ପୁଣି ଏକ ଅଘଟଣ, ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ
ନୂଆଦିଲ୍ଲୀ: ପୁଣି ଏକ ଟ୍ରେନ୍ ଅଘଟଣ ଖବର ସାମ୍ନାକୁ ଆସିଛି । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ରେ ଲାଗିଛି ନିଆଁ । ଭୋପାଳରୁ ଦିଲ୍ଳୀ ଯାଉଥିବା ଟ୍ରେନ୍ ରେ ସୋମବାର ଅଗ୍ନିକାଣ୍ଡ ଘଟିଛି ।

ରାନୀ କମଲାପତି ଷ୍ଟେସନ୍ରୁ ଦିଲ୍ଳୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍ର 14 ନମ୍ବର କୋଚ୍ରୁ ପ୍ରଥମେ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ଏକ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକା ଯାଇଥିଲା । ଅଗ୍ନିଶମ କର୍ମଚାରୀ ଆସି ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହର କରାଯାଇଛି ବୋଲି ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି ।
ଟ୍ରେନ୍ ରେ ନିଆଁ ଲାଗିଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି । ଟ୍ରେନ୍ଟିର ଗୋଟିଏ କୋଚ୍ରେ ନିଆଁ ଲାଗିଥିବାର ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ଖୁବ୍ ଶୀଘ୍ର ଟ୍ରେନ୍ଟି ଧାରଣାରେ ଗଡ଼ିବା ଆରମ୍ଭ କରିବ ବୋଲି ସୂଚନା ରହିଛି ।












Click it and Unblock the Notifications