ଆସନ୍ତାକାଲି କୃଷକ ସଙ୍ଗଠନର ଭାରତ ବନ୍ଦ ଡାକରା, ଜାଣନ୍ତୁ କ'ଣ ଖୋଲା ରହିବ, କ'ଣ ରହିବ ବନ୍ଦ ?
ୟୁନାଇଟେଡ୍ କିଷାନ ମୋର୍ଚ୍ଚା 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି । ସକାଳ 6 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରିବାକୁ କୃଷକ ସଙ୍ଗଠନ ଆହ୍ୱାନ କରିଛି ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ନିୟମକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଗତ ତିନିମାସ ହେଲା ଆନ୍ଦୋଳନ ଜାରି ରହିଛି । କୃଷକଙ୍କ ଏହି ଆନ୍ଦୋଳନ 28 ନଭେମ୍ବରରେ ଆରମ୍ଭ ହୋଇଥିଲା, ଆସନ୍ତା ମାର୍ଚ୍ଚ 26 ତାରିଖ ଅର୍ଥାତ୍ ଶୁକ୍ରବାର ଏହି ଆନ୍ଦୋଳନକୁ 120 ଦିନ ପୁରିବ । ଏହି ଅବସରରେ ୟୁନାଇଟେଡ୍ କିଷାନ ମୋର୍ଚ୍ଚା 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି । ସକାଳ 6 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରିବାକୁ କୃଷକ ସଙ୍ଗଠନ ଆହ୍ୱାନ କରିଛି । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯିବ ବୋଲି ସଙ୍ଗନ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ନୂତନ କୃଷି ଆଇନ ଏବଂ ସରକାରଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି କୃଷକମାନେ କହିଛନ୍ତି । ଏହା ପୂର୍ବରୁ କୃଷକ ସଙ୍ଗଠ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ମାତ୍ର ତିନି ଘଣ୍ଚା ପାଇଁ ବନ୍ଦ ପାଳନ କରାଯାଇଥିଲା, ଫଳରେ ଜନସାଧାରଣଙ୍କ ଜୀବନ ଉପରେ ସେତେଟା ପ୍ରଭାବ ପଡଡ଼ିନଥିବା ଦେଖିବାକୁ ମିଳିଥିଲା ।

କଣ ରହିବ ବନ୍ଦ
କୃଷକ ସଂଗଠନ ଅନୁଯାୟୀ, 12 ଘଣ୍ଟିଆ ବନ୍ଦ ସମୟରେ ସମସ୍ତ ପ୍ରକାର ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କୃଷକ ନେତାଙ୍କ କହିବାନୁସାରେ, ଲୋକମାନେ ସ୍ୱେଚ୍ଛାକୃତ ଭାବେ ଦୋକାନ ବନ୍ଦ କରିବାକୁ ଆବେଦନ କରାଯାଇଛି । ଏଥିପାଇଁ ସେମାନେ ପ୍ରଚାର କରୁଛନ୍ତି ଏବଂ ସଚେତନତା ସୃଷ୍ଟି କରୁଛନ୍ତି । ବହୁ ସଂଖ୍ୟକ ଦୋକାନୀ ଏହି ବନ୍ଦକୁ ସମର୍ଥନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ବୋଲି କହିଛନ୍ତି କୃଷକ ନେତା ।
କ'ଣ ଖୋଲା ରହିବ
କୃଷକ ସଂଗଠନ ଅନୁଯାୟୀ, ସେମାନଙ୍କର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ନିକଟରେ କୃକଙ୍କ ସ୍ୱର ପହଞ୍ଚାଇବା । ଏଥିରେ କାହାରି କୌଣସି ସମସ୍ୟା ହେଉ ସେମାନେ ଚାହାଁନ୍ତି ନାହିଁ । ଏହି କାରଣରୁ ରାସ୍ତା ଅବରୋଧ ହେବ ନାହିଁ । ଏଭଳି ପରିସ୍ଥିତିରେ ଟ୍ରାଫିକ୍ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିବ । ଏଥି ସହିତ କାରଖାନା ଏବଂ କମ୍ପାନୀଗୁଡ଼ିକୁ ବନ୍ଦ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ପେଟ୍ରୋଲ ପମ୍ପ, ଗ୍ରୋସରୀ ଦୋକାନ, ମେଡିକାଲ ଷ୍ଟୋର, ସାଧାରଣ ଷ୍ଟୋର, ବହି ଦୋକାନ ଖୋଲା ରହିବ ବୋଲି କୁହାଯାଇଛି ।
ଏହି ଅଭିଯାନ ଗାଁରୁ ଗାଁ ପର୍ଯ୍ୟନ୍ତ ଚାଲିବ
କୃଷକମାନେ ଭାରତ ବନ୍ଦ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ସମର୍ଥନ ଚାହୁଁଛନ୍ତି । ଯେଉଁଥିପାଇଁ ସେମାନେ ଏପରି କୌଣସି କାର୍ଯ୍ୟ କରିବେ ନାହିଁ ଯାହା ଫଳରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ରାସ୍ତା ଅବରୋଧ ନକରିବାକୁ କୃଷକ ନେତାମାନେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଦିଲ୍ଲୀ-ଏନସିଆର ବ୍ୟତୀତ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା, ତହସିଲ ଏବଂ ଗ୍ରାମ ସ୍ତରକୁ ଭାରତ ବନ୍ଦର ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି କୃଷକ ନେତା ।












Click it and Unblock the Notifications