For Quick Alerts
Turn On Notification  
For Daily Alerts
Oneindia App Download

ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ନେଇ ଜେଏନୟୁରେ ହଙ୍ଗାମା, ଛାତ୍ରଙ୍କ ଉପରେ ପଥରମାଡ଼

ପିଏମ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ବନ୍ଦ କରିବା ପାଇଁ ଜେଏନୟୁ ପ୍ରଶାସନ ଛାତ୍ର ସଂଘ କାର୍ଯ୍ୟାଳୟକୁ ବିଦ୍ୟୁତ ଯୋଗାଣ ବନ୍ଦ କରି ଇଣ୍ଟରନେଟ ସଂଯୋଗ ବନ୍ଦ କରିଦେଇଛି । ଛାତ୍ର ଗୋଷ୍ଠୀ ଉପରେ ମଧ୍ୟ ପଥର ମାଡ଼ ହୋଇଛି ।

|
JNU

ନୂଆଦିଲ୍ଲୀ: ଭାରତରେ ପ୍ରତିବନ୍ଧିତ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ନେଇ ଜେଏନୟୁ କ୍ୟାମ୍ପସରେ ହଙ୍ଗାମା । କିଛି ଛାତ୍ର ସଙ୍ଗଠନ ଏହାକୁ ପ୍ରଦର୍ଶିତ କରିବା ପରେ କ୍ୟାମ୍ପସରେ ଉତ୍ତେଜନା ବୃଦ୍ଧି ପାଇଛି । ଏପରିକି ଡକ୍ୟୁମେଣ୍ଟାରୀ ଦେଖୁଥଇବା ଛାତ୍ରଙ୍କ ଉପରକୁ ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ଏହା ପରେ କ୍ୟାମ୍ପସରେ ହଙ୍ଗାମା ଦେଖିବାକୁ ମିଳିଛି । କ୍ୟାମ୍ପସ୍ ବାହାରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

ଅଭିଯୋଗ ହୋଇଛି ଯେ ପିଏମ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ବନ୍ଦ କରିବା ପାଇଁ ଜେଏନୟୁ ପ୍ରଶାସନ ଛାତ୍ର ସଂଘ କାର୍ଯ୍ୟାଳୟକୁ ବିଦ୍ୟୁତ ଯୋଗାଣ ବନ୍ଦ କରି ଇଣ୍ଟରନେଟ ସଂଯୋଗ ବନ୍ଦ କରିଦେଇଛି । ଛାତ୍ର ଗୋଷ୍ଠୀ ଉପରେ ମଧ୍ୟ ପଥର ମାଡ଼ ହୋଇଛି ।

ସୂଚନାନୁସାରେ, ଜେଏନୟୁ ଛାତ୍ର ସଂଗଠନ ମଙ୍ଗଳବାର ରାତି 9 ଟାରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିବାକୁ ଚାହୁଁଥିଲା । କିନ୍ତୁ ପ୍ରଶାସନ ଏହାକୁ ଅନୁମତି ଦେଇ ନଥିଲା । ବାମପନ୍ଥୀ ଛାତ୍ର ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଆୟଶୀ ଘୋଷ ଅଭିଯୋଗ କରିଛନ୍ତି ଯେ ଏହି ବ୍ଲାକଆଉଟ୍ ପାଇଁ ପ୍ରଶାସନ ଦାୟୀ ।

ଏହା ପରେ ଛାତ୍ର ସଙ୍ଗଠନ ଉପରେ ପଥର ମାଡ଼ ହୋଇଥିଲା । କୁହାଯାଉଛି ଯେ ଏବିଭିପି ଏବଂ ବାମପନ୍ଥୀ ଛାତ୍ରଙ୍କ ମଧ୍ୟରେ ଏହି ପଥର ମାଡ଼ ହୋଇଛି । ଏହା ପରେ ବିଳମ୍ବିତ ରାତିରେ ଛାତ୍ରଗୋଷ୍ଠୀ କ୍ୟାମ୍ପସ ଭିତରେ ଏକ କାଫେଟେରିଆରେ ପହଞ୍ଚି ନିଜ ସେଲଫୋନରେ ଡକ୍ୟୁମେଣ୍ଟାରୀ ଡାଉନଲୋଡ୍ କରି ଦେଖିଥିଲେ । ପଥର ମାଡ଼ ପରେ ଜେଏନୟୁ ଛାତ୍ରମାନେ ବସନ୍ତ କୁଞ୍ଜ ପୋଲିସ ଷ୍ଟେସନ ଅଭିମୁଖେ ମାର୍ଚ୍ଚ କରିଥିଲେ ।

ପଥର ମାଡ଼ ନେଇ ହୋଇଥିବା ଅଭିଯୋଗରେ ଏବିଭିପି ସଂଗଠନ ଗୌରବ କୁମାର କହିଛନ୍ତି ଯେ ଆମେ ପଥର ଫିଙ୍ଗି ନାହୁଁ । ଅଭିଯୋଗ କରୁଥିବା ଏହି ଲୋକମାନଙ୍କ ନିକଟରେ ଆମେ ପଥର ମାଡ଼ କରିଥିବା ନେଇ କିଛି ପ୍ରମାଣ ଅଛି କି ? ଏହି ଘଟଣାରେ ଦିଲ୍ଲୀ ପୋଲିସ କହିଛି ଯେ ଯଦି ଆମେ ଜେଏନୟୁର କୌଣସି ପକ୍ଷରୁ କିଛି ଅଭିଯୋଗ ପାଉ, ତେବେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଉଲ୍ଲେଖଯୋଗ୍ୟ, ବିବିସିର 'ଇଣ୍ଡିଆ: ଦ ମୋଦୀ କ୍ୱେଶ୍ଚିନ୍' ଡକ୍ୟୁମେଣ୍ଟାରୀ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ । ଏହା ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହା ପରେ ଏହି ଡକ୍ୟୁମେଣ୍ଟାରୀକୁ ନେଇ ଦେଶରେ ଅନେକ ବିବାଦ ଲାଗି ରହିଛି । ବିରୋଧୀ ମଧ୍ୟ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । କିନ୍ତୁ ଏହା ପୂର୍ବରୁ ହାଇଦ୍ରାବାଦ୍ ୟୁନିଭର୍ସିଟିରେ ମଧ୍ୟ ଏହି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହେବା ନେଇ ବିବାଦ ଦେଖାଦେଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BBC Documentary Row: Stone pelting On Students For screening Of BBC Documentary
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X