କେନ୍ଦ୍ରର କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା ଭାରତୀୟ କିଷାନ ୟୁନିୟନ
ଭାରତୀୟ କିଷାନନ ୟୁନିଅନର ମୁଖପାତ୍ର ରାକେଶ ଟିକୈତ୍ ଗଣମାଧ୍ୟମକୁ କହିଥିଲେ, ଉଭୟ ସରକାର ଏବଂ କୃଷକଙ୍କୁ ପଛକୁ ଫେରିବାକୁ ପଡିବ | ସେ କହିଛନ୍ତି ସରକାର ଆଇନ ପ୍ରତ୍ୟାହାର କରନ୍ତୁ ଏବଂ ଚାଷୀ ଆନ୍ଦୋଳନରୁ ଓହରି ଯିବେ |
ନୂଆଦିଲ୍ଲୀ : ଗତ 16 ଦିନ ଧରି ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ ପରେ ଭାରତୀୟ କିଷାନ ୟୁନିଅନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି | ଭାରତୀୟ କିଷାନ ୟୁନିୟନ୍ ଏହାର ଆବେଦନରେ କହିଛି ଯେ ଏହି ନିୟମ ମାଧ୍ୟମରେ ଦେଶର କୃଷକମାନେ କର୍ପୋରେଟ୍ ଲୋଭରେ ଆକର୍ଷିତ ହେବେ | ଏହାପୂର୍ବରୁ ଭାରତୀୟ କିଷାନନ ୟୁନିଅନର ମୁଖପାତ୍ର ରାକେଶ ଟିକୈତ୍ ଗଣମାଧ୍ୟମକୁ କହିଥିଲେ, ଉଭୟ ସରକାର ଏବଂ କୃଷକଙ୍କୁ ପଛକୁ ଫେରିବାକୁ ପଡିବ | ସେ କହିଛନ୍ତି ସରକାର ଆଇନ ପ୍ରତ୍ୟାହାର କରନ୍ତୁ ଏବଂ ଚାଷୀ ଆନ୍ଦୋଳନରୁ ଓହରି ଯିବେ |

ଏଠାରେ କହି ରଖୁଛୁ ଯେ, ନଭେମ୍ବର 26 ତାରିଖରୁ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର ବହୁ ସଂଖ୍ୟକ କୃଷକ ଦିଲ୍ଲୀ ସୀମାରେ କୃଷି ନିୟମକୁ ନେଇ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି | କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନ ସମ୍ପୂର୍ଣ୍ଣ କୃଷକ ବିରୋଧୀ ଏବଂ ଏହାକୁ ତୁରନ୍ତ ରଦ୍ଦ କରାଯିବା ଉଚିତ ବୋଲି କୃଷକ ସଙ୍ଗଠନଗୁଡ଼ିକ ଦାବି କରିଆସୁଛନ୍ତି | ଅପରପକ୍ଷରେ ସରକାର ଲଗାତାର ଭାବରେ କହୁଛନ୍ତି, କେନ୍ଦ୍ର ସରକାର ଏହି ଆଇନରେ ସଂଶୋଧନ କରିବାକୁ ପ୍ରସ୍ତୁତ, କିନ୍ତୁ ବାତିଲ କରିବେ ନାହିଁ | ବୁଧବାର ଦିନ ସରକାର ଆଇନର ସଂଶୋଧନ କର୍ବା ନେଇ ଏକ ଲିଖିତ ପ୍ରସ୍ତାବ କୃଷକ ସଂଗଠନକୁ ପଠାଇଥିଲେ କିନ୍ତୁ କୃଷକ ସଙ୍ଗଠନ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ | ଏପର୍ଯ୍ୟନ୍ତ ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ପାଞ୍ଚ ପର୍ଯ୍ୟାୟ ଆଲୋଚନା ହୋଇସାରିଛି |
ସାଧାରଣ ଲୋକଙ୍କ ସ୍ୱାର୍ଥରେ ଆନ୍ଦୋଳନ ବନ୍ଦ କର - କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶୁକ୍ରହବାର ଚାଷୀଙ୍କୁ ଏହି ଆନ୍ଦୋଳନ ବନ୍ଦ କରିବାକୁ ନିବେଦନ କରିଥିଲେ | ସେ କହିଛନ୍ତି, 'ଏହି ଆନ୍ଦୋଳନ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରୁଛି | ଦିଲ୍ଲୀର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତେଣୁ କୃଷକମାନେ ସାଧାରଣ ଲୋକଙ୍କ ସ୍ୱାର୍ଥରେ ସେମାନଙ୍କର ଆନ୍ଦୋଳନକୁ ସମାପ୍ତ କରିବା ଉଚିତ୍ ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ୍ | ପ୍ରଧାନମନ୍ତ୍ରୀ ନିଜେ କହୁଛନ୍ତି ଯେ ଏମଏସପି ଜାରି ରହିବ ଏବଂ ଏଥିପାଇଁ କୌଣସି ଚିନ୍ତାର ବିଷୟ ନାହିଁ ବୋଲି କୃଷିମନ୍ତ୍ରୀ କହିଛନ୍ତି |












Click it and Unblock the Notifications