Get Updates
Get notified of breaking news, exclusive insights, and must-see stories!

ଥମୁନି ବିବିସି ଡକ୍ୟୁମେଣ୍ଟାରୀ ବିବାଦ, ଯାଦବପୁର ୟୁନିଭର୍ସିଟି ପ୍ରଦର୍ଶିତ ହେଲା ଡକ୍ୟୁମେଣ୍ଟାରୀ

ଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିଥିଲା । ପୋଲିସ ଏବଂ ପ୍ରଶାସନର କୌଣସି ହସ୍ତକ୍ଷେପ ବିନା ଏହି ଫିଲ୍ମର ସ୍କ୍ରିନିଂ କରାଯାଇଛି ।

BBC Documentary

କୋଲକାତା: ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ନାମ ନେଉନାହିଁ । ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ସରକାର ଏହା ଉପରେ ପ୍ରତବିନ୍ଧକ ଲଗାଇଥିବା ବେଳେ ବିରୋଧୀ ଏହାର ସ୍କ୍ରିନିଂ କରୁଛନ୍ତି । ଏପରିକି କେତେକ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରାଯାଇଛି । ଏହି ସମୟରେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିଥିଲା । ପୋଲିସ ଏବଂ ପ୍ରଶାସନର କୌଣସି ହସ୍ତକ୍ଷେପ ବିନା ଏହି ଫିଲ୍ମର ସ୍କ୍ରିନିଂ କରାଯାଇଛି ।

କେବଳ ଏତିକି ନୁହଁ ଅନେକ ବାମପନ୍ଥୀ ସଂଗଠନ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସ୍କ୍ରିନିଂ ମାଧ୍ୟମରେ ଏହି ବିବିସି ଡକ୍ୟୁମେଣ୍ଟାରୀ ଦେଖାଉଛନ୍ତି । ଏହାକୁ ନିଷେଧ କରାଯିବା ପରେ AISA ଏବଂ ଅନ୍ୟ ବାମପନ୍ଥୀ ସଂଗଠନ ଶୁକ୍ରବାର ଦିନ ଏହାକୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ଦେଖାଇବାକୁ ନିଷ୍ପତ୍ତି ନେଇଛନ୍ତି । ସଂଗଠନର ବରିଷ୍ଠ ସଦସ୍ୟ ସନ୍ଦୀପ ନାୟକ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ ଯେ ଶୁକ୍ରବାର ଦିନ କ୍ୟାମ୍ପସରେ ଏହି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ କରିବୁ । କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ଛାତ୍ର ୱିଙ୍ଗ୍ SFI ମଧ୍ୟ ପ୍ରେସିଡେନ୍ସି ୟୁନିଭରସିଟିରେ ଫିଲ୍ମ ସ୍କ୍ରିନ କରିବାକୁ ଅନୁମତି ମାଗିଛି ।

ପ୍ରେସିଡେନ୍ସି ୟୁନିଭରସିଟିର ଭିଜୁଆଲ୍ ଆର୍ଟ ସୋସାଇଟିର ସଦସ୍ୟମାନେ ମଧ୍ୟ ଫେବୃଆରୀ 1 ରେ ଡକ୍ୟୁମେଣ୍ଟାରୀ ସ୍କ୍ରିନ କରିବାକୁ ଅନୁମତି ମାଗିଛନ୍ତି । ସୂଚନାଯୋଗ୍ୟ ଯେ ଗୁଜୁରାଟ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ଦର୍ଶାଯାଇଛି । ଏହି ଦଙ୍ଗାରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଗୁଜରାଟରେ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍ ରେ ଗୋଦ୍ରା ଠାରେ ନିଆଁ ଲଗାଇବା ପରେ ଏହି ଦଙ୍ଗା ଆରମ୍ଭ ହୋଇଥିଲା ।

ଏହି ସମୟରେ, ହାଇଦ୍ରାବାଦର SFI ଡକ୍ୟୁମେଣ୍ଟାରୀ ସ୍କ୍ରିନ କରିବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ଏବିଭିପି କ୍ୟାମ୍ପସରେ ଫିଲ୍ମ କାଶ୍ମୀର ଫାଇଲ ସ୍କ୍ରିନ କରିବାକୁ ନିଷ୍ପତ୍ତି ନେଇଛି । ଜାନୁଆରୀ 21 ରେ, ଡକ୍ୟୁମେଣ୍ଟାରୀ ବିନା ବିଜ୍ଞପ୍ତିରେ ଅନୁଷ୍ଠାନରେ ସ୍କ୍ରିନ କରାଯାଇଥିଲା । ଶଶି ଥରୁର କହିଛନ୍ତି ଯେ ଆମ ଦେଶର ଗଣତନ୍ତ୍ର ଏତେ ଦୁର୍ବଳ ନୁହେଁ ଯେ କୌଣସି ଡକ୍ୟୁମେଣ୍ଟାରୀ ଏହା ଉପରେ ପ୍ରଭାବ ପକାଇପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+