ଅଗ୍ନିପଥ ପ୍ରତିବାଦ ନିଆଁ : ଆଜି ଭାରତ ବନ୍ଦ ଡାକରା, ହାଇ ଆଲର୍ଟରେ RPF ଏବଂ GRP
କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଅଗ୍ନିପଥ' ଯୋଜନାର ଘୋଷଣା ହେବା ପରେ ସାରା ଦେଶର ଅନେର ରାଜ୍ୟରେ ଏହାକୁ ପ୍ରତିବାଦ କରାଯାଇଛି । ଏଥି ମଧ୍ୟରେ ଅଗ୍ନିପଥକୁ ବିରୋଧ କରି ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ 'ଅଗ୍ନିପଥ' ଯୋଜନାର ଘୋଷଣା ହେବା ପରେ ସାରା ଦେଶର ଅନେର ରାଜ୍ୟରେ ଏହାକୁ ପ୍ରତିବାଦ କରାଯାଇଛି । ଏଥି ମଧ୍ୟରେ ଅଗ୍ନିପଥକୁ ବିରୋଧ କରି ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଅଗ୍ନିପଥ ଯୋଜନାରୁ ବିରୋଧ କରୁଥିବା ବିକ୍ଷୋଭକାରୀମାନେ ବିଶେଷ କରି ରେଳବାଇକୁ ବେଶୀ କ୍ଷତି ପହଞ୍ଚାଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି RPF ଏବଂ GRPକୁ ହାଇ ଆଲର୍ରେ ରଖାଯାଇଛି ।

ହିଂସା କରୁଥଇବା ପ୍ରଦର୍ଶନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଉଭୟ ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଆନ୍ଦୋଳନ ନାଁରେ ହିଂସା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ସଂଗୀନ ଧାରାରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ଏଥିସହ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ମୋବାଇଲ, ସିସିଟିଭି, କ୍ୟାମେରାରେ କଏଦ ହୋଇଥିବା ଚିତ୍ରକୁ ଡିଜିଟାଲ ସାକ୍ଷୀ ଭାବେ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବନ୍ଦ ସମୟରେ ଅଧିକ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ସୁରକ୍ଷାକର୍ମୀଙ୍କୁ ସେଫ୍ଟି ଗିୟର ପିନ୍ଧିବାକୁ କୁହାଯାଇଛି । ଯେଉଁ ଷ୍ଟେସନ ଗୁଡିକ ସମ୍ବେଦନଶୀଳ ସେ ସ୍ଥାନକୁ ବାରମ୍ବାର ଗସ୍ତ କରି ନିରିକ୍ଷଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ପ୍ରଦେଶ ସମେତ 13 ଟି ରାଜ୍ୟକୁ ଆଲର୍ଟ କରାଯାଇଛି । ଭାରତ ବନ୍ଦ ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି ।
ଅନେକ କୋଚିଂ ସେଣ୍ଟର ଏବଂ ହ୍ୱାଟସ୍ଆପ୍ ଗ୍ରୁପ ମାଧ୍ୟମରେ ହିଂସା ଭିଆଇବା ନେଇ ସୂଚନା ମିଳିବା ପରେ ଭିଡିଓ ଓ ଅଡିଓ କ୍ଲିପ୍ ଏବଂ ମୋବାଇଲ ଡାଟାକୁ ଭିତ୍ତି କରି ବିହାର ପୁଲିସ ସେମାନଙ୍କର ଭୂମିକା ବିଷୟରେ ମଧ୍ୟ ଯାଞ୍ଚ କରୁଛି । ଗତ ତିନି ଦିନ ଭିତରେ ଭିଡିଓ ଫୁଟେଜକୁ ଭିତ୍ତି କରି ବିହାରର ପ୍ରାୟ 700 ହିଂସାକାରୀଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଅନେକେ ଗତ ଛଅମାସ ତଳେ ରେଲୱେ ନିଯୁକ୍ତି ବୋର୍ଡ ଅଣବୈଷୟିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବୋର୍ଡ ବିରୋଧରେ ଆନ୍ଦୋଳନ କରିଥିଲେ । ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନା ପୁଲିସ ସୁବ୍ବାରାଓଙ୍କ କୋଚିଂ ସେଣ୍ଟରଗୁଡ଼ିକରେ ପାଠ ପଢ଼ୁଥିବା ପ୍ରାୟ 100 ଜଣଙ୍କୁ ଚିହ୍ନଟ କରିଛି, ଯେଉଁମାନେ ସିକନ୍ଦରାବାଦରେ ହିଂସାତ୍ମକ ପ୍ରତିବାଦ କରିଥିଲେ ।












Click it and Unblock the Notifications