ବେଙ୍ଗାଲୁରୁ ବନ୍ୟା : ଆଜି ବି ୟେଲୋ ଆଲର୍ଟ ଜାରି, ସ୍କୁଲ-କଲେଜ ବନ୍ଦ, ବୈଠକ ଡାକିଲେ ଆଇଟି ମନ୍ତ୍ରୀ
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେବା ପରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ ପାଣି ଜାମି ରହି ଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ତେଣୁ ସେଠାରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ କରିବାକୁ ପଡିଛି ।
ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେବା ପରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ ପାଣି ଜାମି ରହି ଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ତେଣୁ ସେଠାରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ କରିବାକୁ ପଡିଛି ।
ଅନେକ ବିଦ୍ୟାଳୟରେ ମିଡ୍ ଟର୍ମ ପରୀକ୍ଷା ଚାଲିଥିଲା, ବନ୍ୟା ହେତୁ ଏହାକୁ ବାତିଲ କରିବାକୁ ପଡିଛି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହି ଥିବାରୁ ବସ୍ ଏବଂ କାର ଚଳାଚଳ ପ୍ରଭାବିତ ହୋଇଛି । ସ୍କୁଲ ବସ୍ ଚାଲିବାକୁ ସକ୍ଷମ ନୁହଁନ୍ତି, ଯେଉଁ କାରଣରୁ ପରୀକ୍ଷା ସ୍ଥଗିତ ରଖାଯାଇଛି ।

ଆଇଟି ଏବଂ ବିଟି ମନ୍ତ୍ରୀ ସିଏନ୍ ଅଶ୍ୱସ୍ଥନାରାୟଣ ଆଜି ସନ୍ଧ୍ୟା 5 ଟାରେ ଅନେକ ସଫ୍ଟୱେର୍ କମ୍ପାନୀର ମୁଖ୍ୟଙ୍କ ପ୍ରତିନିଧୀଙ୍କୁଏକ ବୈଠକ ଡାକିଛନ୍ତି । ଏଥିରେ ପ୍ରବଳ ବର୍ଷା ହେତୁ ହୋଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ । ଏହି ବୈଠକରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ବୃହତ ବେଙ୍ଗାଲୁରୁ ମହାନଗର ପାଳିକାର ମୁଖ୍ୟ କମିଶନର, ବାଙ୍ଗାଲୋର ଜଳ ପ୍ରାଧିକରଣର ଅଧିକାରୀ, ନଗର କମିଶନର ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେବେ ।
ପରିସ୍ଥିତି ଏପରି ହୋଇଛି ଯେ ଜଳମଗ୍ନ ଅଞ୍ଚଳ ପାଇଁ SDRF ଦଳ ଡଙ୍ଗାର ସାହାଯ୍ୟ ନେଉଛନ୍ତି । ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବାରୁ କର୍ମଚାରୀ ମାନେ ଟ୍ରାକ୍ଟରର ଯୋଗେ ଅଫିସ୍ ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆପଣଙ୍କୁ କହିରଖୁଛୁ ଯେ ପାଣିପାଗ ବିଭାଗ ଏଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ପ୍ରକାଶ କରିଛି ଏବଂ ସେପ୍ଟେମ୍ବର 9 ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି ।












Click it and Unblock the Notifications