ଚାଇନାର ଟଙ୍କାରେ ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି ବିବିସି ! ୟୁକେ ୱେବସାଇଟ ଦର୍ଶାଇ ସାଂସଦଙ୍କ ଦାବି
ରାଜ୍ୟସଭା ସାଂସଦ ମହେଶ ଜେଠମାଲାନି ବ୍ରିଟିଶ ୱେବସାଇଟ ଦର୍ଶାଇ ଅଭିଯୋଗ କରିଛନ୍ତି ଯେ ବିସିସିର ଅର୍ଥର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଚୀନ୍ କମ୍ପାନୀଗୁଡିକରୁ ଟଙ୍କା ନେଉଛି । ସେ ଏହି ବିବାଦକୁ 'କ୍ୟାସ୍ ଫର୍ ପ୍ରୋପାଗଣ୍ଡା ଡିଲ୍' ବୋଲି କହିଛନ୍ତି ।

ନୂଆଦିଲ୍ଲୀ: ଗୁଜୁରାଟ ଗୋଦ୍ରା ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ମାମଲା ଥମିବାର ନାଁ ନେଉନାହିଁ । ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଏହା ଏକ ଯୋଜନା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏପରିକି ଏହାର ଲିଙ୍କ ସେୟାର ଉପରେ ମଧ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଅପରପକ୍ଷରେ ଏହି ପ୍ରତିବନ୍ଧକକୁ ବିରୋଧ କରିଛନ୍ତି ଅନେକ ବିରୋଧୀ ଦଳ ।
ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସୁଛି, ଏଥିରେ ଦାବି କରାଯାଇଛି ଯେ, ବିବିସି ଚୀନ୍ ଠାରୁ ଟଙ୍କା ନେଇ ଏପରି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି ।
ରାଜ୍ୟସଭା ସାଂସଦ ମହେଶ ଜେଠମାଲାନି ବ୍ରିଟିଶ ୱେବସାଇଟ ଦର୍ଶାଇ ଅଭିଯୋଗ କରିଛନ୍ତି ଯେ ବିସିସିର ଅର୍ଥର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଚୀନ୍ କମ୍ପାନୀଗୁଡିକରୁ ଟଙ୍କା ନେଉଛି । ସେ ଏହି ବିବାଦକୁ 'କ୍ୟାସ୍ ଫର୍ ପ୍ରୋପାଗଣ୍ଡା ଡିଲ୍' ବୋଲି କହିଛନ୍ତି । ସେ ଖୋଲାଖୋଲି ଭାବେ ନାଁ ନେଇନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ରର ଅଂଶ ହୋଇପାରେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ସେ ଚୀନ୍ ର ଯେଉଁ ଟେକ୍ନୋଲୋଜି କମ୍ପାନୀ Huawei ର ନାଁ ନେଇଛନ୍ତି, ପୂର୍ବରୁ ସୁରକ୍ଷା ଚ୍ୟାଲେଞ୍ଜକୁ ନେଇ ସନ୍ଦେହ ଘେରରେ ରହିଛି ।
ରାଜ୍ୟସଭା ସାଂସଦ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ମହେଶ ଜେଠମାଲାନି ଏହି ବିବାଦୀୟ ବିବିସି ସିରିଜକୁ ଚାଇନାର କମ୍ପାନୀ Huawei ସହିତ ଯୋଡିଛନ୍ତି । ବିସିସି ସିରିଜରେ 2002 ର ଗୁଜୁରାଟ ଦଙ୍ଗା ସମୟରେ ମୋଦୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରାଯାଇଛି । ଏହାକୁ ଭାରତ ସରକାର ପ୍ରଚାରର ଏକ ଅଂଶ ବୋଲି କହିଛନ୍ତି ଏବଂ ଏହାକୁ ନେଇ ଏକ ବଡ ଆପତ୍ତି ଉଠାଇଛନ୍ତି । କିନ୍ତୁ, ଜେଥମାଲାନି ଦି ସ୍ପେକ୍ଟେଟର ର ସେୟାର କରିଥିବା ଲିଙ୍କକୁ ନେଇ ସ୍ପଷ୍ଟ ଭାବରେ ଅଭିଯୋଗ କରିଛନ୍ତି ଯେ ବ୍ରିଟିଶ ସରକାର ବ୍ରଡକାଷ୍ଟରକୁ ନିଷିଦ୍ଧ କରିବା ସତ୍ତ୍ୱେ ହୁୱାଇ ଠାରୁ ଟଙ୍କା ନେଇଛନ୍ତି ।
spectator.co.uk ରିପୋର୍ଟକୁ ସେୟାର କରି ରାଜ୍ୟସଭା ସାଂସଦ ମହେଶ ଟ୍ୱିଟ୍ କରି କହିଛନ୍ତି, 'ବିବିସି କାହିଁକି ଏତେ ଭାରତ ବିରୋଧୀ ? କାରଣ ଏହା ଚୀନ୍ ସରକାର ସହ ଜଡ଼ିତ ହୁୱାଇ ଠାରୁ ଅର୍ଥ ଆବଶ୍ୟକ କରେ ଏବଂ ପରବର୍ତ୍ତୀ ଏଜେଣ୍ଡାକୁ ଆଗକୁ ବଢାଇଥାଏ । ଏହା ଏକ ସାଧାରଣ ନଗଦ-ପ୍ରଚାର ପ୍ରସାର କାରବାର । ବିବିସି ବିକ୍ରି ହେଉଛି ।'
Why is #BBC so anti-India? Because it needs money desperately enough to take it from Chinese state linked Huawei (see link) & pursue the latter’s agenda (BBC a fellow traveller, Comrade Jairam?)It’s a simple cash-for-propaganda deal. BBC is up for sale https://t.co/jSySg542pl
— Mahesh Jethmalani (@JethmalaniM) January 31, 2023
ମହେଶ ଜେଠମାଲାନୀ ସେୟାର କରିଥିବା ସ୍ପେକ୍ଟେଟରର ରିପୋର୍ଟର ହେଡଲାଇନ ରହିଛି 'ବିବିସି ଅନୁମୋଦିତ ହୁଆୱେରୁ ଟଙ୍କା ନେଉଛି' । ଅଭିଯୋଗ ହୋଇଛି ଯେ ସୁରକ୍ଷା ଦୃଷ୍ଟିରୁ 2019 ରେ ଆମେରିକା ଏବଂ ବ୍ରିଟେନକୁ 2020 ରେ 5G ନେଟୱାର୍କରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା, ତଥାପି ବିସିସି ସହଭାଗିତା ରହିଛି ଏବଂ ସେ ଟଙ୍କା ନେଉଛି ।
ଏହି ସମୟରେ ବିସିସିଆଇ ଡକ୍ୟୁମେଣ୍ଟାରୀ ସହ ଜଡିତ ବିବାଦ ସୋମବାର ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି । ବରିଷ୍ଠ ସାମ୍ବାଦିକ ଏନ ରାମ, ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କେନ୍ଦ୍ର ସରକାରଙ୍କ ଏହି ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରିଛନ୍ତି । ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହାର ଶୁଣାଣି ପାଇଁ ଫେବୃଆରୀ 6 ତାରିଖ ଧାର୍ଯ୍ୟ କରିଛି । ଅନ୍ୟପକ୍ଷରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବିସିସିର ବିବାଦୀୟ ସିରିଜ ମାମଲାକୁ ଆଣି ସୁପ୍ରିମକୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ ହେଉଛି ବୋଲି କହିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications