ବାଟଲା ହାଉସ ଏନକାଉଣ୍ଟର ଦୋଷୀ ଆରିଜ ଖାନକୁ ମୃତ୍ୟୁଦଣ୍ଡ
2008 ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟ ମୁଜାହିଦ୍ଦିନ ଆତଙ୍କବାଦୀ ଆରିଜ ଖାନଙ୍କୁ ଦିଲ୍ଲୀ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି । କୋର୍ଟ ଏହାକୁ 'ବିରଳ ରୁ ବିରଳ ମାମଲା' ବୋଲି କହିଛନ୍ତି ।
ନୂଆଦିଲ୍ଲୀ : 2008 ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟ ମୁଜାହିଦ୍ଦିନ ଆତଙ୍କବାଦୀ ଆରିଜ ଖାନଙ୍କୁ ଦିଲ୍ଲୀ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି । କୋର୍ଟ ଏହାକୁ 'ବିରଳ ରୁ ବିରଳ ମାମଲା' ବୋଲି କହିଛନ୍ତି । ଦିଲ୍ଲୀ ପୋଲିସର ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକାରେ ଆରିଜ ଖାନକୁ ସାମିଲ କରାଯାଇଥିଲା । 2008 ରେ ବାଟଲା ହାଉସର ଏନକାଉଣ୍ଟର ସମୟରେ ଆରିଜ ଖାନ ଖସିଯାଇଥିଲା ।

ପରେ ତାଙ୍କୁ 2018 ମସିହାରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଥିଲା । ଇନ୍ସପେକ୍ଟର ମୋହନଚାନ୍ଦ ଶର୍ମାଙ୍କୁ ହତ୍ୟା ଏବଂ 2008 ବଟଲା ହାଉସ୍ ଏନକାଉଣ୍ଟର ସହ ଜଡିତ ଅନେକ ମାମଲାରେ ମାର୍ଚ୍ଚ 8 ରେ, କୋର୍ଟ ଆରିଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ବ୍ୟତୀତ କୋର୍ଟ ଆରିଜ ଖାନକୁ 11 ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି ।
13 ସେପ୍ଟେମ୍ବର 2008 ରେ ଦିଲ୍ଲୀରେ ହୋଇଥିଲା ସିରିଏଲ୍ ବୋମା ବିସ୍ଫୋରଣ
ଆପଣଙ୍କୁ କହିରଖୁଛୁ, ସେପ୍ଟେମ୍ବର 13, 2008 ରେ ଦିଲ୍ଲୀରେ ସିରିଏଲ୍ ବୋମା ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣରେ 29 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 160 ଜଣ ଆହତ ହୋଇଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ବିସ୍ଫୋରଣରେ ଭାରତୀୟ ମୁଜାହିଦ୍ଦିନ ସମ୍ପୃକ୍ତ ଥିଲା । ଯାଞ୍ଚ ସମୟରେ ଜଣାପଡିଥିଲା ଯେ ଆତଙ୍କବାଦୀମାନେ ଦିଲ୍ଲୀର ଜାମିଆନଗରର ବଟଲା ହାଉସରେ ଲୁଚି ରହିଥିଲେ ।
ପୋଲିସ ସେଠାରେ ପହଞ୍ଚିବା ପରେ ଆତଙ୍କବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଆତଙ୍କବାଦୀଙ୍କ ଏହି ଗୁଳିରେ ଇନ୍ସପେକ୍ଟର ମୋହନ ଚନ୍ଦ୍ର ଶର୍ମା ସହିଦ ହୋଇଥିବାବେଳେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଏନକାଉଣ୍ଟରରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ଆତିଫ୍ ଅମିନ ଏବଂ ମହମ୍ମଦ ସାଜିଦ ପୋଲିସ ଗୁଳିରେ ନିହତ ହୋଇଥିଲେ ।












Click it and Unblock the Notifications