ଆଜି ଭାରତ ବନ୍ଦ ଆନ୍ଦୋଳନ ଜାରି : ଦେଶର ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳରୋକ
ଓଡ଼ିଶାରେ ମଧ୍ୟ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ କୃଷକ ସଙ୍ଗଠକୁ କଂଗ୍ରେସ ସମେତ ବିଭିନ୍ନ ବାମଦଳ ଗୁଡ଼ିକ ସମର୍ଥନ ଦେଉଛନ୍ତି | ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଆନ୍ଦୋଳନକାରୀ ମାନେ ପିକେଟିଂ କରିବା ସହ ରାସ୍ତାରୋକ କରିଛନ୍ତି |
ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ ପାଳନ ହେଉଛି ଭାରତ ବନ୍ଦ | ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟମାନଙ୍କରେ ଏହାର ପ୍ରଭାବ ଦେଖାଦେଇଛି | ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥକୁ ବନ୍ଦ କରାଯାଇଥିବା ବେଳେ କେତେକ ଷ୍ଟେସନରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ | ଦେଶର 40ଟି କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଏହି ଆନ୍ଦୋଳନକୁ କଂଗ୍ରେସ ସହିତ ଅନ୍ୟ 24ଟି ବାମଦଳ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି |

ସେହିପରି ଓଡ଼ିଶାରେ ମଧ୍ୟ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ କୃଷକ ସଙ୍ଗଠକୁ କଂଗ୍ରେସ ସମେତ ବିଭିନ୍ନ ବାମଦଳ ଗୁଡ଼ିକ ସମର୍ଥନ ଦେଉଛନ୍ତି | ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଆନ୍ଦୋଳନକାରୀ ମାନେ ପିକେଟିଂ କରିବା ସହ ରାସ୍ତାରୋକ କରିଛନ୍ତି | ସେହିଭଳି ମାଷ୍ଟରକ୍ୟାଣ୍ଟିନ୍ ଛକରେ କଂଗ୍ରେସ ଏବଂ ବାମଦଳ ମାନେ ଆନ୍ଦୋଳନ ଜାରି ରଖିଛନ୍ତି | ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ବସ୍ ଚଳାଚଳ ବନ୍ଦ କହିଛି ଏବଂ ରେଳ ଷ୍ଟେସନରେ ରେଳରୋକ କରାଯାଇଛି | ସେହିପରି କଟକ ବାଦାମବାଡି, ରେଳଷ୍ଟେସନରେ ଆନ୍ଦୋଳନକାରୀ ଏବଂ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି | ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଜିଲ୍ଲାରେ ଆନ୍ଦୋଳନର ପ୍ରଭାବ ଦେଖାଦେଇଛି |
ବନ୍ଦପାଳନ ସମୟରେ ଆଇନ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସିନ୍ଧୁ ସୀମାଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି | ଏଥି ସହିତ ଦିଲ୍ଲୀକୁ ସଂଯୋଗ କରୁଥିବା କେତେକ ରାସ୍ତାର ଗତିପଥକୁ ବଦଳାଯାଇଥିବା ନେଇ ସୂଚନା ରହିଛି |
ଆଜିର ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ହେବ ବୋଲି କାଲି କୃଷକ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି |
ସୂଚନାଯୋଗ୍ୟ, କେନ୍ଦ୍ରର ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଦୀର୍ଘ 12ଦିନ ଧରି ବିଭିନ୍ନ କୃଷକ ସଙ୍ଗଠନ ଦିଲ୍ଲୀର ସିନ୍ଧୁ ସୀମାରେ ଆନ୍ଦୋଳନ କରୁଛନ୍ତି | ଶନିବାର କୃଷକ ସଙ୍ଗଠନ ଏବଂ କେନ୍ଦ୍ରସରକାର ମଧ୍ୟରେ ହୋଇଥିବା ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିଫଳ କହିଥିଲା | କୃଷକ ସଙ୍ଗଠନ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି | ଅନ୍ୟପକ୍ଷରେ 9ତାରିଖରେ ବାମଦଳ ଗୁଡ଼ିକ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି |












Click it and Unblock the Notifications