13,000 ସ୍ୱେଚ୍ଛାସେବୀଙ୍କ ଉପରେ ହେଲା ଭାରତ ବାୟୋଟେକ୍ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଭାରତ ବାୟୋଟେକ୍ ତାର କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ 13,000 ସ୍ୱେଚ୍ଛାସେବୀଙ୍କ ଠାରେ କରିସାରିଛି | ଏଥିସହିତ ମୋଟ 26,000 ସ୍ୱେଚ୍ଛାସେବାଙ୍କ ଠାରେ ଏହି ଟିକାର ପରୀକ୍ଷଣ କରିବାନେଇ ଲକ୍ଷ୍ୟ ରଖିଛି |

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ତାର କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ 13,000 ସ୍ୱେଚ୍ଛାସେବୀଙ୍କ ଠାରେ କରିସାରିଛି | ଏଥିସହିତ ମୋଟ 26,000 ସ୍ୱେଚ୍ଛାସେବାଙ୍କ ଠାରେ ଏହି ଟିକାର ପରୀକ୍ଷଣ କରିବାନେଇ ଲକ୍ଷ୍ୟ ରଖିଛି |

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନଭେମ୍ବରରେ ଆରମ୍ଭ ହୋଇଥିଲା | କୋଭିଡ -19 ଟିକା ପାଇଁ ଏହା ହେଉଛି ଭାରତର ପ୍ରଥମ ଏବଂ ଏକମାତ୍ର ଟିକା ଯାହାକି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରୁଛି | ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ କୋଭାକ୍ସିନଙ୍କୁ ମୂଲ୍ୟାଙ୍କନ କରାଯାଇଛି, ନିରାପତ୍ତା ଏବଂ ପ୍ରତିଷେଧକ କ୍ଷେତ୍ରର ଫଳାଫଳ ସହିତ ଆନ୍ତର୍ଜାତୀୟ ସମୀକ୍ଷା ବୈଜ୍ଞାନିକ ପତ୍ରିକାରେ ଗ୍ରହଣ କରାଯିବା ନେଇ କମ୍ପାନୀ ବିବୃତ୍ତି ରଖିଛି |

Corona-Vaccine

କୋରନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନେଇ ଭାରତରେ ଏହା ପ୍ରଥମ | ଏହି ପରୀକ୍ଷଣରେ ସ୍ୱେଚ୍ଛାସେବୀଙ୍କ ଯୋଗଦାନକୁ ନେଇ ଆମେ ଉତ୍ସାହିତ | Covid-19 ପାଇଁ ଏକ ନିରାପଦ ତଥା ପ୍ରଭାବଶାଳୀ ଭାରତୀୟ ଟିକା ପରୀକ୍ଷଣରେ ଆମକୁ ସାହାଯ୍ୟ କରିଥିବାରୁ ଆମେ ଦେଶର 13,000 ସ୍ୱେଚ୍ଛାସେବୀଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଦେଉଛୁ | ଏହି ପ୍ରୋ-ଟିକା ପରୀକ୍ଷଣ ଶୀଘ୍ର 26,000 ସ୍ୱେଚ୍ଛାସେବାଙ୍କ ଉପରେ କରିବାର ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଆଶା ରଖିଛୁ | ଅନ୍ୟ ସ୍ୱେଚ୍ଛାସେବୀଙ୍କ ମନୋବଳ ବୃଦ୍ଧି ପାଇଁ ଧନ୍ୟବାଦ ଜଣାଇଛନ୍ତି ଭାରତ ବାୟୋଟେକର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଏଲା |

ସୂଚନାଯୋଗ୍ୟ, ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦ ଏହି ପରୀକ୍ଷଣ କେନ୍ଦ୍ର ପରିଦର୍ଶନ କରି ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଥିଲେ | ଏଥିସହିତ ପରୀକ୍ଷଣରେ ସେମାନେ କରିଥିବା ଅଗ୍ରଗତି ପାଇଁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+