ଭାରତ ବନ୍ଦ : ଆଜି ଭାରତ ବନ୍ଦ, ଚାକ୍କା ଜାମ ସହିତ ବନ୍ଦ ରହିବ ବଜାର
ଆଜି ଭାରତ ବନ୍ଦ । ସାରା ଦେଶରେ ବନ୍ଦ ଡାକରା ଦେଇଛି Confederation of All India Traders (CAIT)।
ନୂଆଦିଲ୍ଲୀ : ଆଜି ଭାରତ ବନ୍ଦ । ସାରା ଦେଶରେ ବନ୍ଦ ଡାକରା ଦେଇଛି Confederation of All India Traders (CAIT)। ଜଟୀଳ ଜିଏସଟି ବ୍ୟବସ୍ଥା, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ଇ-ୱେ ବିଲ୍ ଆଦି ଦାବି ନେଇ ସାରା ଦେଶରେ 8 କୋଟି ବ୍ୟବସାୟୀ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବନ୍ଦ ଡାକରାକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ସମର୍ଥନ ଦେଉଛନ୍ତି । ଆଜିର ଭାରତ ବନ୍ଦ ଯୋଗୁଁ ଦେଶର ସମସ୍ତ ବାଣିଜ୍ୟିକ ବଜାର ବନ୍ଦ ରହିଛି ।

ତେବେ ବନ୍ଦ ପାଳନରୁ ମେଡ଼ିସିନ ଦୋକାନ, ପେଟ୍ରୋଲ ପମ୍ପ ବାଦ୍ ରହିବ । ଗମନାଗମନ ବା ଗାଡି ଚଳାଚଳରେ କୌଣସି ବାଧା ଉପୁଯିବ ନାହିଁ ବୋଲି କୁହାଯାଇଛି । ବଢୁଥିବା ଦରଦାମକୁ ନେଇ କେନ୍ଦ୍ର ସରକାର ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ବନ୍ଦକୁ ପରିବହନ କ୍ଷେତ୍ରରେ ଦେଶର ସର୍ବବୃହତ ସଂଗଠନ ସର୍ବଭାରତୀୟ ପରିବହନ କଲ୍ୟାଣ ସଂଗଠନ ସମର୍ଥନ ଜଣାଇଛି । ଏହାଦ୍ବାରା ଦେଶର ପରିବହନ କାର୍ଯ୍ୟରେ ନିୟୋଜିତ ୧ ଲକ୍ଷ ଟ୍ରକ ଆଜି ଗାଡ଼ି ଚଲାଇବେ ନାହିଁ ବୋଲି କହିଛନ୍ତି ।
ଜନସାଧାରଣଙ୍କୁ ଅସୁବିଧାରେ ପକାଇବା ଏହି ବନ୍ଦ ଆହ୍ବାନର ଉଦ୍ଦେଶ୍ୟ ନୁହେଁ। ଜିଏସଟି ବ୍ୟବସ୍ଥାର ସରଳୀକରଣ ନେଇ ଦେଶବ୍ୟାପୀ ବ୍ୟବସାୟୀଙ୍କ ଦାବି ସରକାରଙ୍କୁ ଜଣାଇବା ପାଇଁ ବାଣିଜ୍ୟ ବନ୍ଦ ଆହ୍ବାନ ଦିଆଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications