ଅଗ୍ନିପଥ ପ୍ରତିବାଦ ଭାରତ ବନ୍ଦ : ଜାତୀୟ ରାଜଧାନୀ ରାଜରାସ୍ତାରେ ଅଟକିଛି ହଜାର ହଜାର ଗାଡ଼ି, ଜନଜୀବନ ଅସ୍ତବ୍ୟସ୍ତ
ଭାରତ ବନ୍ଦ ଯୋଗୁଁ ଦିଲ୍ଲୀରେ ଲୋକମାନେ ଭାରି ଟ୍ରାଫିକ୍ ଜାମର ସମ୍ମୁଖୀନ ହେଉଛନ୍ତି । ସାରହୌଲ ସୀମାରେ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେରେ ବହୁତ ଜାମ ଲାଗି ରହିଛି । ବାସ୍ତବରେ, ଦିଲ୍ଲୀ ପୋଲିସ ଏଠାରେ ଯାନବାହନ ଯାଞ୍ଚ ଆରମ୍ଭ କରିଛି, ଯେଉଁଥିପାଇଁ ଜାମ୍ ବଢିଛି ।
ନୂଆଦିଲ୍ଲୀ : ସେନାରେ ନିଯୁକ୍ତିର ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ସାରା ଦେଶରେ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାର ସେନା ନିଯୁକ୍ତିର ପରିବର୍ତ୍ତନ କରି 'ଅଗ୍ନିପଥ' ଯୋଜନା ଘେଷଣା କରିବା ପରେ ସାରା ଦେଶର ଅନେକ ରାଜ୍ୟରେ ଲକ୍ଷ ଲକ୍ଷ ଯୁବ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶ କରୁଛନ୍ତି । ଫଳରେ ସାରା ଦେଶରେ ଲୋକଙ୍କୁ ଟ୍ରାଫିକ୍ ଜାମର ସମ୍ମୁଖୀନ ହେବାକୁ ପଡ଼ିଛି ।

ବିଶେଷ କରି ଭାରତ ବନ୍ଦ ଯୋଗୁଁ ଦିଲ୍ଲୀରେ ଲୋକମାନେ ଭାରି ଟ୍ରାଫିକ୍ ଜାମର ସମ୍ମୁଖୀନ ହେଉଛନ୍ତି । ସାରହୌଲ ସୀମାରେ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେରେ ବହୁତ ଜାମ ଲାଗି ରହିଛି । ବାସ୍ତବରେ, ଦିଲ୍ଲୀ ପୋଲିସ ଏଠାରେ ଯାନବାହନ ଯାଞ୍ଚ ଆରମ୍ଭ କରିଛି, ଯେଉଁଥିପାଇଁ ଜାମ୍ ବଢିଛି । ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ବିରୋଧ ରହିଛି ଏବଂ ଏହାକୁ ସମର୍ଥନ କରି ଅନେକ ସଂଗଠନ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ।
ଭାରତ ବନ୍ଦ ଡାକରା କୁ ଦୃଷ୍ଟିରେ ରଖି ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିକ୍ଷୋଭପ୍ରଦର୍ଶନ ସ୍ଥାନରେ ପୋଲିସ୍ ମୁତୟନ କରାଯାଇଛି । ଗତ ଦିନରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ମାନେ ହିଂସା ଭିଆଇଥିବାରୁ ପୋଲିସ୍ କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ରେଲ ଷ୍ଟେସନ୍ ରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । GRP ଏବଂ RPF ସଜାଗ ରହିଛନ୍ତି । ସିସିଟିଭି, ଭିଡ଼ିଓ ରୁ ହିଂସା କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications