପାଇଗୁରି ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ବିକାନେର୍- ଗୌହାଟି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି ।

|

ଜଲପାଇଗୁରୀ : ପଶ୍ଚିମବଙ୍ଗର ଜଲପାଇଗୁରି ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ବିକାନେର୍- ଗୌହାଟି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ 12 ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଅଧିକାରୀମାନେ କହିଛନ୍ତି । ବଙ୍ଗଳାର ଉତ୍ତର ଭାଗରେ ଥିବା ମୈନାଗୁରୀର ଡୋମୋହାନି ନିକଟରେ ବିକାନେର-ଗୌହାଟି (15633) ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତ ହେବାର ସୂଚନା ମିଳିପାରିନାହିଁ । ଏହି ଟ୍ରେନ୍ ଟି ପାଟନାରୁ ଆସୁଥିଲା ।

Accident

ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଆଶଙ୍କା ରହିଛି ଏବଂ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସନ୍ଧ୍ୟା ପ୍ରାୟ ପାଞ୍ଚଟା ବେଳେ ଏହି ଦୁର୍ଘଟଣା ଘଟିଛି । କିଛି ଆହତ ହୋଇଥିବା ସୂଚନା ମିଳିଛି । ନିକଟସ୍ଥ ଡାକ୍ତରଖାନାଗୁଡ଼ିକରେ ସେମାନଙ୍କର ଚିକିତ୍ସାର ବ୍ୟବସ୍ଥା କରାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bikaner-Guwahati Express Derailed
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X