ବିବିସି ଡକ୍ୟୁମେଣ୍ଟାରୀ ବିବାଦ ଉପରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, 3 ସପ୍ତାହ ମଧ୍ୟରେ ମାଗିଲେ ଜବାବ
ବିବିସି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ମାମଲାରେ ସୁପ୍ରିମକୋର୍ଟ ତିନି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରେଲରେ ହେବ ।

ନୂଆଦିଲ୍ଲୀ: ଗୁଜୁରାଟ ଗୋଦ୍ରା ଦଙ୍ଗା 2002 ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଏହାର ପ୍ରସାରଣ ଓ ଲିଙ୍କ୍ ସେୟାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିସଲା । ଏହି ସମୟରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ତିନି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରେଲରେ ହେବ ।
2002 ଗୁଜୁରାଟ ଦଙ୍ଗା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀର ଟେଲିକଷ୍ଟକୁ ରୋକିବା ପାଇଁ କେନ୍ଦ୍ରର ଏକ ଚ୍ୟାଲେଞ୍ଜର ଶୁଣାଣି ପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ରକୁ ଏହାର ଜବବା ଦାଖଲ କରିବାକୁ କହିଛନ୍ତି । କେନ୍ଦ୍ର ସରକାର ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାକୁ ନେଇ ଅନେକ ଦଳର ନେତା ବିରୋଧ କରିଥିଲେ । ଏପରିକି ଟିଏମସି ନେତା ମୋହୁଆ ମୋଇତ୍ରା ଡକ୍ୟୁମେଣ୍ଟାରୀରର ଲିଙ୍କ ଟ୍ୱିଟରରେ ସେୟାର କରିଥିଲେ ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଟିଏମସି ସାଂସଦ ମୋହୁଆ ମୋଇତ୍ରା, ବରିଷ୍ଠ ସାମ୍ବାଦିକ ଏନ ରାମ ଏବଂ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସେମାନଙ୍କ ଆବେଦନରେ ଏହି ଲୋକମାନେ 'ସୂଚନା ଗ୍ରହଣ ଏବଂ ପ୍ରସାରଣ' ଅଧିକାରକୁ ହ୍ରାସ ନକରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରିଛନ୍ତି । ଏହି ବିବିସି ଡକ୍ୟୁମେଣ୍ଟାରୀର ନାମ ହେଉଛି 'ଇଣ୍ଡିଆ : ମୋଦୀ ଦ କ୍ୱେଶ୍ଚିନ୍', ଯାହା ପ୍ରଥମ ଦିନରୁ ଆନ୍ତର୍ଜାତୀୟ ସ୍ତରରେ ବିବାଦରେ ରହିଆସିଛି ।












Click it and Unblock the Notifications