ସଂରକ୍ଷଣ ଦାବିରେ ୟେଦ୍ଦିୟୁରପ୍ପାଙ୍କ ଘରେ ଆକ୍ରମଣ କଲେ ବଞ୍ଜାରା ସମ୍ପ୍ରଦାୟ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ 2023 ପାଇଁ ତାରିଖ ଘୋଷଣା ପୂର୍ବରୁ ରାଜ୍ୟରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । ସଂରକ୍ଷଣ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ବିବାଦ । ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୋପି ନେତା ବି.ଏସ୍ ୟେଦ୍ଦିୟୁରପ୍ପାଙ୍କ ଶିବାମୋଗର ଶିଖରିପୁର ଘର ଉପରେ ହୋଇଛି ଆକ୍ରମଣ । ବଞ୍ଜରା ସମ୍ପ୍ରଦାୟର ସଦସ୍ୟମାନେ ତାଙ୍କ ଘରେ ପଥର ଫିଙ୍ଗିବା ସହ ସଂରକ୍ଷଣ ପ୍ରସଙ୍ଗରେ ବିରୋଧ କରିଥିଲେ । ଭିଡ଼ ହଟାଇବା ପାଇଁ ପୋଲିସ ମୁତୟନ କରାଯାଇଛି ।
ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ବଞ୍ଜାରା ସମ୍ପ୍ରଦାୟ ଆଭ୍ୟନ୍ତରୀଣ ସଂରକ୍ଷଣ ଦାବି କରିଆସୁଛି । ଅନୁସୂଚିତ ଜାତି ମଧ୍ୟରେ ଆଭ୍ୟନ୍ତରୀଣ ସଂରକ୍ଷଣ ସମ୍ପର୍କରେ ଏଜେ ସାଦାଶିବ ପ୍ୟାନେଲ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରକୁ ସୁପାରିଶ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସମ୍ପ୍ରଦାୟ ବିରୋଧ କରିଥିଲା ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପଥର ଫିଙ୍ଗିବା ପରେ ପୋଲିସ ଲାଠିଚାର୍ଡ କରି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା । ପୋଲିସ ଅଧୀକ୍ଷକ ଜି ମିଥୁନ କୁମାର ସେହି ସ୍ଥାନକୁ ପରିଦର୍ଶନ କରି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ବିକ୍ଷୋଭକାରୀମାନେ ୟେଦୁରାପ୍ପା ଏବଂ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ଛବି ସହିତ ପୋଷ୍ଟର ପୋଡ଼ି ଦେଇଥିଲେ ।












Click it and Unblock the Notifications