କର୍ମଚାରୀ ସଂଘର ଆଜି 24 ଘଣ୍ଟିଆ ଭାରତ ବନ୍ଦ : ବ୍ୟାଙ୍କିଂ ଏବଂ ପରିବହନ ସେବା ବ୍ୟାହତ

ଆଜି ସାରା ଦେଶର 10 ଟି କେନ୍ଦ୍ରୀୟ ୟୁନିଅନ ଏବଂ 56ଟି କେନ୍ଦ୍ରୀୟ ପେଡେରେସନ୍ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ 24 ଘଣ୍ଟିଆ ଭାରତ ବନ୍ଦ ଧର୍ମଘଟ ଘୋଷଣା କରିଛନ୍ତି | ଏହି ଧର୍ମଘଟ ଗୁରୁବାର ସକାଳ 6ଟାରୁ 24 ଘଣ୍ଟା ପର୍ଯ୍ୟନ୍ତ ପାଳନ କରାଯିବ | ଏହି ଦେଶବ୍ୟାପୀ ଧର୍ମଘଟରେ 25 କୋଟିରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି |

ନୂଆଦିଲ୍ଲୀ : ଆଜି ସାରା ଦେଶର 10 ଟି କେନ୍ଦ୍ରୀୟ ୟୁନିଅନ ଏବଂ 56ଟି କେନ୍ଦ୍ରୀୟ ପେଡେରେସନ୍ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ 24 ଘଣ୍ଟିଆ ଭାରତ ବନ୍ଦ ଧର୍ମଘଟ ଘୋଷଣା କରିଛନ୍ତି | ଏହି ଧର୍ମଘଟ ଗୁରୁବାର ସକାଳ 6ଟାରୁ 24 ଘଣ୍ଟା ପର୍ଯ୍ୟନ୍ତ ପାଳନ କରାଯିବ | ଏହି ଦେଶବ୍ୟାପୀ ଧର୍ମଘଟରେ 25 କୋଟିରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି | ପରିବହନ, ବ୍ୟାଙ୍କ ୟୁନିଅନ୍, LIC ଇତ୍ୟାଦି ଏହି ଧର୍ମଘଟେର ସାମିଲ ହୋଇଛନ୍ତି | ଧର୍ମଘଟ ଯୋଗୁଁ ଦେଶରେ ପରିବହନ ଏବଂ ବ୍ୟାଙ୍କ ସେବା ବ୍ୟାହତ ହୋଇଛି |

Bharat-Bandh

କର୍ମଚାରୀମାନେ ଦାବି କରିଛନ୍ତି ଯେ ସମସ୍ତ ଅଣ-ଆୟକର ପରିବାରର ଅଭାବୀ ଲୋକଙ୍କୁ ମାସକୁ 7500 ଟଙ୍କା ଏବଂ 10 କିଲୋଗ୍ରାମ ରାସନ ନଗଦ ଦିଆଯାଉ | MNREGA କୁ ବିସ୍ତାରକରାଯାଇ ଗ୍ରାମାଞ୍ଚଳରେ ଗୋଟିଏ ବର୍ଷରେ 200 ଦିନ କାମ ଯୋଗାଣ, କୃଷକ ବିରୋଧୀ ଆଇନ ପ୍ରତ୍ୟାହାର, ସରକାରୀ କ୍ଷେତ୍ର ଘରୋଇକରଣ ବନ୍ଦ, ସମସ୍ତ ପେନସନ ଏବଂ ଜାତୀୟ ପେନସନ ବ୍ୟବସ୍ଥାକୁ ରଦ୍ଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ସ୍ଥାପିତ କରିବା ଆଦି 37 ଦଫା ଦାବି ନେଇ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି |

କଂଗ୍ରେସ ସମେତ ବାମଦଳଗୁଡ଼ିକ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି | ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଧର୍ମଘଟକୁ ନଜରରେ ରଖି ପୁଲିସ ମଧ୍ୟ ଧର୍ମଘଟକାରୀଙ୍କ ଉପରେ ନଜର ରଖିଛି | ଓଡ଼ିଶାରେ ବନ୍ଦ ଡାକରାକୁ ନେଇ ଭୁବନେଶ୍ୱରର ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ ରଖାଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+