Get Updates
Get notified of breaking news, exclusive insights, and must-see stories!

ଲଞ୍ଚ ହେଲା iNCOVACC ଭାରତ ବାୟୋଟେକ୍ ର ପ୍ରଥମ ନାସାଲ୍ ଟିକା, ଜାଣନ୍ତୁ କେତେ ଟଙ୍କାରେ ପାଇବେ ଟିକା

ଦେଶର ପ୍ରଥମ ନାଜାଲ କୋଭିଡ ଟିକା ଇନକୋଭାକ ଲଞ୍ଚ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଟିକାକୁ ଲଞ୍ଚ କରିଛନ୍ତି ।

Nasal vaccine

ନୂଆଦିଲ୍ଲୀ: ଦେଶର ପ୍ରଥମ ନାଜାଲ କୋଭିଡ ଟିକା ଇନକୋଭାକ ଲଞ୍ଚ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଟିକାକୁ ଲଞ୍ଚ କରିଛନ୍ତି ।

ଭାରତ ବାୟୋଟେକ୍ ଦ୍ୱାରା ଏହି କରୋନା ଟିକା ବିକଶିତ ହୋଇଛି । ଏହି ଟିକା ସରକାରଙ୍କ ପାଇଁ ଡୋଜ ପିଛା 325 ଟଙ୍କାରେ ଉପଲବ୍ଧ ହେବ । ଘରୋଇ ଡାକ୍ତରଖାନା ପାଇଁ ଏହାର ମୂଲ୍ୟ 800 ଟଙ୍କା ରହିବ । ଡିସେମ୍ବର 2022 ରେ, ଏହି ଟିକାକୁ ଦ୍ୱିତୀୟ ଡୋଜ ଏବଂ ବୁଷ୍ଟର ଡୋଜ ଭାବରେ ଅନୁମୋଦନ କରାଯାଇଥିଲା ବୋଲି କମ୍ପାନୀ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି । ଏହାପୂର୍ବରୁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) 18 ବର୍ଷରୁ ଅଧିକ ବୟସର ଲୋକଙ୍କ ଉପରେ ଇଣ୍ଟ୍ରାନାସାଲ୍ ଟିକା ବ୍ୟବହାରକୁ ଅନୁମୋଦନ କରିଥିଲା । ତଥାପି, ଏହାକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରାଯାଉଥିଲା ।

ଭାରତ ବାୟୋଟେକ୍ ଏହି ନାଜାଲ ଟିକାର ନାମ iNCOVACC(ଇନକୋଭାକ) ରଖିଛି । ପୂର୍ବରୁ ଏହାର ନାମ ବିବିଭି154 ରଖାଯାଇଥିଲା । ଏହି ଟିକା ନାକ ମାଧ୍ୟମରେ ଦିଆଯିବ । ଦୁଇଟି ଡୋଜକୁ 28 ଦିନ ବ୍ୟବଧାନରେ ଦେବାକୁ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+