କୃଷକ ଆନ୍ଦୋଳନର ଭାରତ ବନ୍ଦ ଡାକରା : ଯାନବାହାନ ଚଳାଚଳ ପ୍ରଭାବିତ
କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ପୁଣି ଥରେ ସ୍ୱର ଉତ୍ତୋଳନ କରୁଛି । କୃଷକ ସଂଗଠନ ଆଜି (27 ସେପ୍ଟେମ୍ବର) ଭାରତ ବନ୍ଦ ଡାକରା ଦେଇଛି । କୃଷକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ପୁଣି ଥରେ ସ୍ୱର ଉତ୍ତୋଳନ କରୁଛି । କୃଷକ ସଂଗଠନ ଆଜି (27 ସେପ୍ଟେମ୍ବର) ଭାରତ ବନ୍ଦ ଡାକରା ଦେଇଛି । କୃଷକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅନେକ ସ୍ଥାନରେ ଚକ୍କା ଜାମ କରିବା ସହ ରେଳ ଧାରଣା ଉପରେ କୃଷକମାନେ ବିରୋଧ କରୁଛନ୍ତି ।

ଏହି ବନ୍ଦର ପ୍ରଭାବ ସକାଳ 6 ଟାରୁ ଅପରାହ୍ନ 4 ପର୍ଯ୍ୟନ୍ତ ରହିବ । ଆନ୍ଦୋଳନ ପାଇଁ ଗାଁରୁ ଚାଷୀ ମାନଙ୍କୁ ସହୋଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଛି । 40 କୃଷକ ସଂଗଠନର ଏକ ସଂଗଠନ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଦେଶର ସମସ୍ତ ଲୋକଙ୍କୁ ଏହି ବନ୍ଦରେ ଯୋଗଦେବାକୁ ନିବେଦନ କରିଛି । ଏହା ସହିତ ସମସ୍ତ ରାଜନୈତିକ ଦଳ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଭାରତ ବନ୍ଦରେ ଯୋଗଦେବା ପାଇଁ ଆଗରୁ ନିବେଦନ କରାଯାଇଛି ।
ଏଥିପାଇଁ ଦେଶବ୍ୟାପୀ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ, ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ତଥା ସର୍ବସାଧାରଣ କାର୍ଯ୍ୟକ୍ରମ ଓ ଉତ୍ସବ ବନ୍ଦ କରାଇବା ପାଇଁ ସଙ୍ଗଠନ କହିଛି । କୃଷକମାନେ ଦେଇଥିବା ଭାରତ ବନ୍ଦ ଡାକରା ସମ୍ପର୍କରେ ଆଜି 'ଭାରତୀୟ କିଷାନ୍ ୟୁନିୟନ୍'ର (ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି ଯେ, ସେମାନେ କିଛି ବନ୍ଦ କରି ନାହାନ୍ତି, କେବଳ ବାର୍ତ୍ତା ଦେବାକୁ ଚାହାଁନ୍ତି । ଆମ୍ବୁଲାନ୍ସ୍, ଡାକ୍ତର ଏବଂ ଜରୁରୀ ପାସ୍ଧାରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ । ଏବେ ଦୋକାନ ବନ୍ଦ ରଖି ଅପରାହ୍ଣ 4ଟା ପରେ ଖୋଲିବାକୁ ଆମେ ଦୋକାନୀମାନଙ୍କୁ ନିବେଦନ କରିଛୁ । ଏଠାକୁ ବାହାରୁ କୌଣସି କୃଷକ ଆସୁ ନାହାନ୍ତି ।

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଚାଲିଥିବା ଆନ୍ଦୋଳନର ଦଶମାସ ଶେଷ ହେବା ପରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ମୋଦୀ ସରକାରଙ୍କ ବିରୋଧରେ ଭାରତ ବନ୍ଦର ଆହ୍ୱାନ ଦେଇଛି । ଭାରତୀୟ କିଷାନ ୟୁନିଅନ ୟୁପି ରାଜ୍ୟ ସଭାପତି ରାଜଭୀର ସିଂ ଯାଦବ କହିଛନ୍ତି ଯେ ଆନ୍ଦୋଳନ ସ୍ଥଳରେ ବହୁ ସଂଖ୍ୟକ କୃଷକ ଉପସ୍ଥିତ ଅଛନ୍ତି । କେବଳ ସେହି କୃଷକମାନେ ଭାରତ ବନ୍ଦରେ ଯୋଗଦେବେ । ୟୁପି ଜିଲ୍ଲାର କୃଷକମାନେ ସେଦିନ ଆନ୍ଦୋଳନ ସ୍ଥଳକୁ ଆସିବେ ନାହିଁ ।
ବନ୍ଦ ସମୟରେ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବା ବନ୍ଦ ହେବ ନାହିଁ । ଆନ୍ଦୋଳନକାରୀ ଚାଷୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଆମ୍ବୁଲାନ୍ସର ସାଇରନର ଶବ୍ଦ ଶୁଣିବା ମାତ୍ରେ ଆମ୍ବୁଲାନ୍ସକୁ ତୁରନ୍ତ ରାସ୍ତା ଦିଆଯିବ । ମାଲବାହୀ ମୋଟର ଯାନକୁ ଦିଲ୍ଲୀର ଭିତରେ କିମ୍ବା ବାହାରେ ଅନୁମତି ଦିଆଯିବ ନାହିଁ । ଅନେକ ବେସରକାରୀ ପରିବହନ ସଙ୍ଗଠନ ମିଳିତ କିଷାନ ମୋର୍ଚ୍ଚା ସମର୍ଥନରେ ଏକାଠି ହୋଇଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications