Get Updates
Get notified of breaking news, exclusive insights, and must-see stories!

ଜାତି ଭିତ୍ତିକ ଜନଗଣନା ଏବଂ ଅନ୍ୟ ଦାବି ନେଇ ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ରହିଛି ଦାବି

ଅଲ ଇଣ୍ଡିଆ ବ୍ୟାକୱାର୍ଡ ଆଣ୍ଡ ମାଇନରିଟି କମ୍ୟୁନିଟି ଏମ୍ପ୍ଲଏଜ୍ ଫେଡେରେସନ୍ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।

ନୂଆଦିଲ୍ଲୀ : ଅଲ ଇଣ୍ଡିଆ ବ୍ୟାକୱାର୍ଡ ଆଣ୍ଡ ମାଇନରିଟି କମ୍ୟୁନିଟି ଏମ୍ପ୍ଲଏଜ୍ ଫେଡେରେସନ୍ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଓବିସି ପାଇଁ ଜାତି ଭିତ୍ତିକ ଜନଗଣନା କରାଯିବ ନାହିଁ ବୋଲି କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରି ଅହି ବନ୍ଦ ଡାକରା ଦିଆଯାଇଛି ।

bharat bandh

ଏହା ବ୍ୟତୀତ ବହୁଜନ ମୁକ୍ତି ପାର୍ଟିର ସାହାରନପୁର ଜିଲ୍ଲା ସଭାପତି ନୀରଜ ଧିମାନ କହିଛନ୍ତି ଯେ ଜାତି ଭିତ୍ତିକ ଜନଗଣନା ବ୍ୟତୀତ ଫେଡେରେସନ୍ ନିର୍ବାଚନରେ ଇଭିଏମ୍ ରେ ନିର୍ବାଚନ ନକରିବାକୁ ଦାବି କରୁଛି । ଘରୋଇ କ୍ଷେତ୍ରରେ ମଧ୍ୟ ଏସସି, ଏସଟି, ଓବିସି ଭିତ୍ତିକ ସଂରକ୍ଷଣ ରହିବା ଉଚିତ ବୋଲି ସେ କହିଛନ୍ତି । ବହୁଜନ ମୁକ୍ତି ପାର୍ଟି, ବହୁଜନ କ୍ରାନ୍ତି ମୋର୍ଚ୍ଚା ମଧ୍ୟ BAMCEF ଦ୍ୱାରା ଦିଆଯାଇଥିବା ଦେଶବ୍ୟାପୀ ବନ୍ଦ ଡାକରାକୁ ନିଜର ସମର୍ଥନ ଜଣାଇଛନ୍ତି ।

କଣ ରହିଛି ଦାବି

  • ଜାତି ଭିତ୍ତିକ ଜନଗଣନା
  • ନିର୍ବାଚନରେ ଇଭିଏମ୍ ବ୍ୟବହାର ବନ୍ଦ କରିବା
  • ଘରୋଇ କ୍ଷେତ୍ରରେ ଏସସି ଏସଟି ଏବଂ ଓବିସି ସଂରକ୍ଷଣ
  • କୃଷକମାନଙ୍କୁ ଏମଏସପି ଗ୍ୟାରେଣ୍ଟି
  • NRC, CAA, NPR ଲାଗୁ ଉପରେ ରୋକ ଲଗାଇବା
  • ପୁରୁଣା ପେନସନ୍ ସ୍କିମ୍ ଲାଗୁ କରିବା
  • ଓଡ଼ିଶା ଓ ମଧ୍ୟପ୍ରଦେଶରେ ଓବିସି ଆରକ୍ଷଣ ଆଧାରିତ ପଞ୍ଚାୟତ ନିର୍ବାଚନ
  • ଟୀକାକରଣକୁ ବାଦ୍ୟତାମୂଳକ ନ କରିବା
  • ପରିବେଶ ସୁରକ୍ଷା ନାମରେ ଆଦିବାସୀମାନେ ବିସ୍ଥାପିତ ନ କରିବା
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+