Get Updates
Get notified of breaking news, exclusive insights, and must-see stories!

ମଧ୍ୟପ୍ରଦେଶରେ ବସ୍-କାର ମୁହାଁମୁହିଁ ଧକ୍କା, 11 ଜଣଙ୍କର ମୃତ୍ୟୁ

ନଭେମ୍ବର 3 ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଏବଂ ଏକ କାର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ଭୋପାଳ : ମଧ୍ୟପ୍ରଦେଶର ବୈତୁଲରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ଆସିଛି । ନଭେମ୍ବର 3 ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଏବଂ ଏକ କାର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କର।ଯାଇଛି । ଏଥିସହିତ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତକଙ୍କ ମଧ୍ୟରେ 5 ପୁରୁଷ, 4 ମହିଳା ଏବଂ ଦୁଇ ଶିଶୁ ଅଛନ୍ତି ।

accident

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ବୈତୁଲ ଏସପି ସିମଲା ପ୍ରସାଦ କହିଛନ୍ତି ଯେ ଗୁରୁବାର ବିଳମ୍ବିତ ରାତି ପ୍ରାୟ 2 ଟା ସମୟରେ ଏକ ଘରୋଇ ବସ୍ ଏବଂ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ରର ଅମରାବତୀରୁ ଲୋକ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ପାଇବା ପରେ ବୈତୁଲ କଲେକ୍ଟର ଏବଂ ଏସପିଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶୀଘ୍ର ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ଏହି ସମୟରେ ପୋଲିସ କାରରୁ 7 ଜଣଙ୍କ ମୃତଦେହ ବାହାର କରିଥିଲା । ଏହାପରେ କାରକୁ କାଟି ଅନ୍ୟ ଚାରି ଜଣଙ୍କ ମୃତଦେହକୁ ବାହାର କରିବାକୁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+