ମମତା ବାନାର୍ଜୀଙ୍କୁ ବଡ ଝଟକା, TMCରୁ ଇସ୍ତଫା ଦେଲେ ସାଂସଦ ସୁଖେନ୍ଦୁ ରୟ
ମମତା ବାନାର୍ଜୀଙ୍କୁ ଜୋରଦାର ଝଟକା । ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସର ସାଂସଦ । ଦଳର ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରୟ ଟିଏମସିରୁ ଇସ୍ତଫା ଦେଇଛନ୍ତି । ଏହାସହ ନିଜ ସଭ୍ୟ ପଦରୁ ମଧ୍ୟ ସେ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ସୁଖେନ୍ଦୁ ଦୀର୍ଘ ଦିନ ହେବ ମମତାଙ୍କ ଘନିଷ୍ଠ ରହି ଆସିଥିଲେ । କିନ୍ତୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହାରିବା ପରେ ମମତା ବାନାର୍ଜୀଙ୍କ ଉପରୁ ଦଳୀୟ ନେତାଙ୍କ ଆସ୍ଥା ତୁଟିବାରେ ଲାଗିଛି । ଦଳର ଅନୁଶାସନ କେହି ମାନୁ ନାହାଁନ୍ତି । ମମତାଙ୍କୁ ନେତାମାନେ ଖାତିର କରୁ ନାହାଁନ୍ତି । ଏପରିକି ଦଳରେ ବିଦ୍ରୋହ ଜୋର ହେଲାଣି ।
ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଦ୍ରୋହ
ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ୬୦ରୁ ଅଧିକ ବିଧାୟକ ମମତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ଟିଏମସି ପ୍ରଥମ ଥର ଏତେ ବଡ ଆଭ୍ୟନ୍ତରୀଣ କନ୍ଦଳର ସମ୍ମୁଖୀନ ହୋଇଛି । ତେବେ ଏହି ବିଦ୍ରୋହ ସଂସଦ ଯାଏଁ ପହଁଚିଗଲାଣି । ସାଂସଦ ସୁଖେନ୍ଦୁ ଶେଖର ରୟପୂର୍ବରୁଏନେଇ ବୟାନ ରଖିଥିଲେ।
ସୁଖେନ୍ଦୁଙ୍କ ବୟାନ
ସୁଖେନ୍ଦୁକହିଥିଲେଯେ, କମ୍ ସମୟରେ ଅଧିକରୁ ଅଧିକ ବିଧାୟକ ମମତାଙ୍କ ହାତ ଛାଡିଛନ୍ତି । ଲୋକସଭାରେ ସମାନ ସ୍ଥିତି ଦେଖିବାକୁ ମିଳିବ । ରାଜ୍ୟସଭାରେ ମଧ୍ୟ ଏପରି ସମ୍ଭାବନାକୁ କେହି ଏଡାଇ ଦେଇପାରିବେ ନାହିଁ । ଅନ୍ୟ ଦିଗରେ ବରିଷ୍ଠ ଟିଏମସି ସାଂସଦ ସୌଗତ ରୟ ମମତାଙ୍କ ସପକ୍ଷରେ ବାହାରି କୌଣସି କନ୍ଦଳ ଏବଂ ବିଦ୍ରୋହର ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ମମତା ଖୁବ୍ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ସେ କହିଛନ୍ତି ।
ଏବେ ଟିଏମସି ପାଖରେ ଲୋକସଭାରେ ୨୮ ସାଂସଦ ଏବଂ ରାଜ୍ୟସଭାରେ ୧୩ ଜଣ ସାଂସଦ ଅଛନ୍ତି । ଯଦି ଦୁଇ ତୃତୀୟାଂଶ ସାଂସଦ କୌଣସି ଅନ୍ୟ ଦଳକୁ ଯାଆନ୍ତି ତାହାଲେ ସେମାନଙ୍କ ସଦସ୍ୟତା ରବ୍ଦ ହେବ ନାହିଁ । ପ୍ରଥମେ ଋତବ୍ରତ ଗୋଷ୍ଠୀର ଅନେକ ସାଂସଦ ନିଜକୁ ପ୍ରକୃତ ଟିଏମସି କହୁଛନ୍ତି ।












Click it and Unblock the Notifications