କୃଷକ ଆନ୍ଦୋଳନକୁ ନେଇ ଭାନୁ ପ୍ରତାପଙ୍କ ବଡ ଖୁଲାସା, ଆନ୍ଦୋଳନକାରୀଙ୍କୁ ପାଣ୍ଠି ଯୋଗାଉଛି କଂଗ୍ରେସ

ସିଙ୍ଗୁ ସୀମା, ଗାଜିପୁର ସୀମା ଏବଂ ଟିକରୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ସବୁକୁ କଂଗ୍ରେସ କିଣିନେଇଛି କିମ୍ବା କଂଗ୍ରେସ ପଠାଇଥିବା ସଙ୍ଗଠନ ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି କାନୁନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣାରେ ବସିଥିବା ଆନ୍ଦୋଳନକୁ 111 ଦିନ ପୂରିଯାଇଛି । ଏହି ସମୟରେ ଭାରତୀୟ କୃଷକ ୟୁନିଅନ୍ କୃଷକ ଆନ୍ଦୋଳନ ଉପରେ ଗମ୍ଭୀର ଅଭିଯୋଗ କରିଛି । ଏହାର ରାଷ୍ଟ୍ରୀୟ ସଭାପତି ଭାନୁ ପ୍ରତାପ ସିଂ କହିଛନ୍ତି ଯେ ସିଙ୍ଗୁ ସୀମା, ଗାଜିପୁର ସୀମା ଏବଂ ଟିକରୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ସବୁକୁ କଂଗ୍ରେସ କିଣିନେଇଛି କିମ୍ବା କଂଗ୍ରେସ ପଠାଇଥିବା ସଙ୍ଗଠନ । ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ ଭାନୁ ପ୍ରତାପ ସିଂ କହିଛନ୍ତି ଯେ, ଜାନୁଆରୀ 26 ରେ ଆମେ ଜାଣିବାକୁ ପାଇଲୁ ଯେ ଏହି ସଂଗଠନଗୁଡିକୁ କଂଗ୍ରେସ ପାଣ୍ଠି ଯୋଗାଉଛି ।

bhanu-pratap-singh

ଭାନୁ ପ୍ରତାପ ସିଂ ଦାବି କରିଛନ୍ତି ଯେ, ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଜାନୁଆରୀ 26 ରେ ଲାଲକିଲ୍ଲାରେ ଦ୍ୱିତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ପୋଲିସ୍ ଉପରେ ଆକ୍ରମଣ କରାଯାଇଥିଲା, ସେହି ଦିନ ଆମେ ସ୍ଥିର କରିଥିଲୁ ଯେ ଆମେ ଏହା ସହ ରହିବୁ ନାହିଁ । ଆମେ ସେହି ସମୟରେ ସେଠାରୁ ଓହରି ଯାଇଥିଲୁ । ଆପଣଙ୍କୁ କହି ରଖୁଛୁ, ଭାନୁ ପ୍ରତାପ ସିଂ ପୂର୍ବରୁ ମଧ୍ୟ ରାକେଶ ଟିକାୟତଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଏହାପୂର୍ବରୁ ଭାନୁ ପ୍ରତାପ ସିଂ କହିଥିଲେ ଯେ, ରାକେଶ ଟିକାୟତ୍ ଟଙ୍କା ବାଲା ଲୋକ । ସେ ଯୁଆଡ଼େ ଚାହିଁବେ ଯାଇପାରିବେ । ଲଣ୍ଡନ, ଆମେରିକା ଯାଆନ୍ତୁ କିମ୍ବା ଜାପାନ ଅବା ଚନ୍ଦ୍ରକୁ ଯାଆନ୍ତୁ । ମୋର ସେଥିରେ କଣ ଯାଏ ଆସେ ?

ଜାଣିରଖନ୍ତୁ, ରାକେଶ ବିଭିନ୍ନ ଜିଲ୍ଲାର କିଷାନ ମହାପଞ୍ଚାୟତକୁ ଯିବାକୁ ନେଇ ଭାନୁ ପ୍ରତାପ ଏହି ବୟାନ ଦେଇଥିଲେ । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ରାକେଶ ବର୍ତ୍ତମାନ ବିଜେପି ବିରୋଧରେ ପ୍ରଚାର କରୁଛନ୍ତି । ଶନିବାର ଦିନ ରାକେଶ କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଟିଏମସି ରାଜ୍ୟସଭା ସାଂସଦ ଡୋଲା ସେନ୍ ସ୍ୱାଗତ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ପ୍ରଚାର କରିବା ପାଇଁ ସେ ମହାପଞ୍ଚାୟତରେ ସମ୍ବୋଧିତ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+