Get Updates
Get notified of breaking news, exclusive insights, and must-see stories!

ଇଣ୍ଟ୍ରାନାସାଲ କୋଭିଡ ଭ୍ୟାକ୍ସିନର ବୁଷ୍ଟର ଡୋଜ ପାଇଁ DCGI କୁ ଆବେଦନ ପଠାଲଇଲା ଭାରତ ବାୟୋଟେକ

ଭାରତ ବାୟୋଟେକ୍ ଏହାର ଇଣ୍ଟ୍ରାନାସାଲ୍ କୋଭିଡ୍ ଭ୍ୟାକ୍ସିନ୍ ର ବୁଷ୍ଟର୍ ଡୋଜ୍ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ନେଇ ଆବେଦନ କରିଛି ।

ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀ ବିରୋଧରେ ଜାତୀୟ ଟୀକାକରଣ ଅଭିଯାନ ଚାଲିଛି, କିନ୍ତୁ ଭାଇରସର ନୂଆ ଭାରିଆଣ୍ଟର ବିପଦ କ୍ରମାଗତ ଭାବରେ ବଢିବାରେ ଲାଗିଛି । ଯେଉଁଥିପାଇଁ ଅନେକ ବିଶେଷଜ୍ଞ ବୁଷ୍ଟର ଡୋଜ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଭାରତ ବାୟୋଟେକ୍ ଏହାର ଇଣ୍ଟ୍ରାନାସାଲ୍ କୋଭିଡ୍ ଭ୍ୟାକ୍ସିନ୍ ର ବୁଷ୍ଟର୍ ଡୋଜ୍ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ନେଇ ଆବେଦନ କରିଛି, ଯାହା କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଡୋଜ ଗ୍ରହଣ କରୁଥିବା ଲୋକଙ୍କୁ ଦିଆଯାଇପାରିବ ।

corona vaccine

ସୂଚନାନୁସାରେ, ନୂତନ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଭାରତ ବାୟୋଟେକ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଚାହୁଁଛି, ଯାହା ବୁଷ୍ଟର ଡୋଜ ଉପରେ ଆଧାରିତ ହେବ । DCGI ନିକଟରେ ଏଥିପାଇଁ ଆବେଦନ କରିଛି । କମ୍ପାନୀ ଦ୍ୱାରା ଉପସ୍ଥାପିତ ଦଲିଲଗୁଡ଼ିକୁ ଯାଞ୍ଚ କରିବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ । କମ୍ପାନୀ ଆବେଦନପତ୍ରରେ କହିଛି ଯେ କୋଭାକ୍ସିନ୍ ବ୍ୟତୀତ କୋଭିଶିଲ୍ଡ ନେଇଥିବା ଲୋକଙ୍କୁ ବୁଷ୍ଟର ଡୋଜ ମଧ୍ୟ ଦିଆଯାଇପାରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+