ଜାମ୍ମୁ କାଶ୍ମୀର କୁଲଗାମରେ ଆତଙ୍କବାଦୀ ଗୁଳିର ଶିକାର ହେଲେ ବ୍ୟାଙ୍କ ମ୍ୟାନେଜର
ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଗୁରୁବାର ଦିନ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ନାମ ବିଜୟ କୁମାର ବୋଲି ଜଣାପଡିଛି । ବିଜୟ ମୂଳତଃ ରାଜସ୍ଥାନର ଥିଲେ ଏବଂ ଏଠାରେ କୁଲଗାମର ଆରେହ ଗ୍ରାମରେ ଅବସ୍ଥିତ ଏକ ବ୍ୟାଙ୍କରେ କାମ କରୁଥ
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଗୁରୁବାର ଦିନ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ନାମ ବିଜୟ କୁମାର ବୋଲି ଜଣାପଡିଛି । ବିଜୟ ମୂଳତଃ ରାଜସ୍ଥାନର ଥିଲେ ଏବଂ ଏଠାରେ କୁଲଗାମର ଆରେହ ଗ୍ରାମରେ ଅବସ୍ଥିତ ଏକ ବ୍ୟାଙ୍କରେ କାମ କରୁଥିଲେ । ବିଜୟ କୁମାରଙ୍କୁ ବ୍ୟାଙ୍କ ଭିତରେ ଗୁଳି କରି ହତ୍ୟା କରାଯାଇଛି । ରାଜ୍ୟ ପୋଲିସ କହିଛି ଯେ ଆତଙ୍କବାଦୀମାନେ ବିଜୟ କୁମାରଙ୍କ ଉପରେ ଆକ୍ରମଣ କରି ଘଟଣା ପରେ ପଳାଇ ଯାଇଥିଲେ ।

ଏହା ପୂର୍ବୁରୁ ମଙ୍ଗଳବାର ଦିନ କୁଲଗାମରେ ଜଣେ ସ୍କୁଲ ଶିକ୍ଷୟିତ୍ରୀ ରଜନୀବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗତ କିଛି ଦିନ ହେବ ଜାମ୍ମୁ ଓ କାଶ୍ମୀରରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀ ମାନେ ଟାର୍ଗେଟ୍ କରି ଆସୁଛନ୍ତି । ଗତ କିଛି ଦିନ ହେବ, ବିଶେଷକରି ରାଜ୍ୟର ଅଳ୍ପସଂଖ୍ୟକ ଏବଂ ଅନ୍ୟ ରାଜ୍ୟବାସୀଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି । ଅନେକ କାଶ୍ମୀର ପଣ୍ଡିତ ମଧ୍ୟ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି, ଏହି କାରଣରୁ କାଶ୍ମୀରୀ ପଣ୍ଡିତମାନେ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିଲେ । ଏହି ଦିଗରେ ପଦକ୍ଷେପ ନେବାକୁ ସେମାନେ ସରକାରଙ୍କୁ ଅନୁରୋଧ କରୁଛନ୍ତି । କାଶ୍ମୀରୀ ପଣ୍ଡିତମାନେ ମଧ୍ୟ ଅସୁରକ୍ଷିତ ଅନୁଭବ କରି ଉପତ୍ୟକାରୁ ସ୍ଥାନାନ୍ତର ବିଷୟରେ କହୁଛନ୍ତି ।












Click it and Unblock the Notifications