ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ନେଇ ଜେଏନୟୁରେ ହଙ୍ଗାମା, ଛାତ୍ରଙ୍କ ଉପରେ ପଥରମାଡ଼
ପିଏମ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ବନ୍ଦ କରିବା ପାଇଁ ଜେଏନୟୁ ପ୍ରଶାସନ ଛାତ୍ର ସଂଘ କାର୍ଯ୍ୟାଳୟକୁ ବିଦ୍ୟୁତ ଯୋଗାଣ ବନ୍ଦ କରି ଇଣ୍ଟରନେଟ ସଂଯୋଗ ବନ୍ଦ କରିଦେଇଛି । ଛାତ୍ର ଗୋଷ୍ଠୀ ଉପରେ ମଧ୍ୟ ପଥର ମାଡ଼ ହୋଇଛି ।

ନୂଆଦିଲ୍ଲୀ: ଭାରତରେ ପ୍ରତିବନ୍ଧିତ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ନେଇ ଜେଏନୟୁ କ୍ୟାମ୍ପସରେ ହଙ୍ଗାମା । କିଛି ଛାତ୍ର ସଙ୍ଗଠନ ଏହାକୁ ପ୍ରଦର୍ଶିତ କରିବା ପରେ କ୍ୟାମ୍ପସରେ ଉତ୍ତେଜନା ବୃଦ୍ଧି ପାଇଛି । ଏପରିକି ଡକ୍ୟୁମେଣ୍ଟାରୀ ଦେଖୁଥଇବା ଛାତ୍ରଙ୍କ ଉପରକୁ ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ଏହା ପରେ କ୍ୟାମ୍ପସରେ ହଙ୍ଗାମା ଦେଖିବାକୁ ମିଳିଛି । କ୍ୟାମ୍ପସ୍ ବାହାରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।
ଅଭିଯୋଗ ହୋଇଛି ଯେ ପିଏମ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ବନ୍ଦ କରିବା ପାଇଁ ଜେଏନୟୁ ପ୍ରଶାସନ ଛାତ୍ର ସଂଘ କାର୍ଯ୍ୟାଳୟକୁ ବିଦ୍ୟୁତ ଯୋଗାଣ ବନ୍ଦ କରି ଇଣ୍ଟରନେଟ ସଂଯୋଗ ବନ୍ଦ କରିଦେଇଛି । ଛାତ୍ର ଗୋଷ୍ଠୀ ଉପରେ ମଧ୍ୟ ପଥର ମାଡ଼ ହୋଇଛି ।
ସୂଚନାନୁସାରେ, ଜେଏନୟୁ ଛାତ୍ର ସଂଗଠନ ମଙ୍ଗଳବାର ରାତି 9 ଟାରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିବାକୁ ଚାହୁଁଥିଲା । କିନ୍ତୁ ପ୍ରଶାସନ ଏହାକୁ ଅନୁମତି ଦେଇ ନଥିଲା । ବାମପନ୍ଥୀ ଛାତ୍ର ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଆୟଶୀ ଘୋଷ ଅଭିଯୋଗ କରିଛନ୍ତି ଯେ ଏହି ବ୍ଲାକଆଉଟ୍ ପାଇଁ ପ୍ରଶାସନ ଦାୟୀ ।
ଏହା ପରେ ଛାତ୍ର ସଙ୍ଗଠନ ଉପରେ ପଥର ମାଡ଼ ହୋଇଥିଲା । କୁହାଯାଉଛି ଯେ ଏବିଭିପି ଏବଂ ବାମପନ୍ଥୀ ଛାତ୍ରଙ୍କ ମଧ୍ୟରେ ଏହି ପଥର ମାଡ଼ ହୋଇଛି । ଏହା ପରେ ବିଳମ୍ବିତ ରାତିରେ ଛାତ୍ରଗୋଷ୍ଠୀ କ୍ୟାମ୍ପସ ଭିତରେ ଏକ କାଫେଟେରିଆରେ ପହଞ୍ଚି ନିଜ ସେଲଫୋନରେ ଡକ୍ୟୁମେଣ୍ଟାରୀ ଡାଉନଲୋଡ୍ କରି ଦେଖିଥିଲେ । ପଥର ମାଡ଼ ପରେ ଜେଏନୟୁ ଛାତ୍ରମାନେ ବସନ୍ତ କୁଞ୍ଜ ପୋଲିସ ଷ୍ଟେସନ ଅଭିମୁଖେ ମାର୍ଚ୍ଚ କରିଥିଲେ ।
ପଥର ମାଡ଼ ନେଇ ହୋଇଥିବା ଅଭିଯୋଗରେ ଏବିଭିପି ସଂଗଠନ ଗୌରବ କୁମାର କହିଛନ୍ତି ଯେ ଆମେ ପଥର ଫିଙ୍ଗି ନାହୁଁ । ଅଭିଯୋଗ କରୁଥିବା ଏହି ଲୋକମାନଙ୍କ ନିକଟରେ ଆମେ ପଥର ମାଡ଼ କରିଥିବା ନେଇ କିଛି ପ୍ରମାଣ ଅଛି କି ? ଏହି ଘଟଣାରେ ଦିଲ୍ଲୀ ପୋଲିସ କହିଛି ଯେ ଯଦି ଆମେ ଜେଏନୟୁର କୌଣସି ପକ୍ଷରୁ କିଛି ଅଭିଯୋଗ ପାଉ, ତେବେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଉଲ୍ଲେଖଯୋଗ୍ୟ, ବିବିସିର 'ଇଣ୍ଡିଆ: ଦ ମୋଦୀ କ୍ୱେଶ୍ଚିନ୍' ଡକ୍ୟୁମେଣ୍ଟାରୀ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ । ଏହା ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହା ପରେ ଏହି ଡକ୍ୟୁମେଣ୍ଟାରୀକୁ ନେଇ ଦେଶରେ ଅନେକ ବିବାଦ ଲାଗି ରହିଛି । ବିରୋଧୀ ମଧ୍ୟ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । କିନ୍ତୁ ଏହା ପୂର୍ବରୁ ହାଇଦ୍ରାବାଦ୍ ୟୁନିଭର୍ସିଟିରେ ମଧ୍ୟ ଏହି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହେବା ନେଇ ବିବାଦ ଦେଖାଦେଇଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications