ଜୁନ୍ ମାସ ଆରମ୍ଭରୁ ବଦଳିବ ବ୍ୟାଙ୍କ ନିୟମ, ଏହି ବ୍ୟାଙ୍କରେ ଖାତା ଥିଲେ ଜାଣିରଖନ୍ତୁ ଏହି ପରିବର୍ତ୍ତିତ ନିୟମ
ଜୁନ୍ ପହିଲାରୁ ବ୍ୟାଙ୍କ ଅଫ୍ ବରୋଦାର ଚେକ୍ ପେମେଣ୍ଟ ନିୟମରେ ପରିବର୍ତ୍ତନ ହେବ । ବ୍ୟାଙ୍କ 1 ଜୁନ୍ ଠାରୁ ପଜିଟିଭ୍ ପେ ନିଶ୍ଚିତକରଣ ବାଧ୍ୟତାମୂଳକ କରିଛି ।
ନୂଆଦିଲ୍ଲୀ : ନୂଆ ମାସ ଆରମ୍ଭ ହେବା ମାତ୍ରେ ଅନେକ ନିୟମରେ ପରିବର୍ତ୍ତନ ହେବ । ଜୁନ୍ ମାସରେ, ଏଲପିଜି ମୂଲ୍ୟରୁ ଆରମ୍ଭ କରି ଛୋଟ ସଞ୍ଚୟ, ବିମାନ ଭଡାରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି । ଏଥି ସହିତ, ବ୍ୟାଙ୍କ ସହ ଜଡିତ ଅନେକ ନିୟମ ମଧ୍ୟ 1 ଜୁନ୍ ଠାରୁ ପରିବର୍ତ୍ତନ କରାଯିବ । ଜୁନ୍ ପହିଲାରୁ ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକଙ୍କ ପାଇଁ କିଛି ପରିବର୍ତ୍ତନ ହେବାକୁ ଯାଉଛି ।

1 ଜୁନ୍ ଠାରୁ ପରିବର୍ତ୍ତନ ହେବ ନିୟମ
ଜୁନ୍ ପହିଲାରୁ ବ୍ୟାଙ୍କ ଅଫ୍ ବରୋଦାର ଚେକ୍ ପେମେଣ୍ଟ ନିୟମରେ ପରିବର୍ତ୍ତନ ହେବ । ବ୍ୟାଙ୍କ 1 ଜୁନ୍ ଠାରୁ ପଜିଟିଭ୍ ପେ ନିଶ୍ଚିତକରଣ ବାଧ୍ୟତାମୂଳକ କରିଛି । ନୂତନ ନିୟମ ଅନୁଯାୟୀ, 2 ଲକ୍ଷ କିମ୍ବା ତା'ଠାରୁ ଅଧିକ ଚେକ୍ ଇସ୍ୟୁ କରିବା ପାଇଁ ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କକୁ ଏ ବିଷରେ ଆଗରୁ ଜଣାଇବାକୁ ପଡିବ । ଏଥି ସହିତ ବ୍ୟାଙ୍କ ଚେକ୍ କ୍ଲିୟରାନ୍ସ ପୂର୍ବରୁ ଚେକ୍ ପ୍ରଦାନକାରୀଙ୍କ ଠାରୁ ନିଶ୍ଚିତ କରିବ । ଅର୍ଥାତ୍ ବ୍ୟାଙ୍କ ଚେକ୍ କ୍ଲିୟର କରିବା ପୂର୍ବରୁ ଆକାଉଣ୍ଟଧାରୀଙ୍କ ସହିତ ଚେକ୍ କ୍ରସ୍ କରିବ । ଏଥି ସହିତ, ଚେକ୍ ବିଷୟରେ ଆକାଉଣ୍ଟଧାରୀଙ୍କୁ ଏହାର ସମ୍ପୂର୍ଣ୍ଣ ସୂଚନା, ଯେପରିକି ଚେକ୍ ନମ୍ବର, ଯାହାର ନାମରେ ଚେକ୍ ଜାରି କରାଯାଇଛି, କେତେ ପରିମାଣ ଇତ୍ୟାଦି ନେଟ ବ୍ୟାଙ୍କିଂ, ଏସ୍ଏମ୍ଏସ୍ କିମ୍ବା ଫୋନ୍ ଜରିଆରେ ବ୍ୟାଙ୍କକୁ ସୂଚନା ଦେବାକୁ ପଡିବ ।
ସିଣ୍ଡିକେଟ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା
ଏଥି ସହିତ, ସିଣ୍ଡିକେଟ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଜୁଲାଇ 1 ରୁ IFSC କୋଡରେ ପରିବର୍ତ୍ତନ ହେବ । ସୂଚନାଯୋଗ୍ୟ, ସିଣ୍ଡିକେଟ୍ ବ୍ୟାଙ୍କ କାନାରା ବ୍ୟାଙ୍କ ସହିତ ମିଶ୍ରିତ ହୋଇଛି । ସିଡିଙ୍କେଟ୍ ବ୍ୟାଙ୍କର ଗ୍ରାହକ, ଯେଉଁମାନେ ମିଶ୍ରଣ ପରେ ମଧ୍ୟ ପୁରୁଣା ଚେକ୍ବୁକ୍ ବ୍ୟବହାର କରୁଛନ୍ତି, ସେମାନେ ଜୁନ୍ 30 ପରେ ତାହା ବ୍ୟବହାର କରିପାରିବେ ନାହିଁ । ୱେବସାଇଟରେ କାନାରା ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ଜୁଲାଇ 1 ରୁ ବ୍ୟାଙ୍କ ପୁରୁଣା IEFSC କୋଡ୍ ଗ୍ରହଣ କରିବ ନାହିଁ । ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଗ୍ରାହକଙ୍କ ପୁରୁଣା ଚେକବୁକ୍ କେବଳ ଜୁନ୍ 30 ପର୍ଯ୍ୟନ୍ତ କାମ କରିବ । ସିଣ୍ଡିକେଟ୍ ବ୍ୟାଙ୍କ ଗ୍ରାହକମାନେ ସେମାନଙ୍କର ନିକଟତମ ଶାଖା ପରିଦର୍ଶନ କରି କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ସାହାଯ୍ୟରେ ଏକ ନୂତନ IFSC କୋଡ୍ ସହିତ ସେମାନଙ୍କର ନୂତନ ଚେକବୁକ୍ ପାଇପାରିବେ ।












Click it and Unblock the Notifications