ବଠିଣ୍ଡା ସାମରିକ ଷ୍ଟେସନରେ ଗୁଳିକାଣ୍ଡ, ଚାରି ଜଣଙ୍କର ମୃତ୍ୟୁ
ଚଣ୍ଡିଗଡ଼: ଭାରତୀୟ ସେନାର ବଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ ହୋଇଛି । ବୁଧବାର ସକାଳେ ହୋଇଥିବା ଗୁଳିକାଣ୍ଡରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଆରମ୍ଭରୁ ଏହା ଏକ ଆତଙ୍କବାଦୀ ଘଟଣା ବୋଲି ସନ୍ଦେହ କରୁଥିଲେ ସୁଦ୍ଧା, ବଠିଣ୍ଡା ଏସଏସପି ଏହାକୁ ଅସ୍ୱୀକାର କରିଛନ୍ତି ।
ସୂଚନାନୁସାରେ, ଏହି ଘଟଣା ସକାଳ 4.35 ସମୟରେ ଅଧିକାରୀଙ୍କ ମେସ୍ ଭିତରେ ଘଟିଛି । ଏଭଳି ପରିସ୍ଥିତିରେ ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଥିଲା । ସଙ୍ଗେ ସଙ୍ଗେ ଷ୍ଟେସନରେ ନିୟୋଜିତ କୁଇକ୍ ରେସପନ୍ସ ଟିମ୍ (QRT) ଶୀଘ୍ର ସକ୍ରିୟ ହୋଇଥିଲେ । ଏହା ସହିତ ସମଗ୍ର ଷ୍ଟେସନରେ ସର୍ଚ୍ଚ ଅପରେସନ୍ ଚାଲିଛି ।

ଅନ୍ୟପକ୍ଷରେ ପଞ୍ଜାବ ପୋଲିସକୁ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିବା ଖବର ମଧ୍ୟ ଆସୁଛି । ପୋଲିସ ଅଧିକାରୀମାନେ ସାମରିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ସୂଚନା ମାଗିଛନ୍ତି । ଷ୍ଟେସନ ଚାରିପାଖରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।
ସୂଚନାନୁସାରେ, ଆକ୍ରମଣକାରୀ ସାଧା ପୋଷାକରେ ଥିଲା । ଖବର ମଧ୍ୟ ଆସୁଛି ଯେ ନିକଟରେ ଗାର୍ଡ ରୁମରୁ ଗୋଟିଏ ରାଇଫଲ ନିଖୋଜ ହୋଇଯାଇଥିଲା । ତାକୁ ମଧ୍ୟ ଏହି ଘଟଣା ସହ ଯୋଡ଼ା ଯାଉଛି ।
ଏକ ନ୍ୟୁଜ ଚ୍ୟାନେଲ ସହିତ ଆଲୋଚନା ବେଳେ ପଞ୍ଜାବ ଏଡିଜି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ । ଏହି ଘଟଣା ସକାଳ ପ୍ରାୟ 4.35 ସମୟରେ ଘଟିଥିଲା । ଘଟଣା ପରଠାରୁ ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି । ବର୍ତ୍ତମାନ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି ।
ସୂଚନାନୁସାରେ, ଆକ୍ରମଣକାରୀ ଏପର୍ଯ୍ୟନ୍ତ ଧରାପଡି ନାହାଁନ୍ତି । QRT ଦଳ ସମଗ୍ର ଷ୍ଟେସନରେ ସର୍ଚ୍ଚ ଅପରେସନ୍ ଚଳାଉଛି ।












Click it and Unblock the Notifications