Get Updates
Get notified of breaking news, exclusive insights, and must-see stories!

ଭାରତ ବନ୍ଦ : 26 ଫେବୃଆରୀରେ ଭାରତ ବନ୍ଦ, ଚକ୍କା ଜାମ ସହିତ ବନ୍ଦ ରହିବ ବଜାର

ଫେବୃଆରୀ 26 ରେ, Confederation of All India Traders (CAIT)ଭାରତ ବନ୍ଦ ଡାକରା ଦେଇଛି । କଠୋର ଜିଏସଟି ବ୍ୟବସ୍ଥା, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ଇ-ୱେ ବିଲ୍ ଆଦି ଦାବି ନେଇ ସାରା ଦେଶରେ 8 କୋଟି ବ୍ୟବସାୟୀ ଆସନ୍ତାକାଲି ବିରୋଧ ପ୍ରଦର୍ଶନ କରିବେ

ନୂଆଦିଲ୍ଲୀ : ଫେବୃଆରୀ 26 ରେ, Confederation of All India Traders (CAIT)ଭାରତ ବନ୍ଦ ଡାକରା ଦେଇଛି । କଠୋର ଜିଏସଟି ବ୍ୟବସ୍ଥା, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ଇ-ୱେ ବିଲ୍ ଆଦି ଦାବି ନେଇ ସାରା ଦେଶରେ 8 କୋଟି ବ୍ୟବସାୟୀ ଆସନ୍ତାକାଲି ବିରୋଧ ପ୍ରଦର୍ଶନ କରିବେ । ଏହି ବନ୍ଦ ଡାକରାରେ ଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଅଂଶଗ୍ରହଣ କରିବେ । ଏହି ଭରତ ବନ୍ଦ ଯୋଗୁଁ ଦେଶର ସମସ୍ତ ବାଣିଜ୍ୟିକ ବଜାର ବନ୍ଦ ରହିବ ।

Bharat-Bandh

ଫେବୃଆରୀ 26 ରେ ଭାରତ ବନ୍ଦ

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଜିଏସଟିର ସରଳୀକରଣ ଏବଂ ତୈଳ ମୂଲ୍ୟ ବୃଦ୍ଧି ବିରୋଧରେ 26 ଫେବୃଆରୀ 2021 ରେ ଭାରତ ବନ୍ଦ କରିବ । ଶୁକ୍ରବାର ଦିନ ସମଗ୍ର ଦେଶରେ 1500 ସ୍ଥାନରେ ପ୍ରଦର୍ଶନ କରାଯିବ । ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ମଧ୍ୟ ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି । ଆସନ୍ତା କାଲି ଅର୍ଥାତ୍ 26 ଫେବୃଆରୀରେ ଭାରତ ବନ୍ଦ ସମୟରେ ଚକ୍କା ଜାମ ମଧ୍ୟ କରାଯିବ । କୌଣସି ଯାନବାହାନ ଚଳାଚଳକୁ ପ୍ରତିରୋଧ କରାଯିବ ବୋଲି ଘୋଷଣା କରାଯାଇଛି ।

କ'ଣ ରହିଛି ଦାବି ?

ଜିଏସଟି ବ୍ୟବସ୍ଥାକୁ ସରଳ ଏବଂ ଯୁକ୍ତିଯୁକ୍ତ କରିବାକୁ କ୍ୟାଟ୍ ସରକାରଙ୍କ ନିକଟରେ ଦାବି ରଖିଛି । ଏଥି ସହିତ ଟ୍ୟାକ୍ସ ସ୍ଲାବ ସମୀକ୍ଷା କରିବାକୁ ମଧ୍ୟ ଦାବି ରହିଛି । କ୍ୟାଟ୍ ଏହି ବିଷୟରେ ସରକାରଙ୍କ ସହ କଥା ହୋଇଥିଲେ । ଏହା ପରେ, CAIT 26 ଫେବୃଆରୀରେ ଦେଶବ୍ୟାପୀ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି । ଏହି ସମୟ ମଧ୍ୟରେ ସମସ୍ତ ବଜାର ବନ୍ଦ ରହିବ ଏବଂ ସମସ୍ତ ରାଜ୍ୟର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ କରାଯିବ । ଏହି ବନ୍ଦ ଡାକରାରେ 40 ହଜାରରୁ ଅଧିକ ଅଧିକ ବଣିକ ସଙ୍ଗଠନ ସାମିଲ ହେବେ । ଜିଏସଟି ସରଳୀକରଣ କରିବା ଦ୍ୱାରା ଜଣେ ସାଧାରଣ ବ୍ୟବସାୟୀ ଏହାକୁ ସହଜରେ ଅନୁସରଣ କରିପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଜିଏସଟି ପୋର୍ଟାଲରେ ଥିବା ଟେକନିକାଲ ତଥ୍ୟକୁ ସରଳ କରିବା ନେଇ ସଂଘ ଦାବି କରିଛି । ଏଥି ସହିତ ତେଲ ଦର ବୃଦ୍ଧି ଏବଂ ଇ-ଓ୍ୱେ କୁ ମଧ୍ୟ କାଲିର ବନ୍ଦ ଡାକରାରେ ବିରୋଧ କରାଯିବ ବୋଲି ଘୋଷଣା କରାଯାଇଛି ।

Bharat-Bandh

1500 ସ୍ଥାନରେ ହେବ ବିକ୍ଷୋଭ ପ୍ରଦର୍ଶନ

କାଲିର ଭାରତ ବନ୍ଦ ସମୟରେ ସାରା ଦେଶରେ 1500 ସ୍ଥାନରେ ପିକେଟିଂ କରାଯିବ । ଭାରତ ବନ୍ଦ ସମୟରେ ସମସ୍ତ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ସମସ୍ତ ରାଜ୍ୟ ସ୍ତରୀୟ ପରିବହନ ସଙ୍ଗଠନ ସକାଳ 6 ଟାରୁ ରାତି 8 ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ଭାରତ ବନ୍ଦ ସମୟରେ ପରିବହନ କାର୍ଯ୍ୟାଳୟ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରାଯାଇଛି । ଏହି ସମୟରେ ଦେଶରେ କୌଣସି ସ୍ଥାନରେ ଜିନିଷ ବୁକିଂ, ଜେଲିଭରୀ, ପ୍ରିବହନ କରାଯିବ ନାହିଁ ବୋଲି ବ୍ୟବସାୟିକ ସଙ୍ଗଠନ ଘୋଷଣା କରିଛି ।

ଏହି ବାଣିଜ୍ୟ ସଂଗଠନଗୁଡ଼ିକ ହେବେ ସାମିଲ

ଏହି ଭାରତ ବନ୍ଦ ଡାକରାରେ ଦେଶର ପରିବହନ କ୍ଷେତ୍ର ବ୍ୟତୀତ ବୃହତ ବାଣିଜ୍ୟ ସଂଗଠନ ମଧ୍ୟ ସାମିଲ ହେବେ । ଏଥିମଧ୍ୟରେ ଅଲ୍ ଇଣ୍ଡିଆ FMCZ ବିତରକ ସଂଘ, ଫେଡେରେସନ୍ ଅଫ୍ ଆଲୁମିନିୟମ୍ ୟୁଟେନସିଲ୍ ମାନ୍ୟୁଫାକ୍ଚର ଏବଂ ବ୍ୟବସାୟୀ ସଂଘ ସହ ଉତ୍ତର ଇଣ୍ଡିଆ ମସଲା ବ୍ୟବସାୟୀ ସଂଘ ଇତ୍ୟାଦି ସାମିଲ ହେବା ସହ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+