300 ଏକର ଜମିରେ ନିର୍ମାଣ ହେବ ଦୁନିଆର ସବୁଠାରୁ ବଡ଼ ପ୍ରାଣୀ ଉଦ୍ୟାନ

ଗୁଜୁରାଟରେ ପ୍ରସ୍ତୁତ ହେବାକୁ ଥିବା ପ୍ରାଣୀ ଉଦ୍ୟାନରେ ନାଇଟ୍ ସଫାରିର ସୁବିଧଆ ରହିବ | ଏହା ଦ୍ୱାରା ଦର୍ଶକମାନେ ମଧ୍ୟ ରାତିରେ ଉଦ୍ୟାନକୁ ଉପଭୋଗ କରିପାରିବେ | ଶହ ଶହ ଏକର ଜମିରେ ଏହାର ପୃଥକ ବିଭାଗ ରହିବ |

ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ : ଜାମନଗର : ଗୁଜୁରାଟରେ ନିର୍ମାଣ ହେବ ଦୁନିଆର ସବୁଠୁ ବଡ ପ୍ରାଣୀ ଉଦ୍ୟାନ | ଜାମନଗର ଜିଲ୍ଲାର ପ୍ରାୟ 300 ଏକର ଜମିରେ ଏହି ପ୍ରାଣୀ ଉଦ୍ୟାନ ତିଆରି କରାଯିବ | ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବ | ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏମ. କେ ଦାସ ଏନେଇ ସୂଚନା ଦେଇଛନ୍ତି | ଶ୍ରୀ ଦାସ କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ ଜାମନଗରରେ ନିର୍ମାଣ ହେବାକୁ ଯାଉଛି | ଯେଉଁଥିରେ ପୃଥିବୀର ବିଭିନ୍ନ ପଶୁ ଓ ପକ୍ଷୀ ରହିବେ | ଦୁଇ ବର୍ଷ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି |

ଜୁ ରେ କଣ ରହିବ ସୁବିଧା

ଗୁଜୁରାଟରେ ପ୍ରସ୍ତୁତ ହେବାକୁ ଥିବା ପ୍ରାଣୀ ଉଦ୍ୟାନରେ ନାଇଟ୍ ସଫାରିର ସୁବିଧଆ ରହିବ | ଏହା ଦ୍ୱାରା ଦର୍ଶକମାନେ ମଧ୍ୟ ରାତିରେ ଉଦ୍ୟାନକୁ ଉପଭୋଗ କରିପାରିବେ | ଶହ ଶହ ଏକର ଜମିରେ ଏହାର ପୃଥକ ବିଭାଗ ରହିବ | ଯେଉଁଥିରେ ବେଙ୍ଗ ହାଉସ୍, ଡ୍ରାଗନ୍ ଲ୍ୟାଣ୍ଡ, ପଶ୍ଚିମ ତଟର ମାର୍ଶସ୍, ଇଣ୍ଡିଆନ୍ ମରୁଭୂମି ଏବଂ ଏକ୍ସୋଟିକ୍ ଦ୍ୱୀପ, ରୋଡେଣ୍ଟ୍ ଲ୍ୟାଣ୍ଡ, ଇନସେକ୍ଟାରିୟମ୍, ଏକ୍ଜୋଟିକ୍ ସାମ୍ରାଜ୍ୟ ଦେଖିବାକୁ ମିଳିବ | ଅମ୍ବରଡି ସଫାରିକୁ ବବ୍ବର ବାଘଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ ଭାବରେ ବିକାଶ କରିବେ ରାଜ୍ୟ ସରକାର |

zoo

ଏଠାରେ ରହିବେ ପୃଥିବୀର ବିଭିନ୍ନ ପଶୁପକ୍ଷୀ

ଏହି ପ୍ରାଣୀ ଉଦ୍ୟାନରେ ଏସୀୟ ସିଂହ, ବାଘ ବ୍ୟତୀତ ଆଫ୍ରିକୀୟ ବାଘ, ଚିତା, ଜାଗୁଆର, ପିଗ୍ମି ହିପ୍ପୋ, ଗୋରିଲା, ଜେବ୍ରା, ଜିରାଫ, ଆଫ୍ରିକୀୟ ହାତୀ, ବେଙ୍ଗଲ ଟାଇଗର, କୋମୋଡୋ ଡ୍ରାଗନ ଆଦି ପଶୁଙ୍କୁ ରଖାଯିବ | ଏଥି ସହିତ ଦୁନିଆର ବିଭିନ୍ନ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିବ |

ଗୁଜୁରାଟରେ ଦୁନିଆର ସବୁଠୁ ବଡ, ଉଚ୍ଚ କିମ୍ବା ଉଚ୍ଚତମ ଅନେକ ଜିନିଷ ଦେଖିବାକୁ ମିଳେ | ଏଠାରେ ବିଶ୍ୱର ସର୍ବବୃହତ ଏବଂ ସର୍ବୋଚ୍ଚ ପ୍ରତିମୂର୍ତ୍ତି ହେଉଛି ଷ୍ଟାଚ୍ୟୁ ଅଫ୍ ୟୁନିଟି | ଆହୁରି ମଧ୍ୟ ଦୀର୍ଘତମ ଜଳସେଚନ କେନାଲ, ବୃହତ ବିଦ୍ୟୁତ୍ ପ୍ରକଳ୍ପ ସହିତ ଡ୍ୟାମ୍, ସର୍ବ ବୃହତ ଅକ୍ଷୟ ଶକ୍ତି ପ୍ରକଳ୍ପ ମଧ୍ୟ ରହିଛି | ତେବେ ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ହେତୁ ଭାରତ ତଥା ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିପାରିବେ | ଏହାଦ୍ୱାରା ଗୁଜୁରାଟ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+