Get Updates
Get notified of breaking news, exclusive insights, and must-see stories!

ମମତା ସରକାରଙ୍କ ବଡ ନିଷ୍ପତ୍ତି, ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି

ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ସ୍ଥାନ ଗ୍ରହଣ କରିବେ ଏବଂ ରାଜ୍ୟ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟର କୁଳପତି ହେବେ । ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି ।

କୋଲକାତା : ରାଜ୍ୟ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟର କୁଳପତି ରହିବେ ନାହିଁ ରାଜ୍ୟପାଳ । ରାଜ୍ୟପାଳଙ୍କ ସ୍ଥାନ ନେବେ ମୁଖ୍ୟମନ୍ତ୍ରୀ । ଏନେଇ ଏକ ବଡ଼ ନିଷ୍ପତ୍ତି ନେଇି ପଶ୍ଚିମବଙ୍ଗର ମମତା ବାନାର୍ଜୀ କ୍ୟାବିନେଟ୍ । ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ସ୍ଥାନ ଗ୍ରହଣ କରିବେ ଏବଂ ରାଜ୍ୟ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟର କୁଳପତି ହେବେ । ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି । ଏହି ଆଇନରେ ସଂଶୋଧନ ପାଇଁ ଏହାକୁ ବିଧାନସଭାକୁ ନିଆଯିବ ବୋଲି ସେ କହିଛନ୍ତି ।

Mamata Banerjee

ମମତା ସରକାରଙ୍କ ମନ୍ତ୍ରୀ ବ୍ରତ୍ୟା ବାସୁ ଆଜି କହିଛନ୍ତି ଯେ ଆଜି ଆମେ ନିଷ୍ପତ୍ତି ନେଇଛୁ ଯେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ରାଜ୍ୟପାଳ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀ ହେବେ । ଏହି ପରିପ୍ରେକ୍ଷୀରେ ବିଧାନସଭାରେ ଏକ ସଂଶୋଧନ ବିଲ୍ ଅଣାଯିବ । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କ ସହ ହୋଇଥିବା ବିବାଦର ପୃଷ୍ଠଭୂମିରେ ଏହି ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପୁଣିଥରେ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦକୁ ବଢାଇ ଦେଇଛି ।

ରାଜ୍ୟପାଳ ଜଗଦୀପ ଧନଖଡ଼ ଏହା ପୂର୍ବରୁ ଅଭିଯୋଗ କରିଥିଲେ ଯେ ରାଜ ଭବନଙ୍କ ସହମତି ବିନା ରାଜ୍ୟ ସରକାର ଅନେକ କୁଳପତିଙ୍କୁ ନିଯୁକ୍ତ କରିଛନ୍ତି । ବେଙ୍ଗଲରେ ସିଏମ୍ ମମତା ଏବଂ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ବିବାଦ ନୂଆ ନୁହେଁ । ଅନେକ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଛି । ମମତା ରାଜ୍ୟପାଳଙ୍କ ଉପରେ ସିଧାସଳଖ କେନ୍ଦ୍ରର ଆଦେଶ ଅନୁସାରେ କାମ କରୁଥିବା ଅଭିଯୋଗ କରିଛନ୍ତି । ଏଥିସହିତ ରାଜ୍ୟପାଳ କହିଛନ୍ତି ଯେ ସେ ଯାହା ବି କରନ୍ତି ତାହା ସମ୍ବିଧାନ ଅନୁଯାୟୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+