ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଆରିଜ ଖାନ୍ ଦୋଷୀ ସାବ୍ୟସ୍ତ
ରାଜଧାନୀ ଦିଲ୍ଲୀର ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦିଲ୍ଲୀ କୋର୍ଟ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀ ସାକେଟ କୋର୍ଟର ଅତିରିକ୍ତ ଅଧିବେଶନ ବିଚାରପତି ସନ୍ଦୀପ ଯାଦବ ସୋମବାର ଦିନ ଭାରତୀୟ ମୁଜାହିଦ୍ଦିନ ସହ ଜଡିତ ଆରିଜକୁ ଦୋଷୀ ସାବ୍ୟସ୍ତ କରିଛନ୍ତି
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦିଲ୍ଲୀ କୋର୍ଟ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀ ସାକେଟ କୋର୍ଟର ଅତିରିକ୍ତ ଅଧିବେଶନ ବିଚାରପତି ସନ୍ଦୀପ ଯାଦବ ସୋମବାର ଦିନ ଭାରତୀୟ ମୁଜାହିଦ୍ଦିନ ସହ ଜଡିତ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଇନ୍ସପେକ୍ଟର ମୋହନଚାନ୍ଦ ଶର୍ମା ଏବଂ 2008 ବାଟଲା ହାଉସ୍ ଏନକାଉଣ୍ଟର ସହ ଜଡିତ ଅନ୍ୟ ମାମଲାରେ ଆରିଜକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ କୋର୍ଟ ଆଜି ଏହି ଦଣ୍ଡ ଘୋଷଣା କରି ନାହାଁନ୍ତି । ମାର୍ଚ୍ଚ 15 ରେ ଆରିଜ ଖାନଙ୍କ ଦଣ୍ଡ ଘୋଷଣା କରାଯିବ ।

ଆଇପିସିର ଧାରା 186, 333, 353, 302, 307, 174 ଏ, 34 ଅନୁଯାୟୀ କୋର୍ଟ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ବ୍ୟତୀତ ସେ ଆର୍ମସ୍ ଆକ୍ଟର ଧାରା 27 ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛି । ମାର୍ଚ୍ଚ 15 ରେ ମଧ୍ୟାହ୍ନ 12 ଟା ସମୟରେ ଆରିଜ ଖାନକୁ ଦଣ୍ଡିତ କରାଯିବ । ବାଟଲା ହାଉସର ଏନକାଉଣ୍ଟର ମାମଲାର ପ୍ରାୟ ଦଶ ବର୍ଷ ପରେ ଫେବୃଆରୀ 2018 ରେ ଆରିଜ କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ଗିରଫ କରାଯାଇଥିଲା ।

ଦିଲ୍ଲୀର ସିରିଏଲ ବିସ୍ଫୋରଣ ମାମଲା ପରେ ଦିଲ୍ଲୀର ବାଟଲା ହାଉସରେ ଏହି ଏନକାଉଣ୍ଟର ହୋଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସେଠାରେ ପହଞ୍ଚିବା ପରେ ଗୁଳି ବିନିମୟ ସମୟରେ ଇନ୍ସପେକ୍ଟର ମୋହନଚାନ୍ଦ ଶର୍ମା ସହିଦ୍ ହୋଇଥିଲେ । ଏହି ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ । କୋର୍ଟରେ ଏହା ପ୍ରମାଣିତ ହୋଇଛି ଯେ ସେପ୍ଟେମ୍ବର 19, 2008 ରେ ଆରିଜ ଖାନ ବଟଲା ହାଉସରେ ଉପସ୍ଥିତ ଥିଲା ଏବଂ ଇନ୍ସପେକ୍ଟର ମୋହନ ଶର୍ମାଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା କିନ୍ତୁ ଗୁଳି ବିନିମୟ ପରେ ସେ ଖସିଯିବାରେ ସଫଳ ହୋଇଥିଲା । ପରେ ତାକୁ ଗିରଫ କରିବା ପାଇଁ ଏନଆଇଏ 10ଲକ୍ଷ ଟଙ୍କା ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ 5ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
କ'ଣ ରହିଥିଲା ପୁରା ଘଟଣା ?
13 ସେପ୍ଟେମ୍ବର 2008 ରେ ଦିଲ୍ଲୀର କରୋଲ ବାଗ, କନୋଟ୍ ପ୍ଲେସ୍, ଇଣ୍ଡିଆ ଗେଟ୍ ଏବଂ ଗ୍ରେଟର କୈଲାଶରେ ସିରିଏଲ୍ ବୋମା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ 26 ଜଣଙ୍କର ମୃତ୍ୟୁ ହେବା ସହ 100 ରୁ ଅଧିକ ଆହତ ହୋଇଥିଲେ । ବାଟଲା ହାଉସର ଏକ ଫ୍ଲାଟରେ ଲୁଚି ରହିଥିବା ଅଭିଯୋଗ କରି ଏହି ବିସ୍ଫୋରଣ ପଛରେ ଭାରତୀୟ ମୁଜାହିଦ୍ଦିନଙ୍କ ହାତ ଦର୍ଶାଇଛି । ଏହା ପରେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କୁ ହତ୍ୟା କରାଯାଇଥିଲା ଏବଂ ଏଠାରେ ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।












Click it and Unblock the Notifications