ଆଜି 12 ଘଣ୍ଚିଆ ଭାରତ ବନ୍ଦ, ଦେଶର ବିଭିନ୍ନ ସ୍ଥାନରେ ରାସ୍ତାରେ ବସିଛନ୍ତି କୃଷକ

ଭାରତ ବନ୍ଦକୁ ସଫଳ କରିବା ପାଇଁ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ଧାରଣା ଦେବା ସହ ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷକ ଆଇନକୁ ବିରୋଧ କରି କୃଷକ ମାନେ କରୁଥିବା ଆନ୍ଦୋଳନକୁ ଆଜି ଚାରି ମାସ ପୁରିଛି । ଏହି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆଜି 12 ଘଣ୍ଚିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସାରା ଦେଶରେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

Bharat-Bandh

ଏହି ଭାରତ ବନ୍ଦ ପାଳନର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି । କୃଷକ ସଙ୍ଗଠନର କର୍ମକର୍ତ୍ତା ମାନେ ଦେଶର ବିଭିନ୍ନ ସହରରେ ରାସ୍ତାରୋକ କରିବା ସହ ବନ୍ଦ ପାଳନ କରୁଛନ୍ତି । ଦିଲ୍ଲୀ ସିଙ୍ଗୁ ସୀମାରେ କୃଷକମାନେ ପିକେଟିଂ କରିବା ସହ ରାସ୍ତାରୋକ କରିଛନ୍ତି । ସେହିପରି ଗାଜିପୁର ସୀମାରେ ଜାତୀୟ ରାଜପଥ 24କୁ ବନ୍ଦ କରିଦିଆଯାଇଛି । ଏହାବ୍ୟତୀତ ଅମ୍ବାଲାର ଜିଟି ରୋଡରେ ମଧ୍ୟ ବନ୍ଦ ପାଳନ କରାଯାଉଛି ।

ଆମ ଆନ୍ଦଳନକୁ ଚାରି ମାସ ପୁରିଛି । ଏହି ବନ୍ଦକୁ ବ୍ୟାପାରୀ, ଟ୍ରାନ୍ସପୋର୍ଟ ଏବଂ ସାଧାରଣ ଲୋକଙ୍କ ସମର୍ଥନ ମିଳିଛି । ଏହା ଦ୍ୱାରା ସରକାରଙ୍କ ନିକଟକୁ ଏକ ବାର୍ତ୍ତା ଯିବ । ଆମେ ସରକାରଙଅକ ସହ ଆଲୋଚନା କରିବାକୁ 24 ଘଣ୍ଚା ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିଅନର ଉତ୍ତରପ୍ରଦେଶ ଅଧ୍ୟକ୍ଷ ରାଜବୀର ସିଂହ ।

ସେହିପରି ଓଡ଼ିଶାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ଭାରତ ବନ୍ଦକୁ ସଫଳ କରିବା ପାଇଁ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ଧାରଣା ଦେବା ସହ ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+