ବକ୍ସର୍ ଟ୍ରେନ୍ ଦୁର୍ଘଟଣା: ଘଟଣାସ୍ଥଳରେ ପହଞ୍ଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳବାଇ ଜାରି କଲା ହେଲ୍ପଲାଇନ ନମ୍ବର

ବକ୍ସର୍ ଟ୍ରେନ୍ ଦୁର୍ଘଟଣା: ବିହାରର ବକ୍ସରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି । ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରୁ କାମାକ୍ଷା ଅଭିମୁଖେ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସ ଟ୍ରେନ ବୁଧବାର ରାତି 9.35 ରେ ଲାଇନଚ୍ୟୁତ ହୋଇଛି ।

ଏହି ଦୁର୍ଘଟଣା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ଘଟିଛି । ଏହି ଦୁର୍ଘଟଣାରେ ଟ୍ରେନର 21 ଟିବଗି ଲାଇନେ୍ ଚ୍ୟୁତ ହୋଇଛି । ବର୍ତ୍ତମାନ ସୁଦ୍ଧା 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 100 ଲୋକ ଆହତ ହୋଇଛନ୍ତି ।

train accident

ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚିଛନ୍ତି । ସେ କହିଛନ୍ତି ଯେ ଆମେ ସମସ୍ତ ସମ୍ଭାବ୍ୟ ଲୋକଙ୍କୁ ସାହାଯ୍ୟ ଯୋଗାଉଛୁ । ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସନ୍ତୁ ।

ଏହି ଦୁର୍ଘଟଣା ପରେ ଏସଡିଆରଏଫ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ରୋଗୀଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦୁର୍ଘଟଣାର କାରଣ କ'ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏହା ପରେ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

କାଟିହାର ରେଳ ଷ୍ଟେସନ- 9608815880
ବାରସୋଇ ରେଳ ଷ୍ଟେସନ୍ - 7541806358
କିସନଗଞ୍ଜ ରେଳ ଷ୍ଟେସନ୍- 7542028020
ଅଲୀପୁରଦ୍ୱାର ଷ୍ଟେସନ୍ - 9002052957/03564/270871/270870/253498
ରଙ୍ଗିଆ ରେଳ ଷ୍ଟେସନ୍ - 9287998166
ବରପେଟା ରୋଡ୍ ରେଳ ଷ୍ଟେସନ୍ - 9287998173
କାମାକ୍ଷା ରେଳ ଷ୍ଟେସନ୍ - 0361-2674857
ଗୌହାଟି ରେଳ ଷ୍ଟେସନ୍ - 0361-2731621 / 22/23
ଲମଡିଙ୍ଗ ରେଳ ଷ୍ଟେସନ୍ - 9957553915
ତିନସୁକିଆ ରେଳ ଷ୍ଟେସନ୍ -9957555984
ପାଟନା - 9771449971
ଦାନପୁର - 8905697493
ଆରା - 8306182542
ପ୍ରୟାଗରାଜ - 0532-2408128, 0532-2407353, 0532-2408149
ଫତେହପୁର - 05180-222026, 05180-222412 -2323018

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+