ରାଲି ଓ ରୋଡ଼ ସୋ ଉପରେ ପ୍ରତିବନ୍ଧକ ଫେବୃଆରୀ 11 ଯାଏଁ ବୃଦ୍ଧି, କୋହଳ ହେଲା କଟକଣା
ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଲି ଓ ରୋଡ଼ ସୋ ଉପରେ ଥିବା ପ୍ରତିବନ୍ଧକ ଅବଧିକୁ ଫେବୃଆରୀ 11 ତାରିଖ ଯାଏଁ ବୃଦ୍ଧି କରିଛନ୍ତି ନିର୍ବାଚନ କମିଶନ ।
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଲି ଓ ରୋଡ଼ ସୋ ଉପରେ ଥିବା ପ୍ରତିବନ୍ଧକ ଅବଧିକୁ ଫେବୃଆରୀ 11 ତାରିଖ ଯାଏଁ ବୃଦ୍ଧି କରିଛନ୍ତି ନିର୍ବାଚନ କମିଶନ । କରୋନା ତୃତୀୟ ଲହର ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତତ ହେଉଥିବାରୁ ନିର୍ଚାଚନ କମିଶନ ଏହି ସମସ୍ତ କଟକଣା ଜାରି କରିଛନ୍ତି ।

କିନ୍ତୁ ପୂର୍ବରୁ ଥିବା କେତେକ କଟକଣାକୁ ସମାନ୍ୟ କୋହଳ କରିଛନ୍ତି ନିର୍ବାଚନ କମିଶନ । ରାଜନୈତିକ ଦଳ ଗୁଡ଼ିକ ସର୍ବାଧିକ 1000 ଲୋକଙ୍କୁ ନେଇ ଖୋଲା ସ୍ଥାନରେ ଜନ ସମାବେଶ କରିପାରିବେ । ଏଥିସହିତ ଡୋର ଟୁ ଡୋର କ୍ୟାମ୍ପେନକୁ ନେଇ ଧାର୍ଯ୍ୟ ସଂଖ୍ୟାକୁ 20 କୁ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ 10 ଜଣ ଥିଲା । ସୁରକ୍ଷାକର୍ମୀ ମଧ୍ୟ ଡୋର ଟୁ ଡୋର କ୍ୟାମ୍ପେନ୍ରେ ସାମିଲ ହୋଇପାରିବେ । ତେବେ ବନ୍ଦ କୋଠରୀ କିମ୍ବା ଆବଦ୍ଧ ସ୍ଥାନରେ 500 ଲୋକଙ୍କୁ ନେଇ ବୈଠକ କରିପାରବାର ଅନୁମତି ରହିଛି । ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା 5 ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଆଲୋଚନାରେ ଟିକାକରଣର ସ୍ଥିତି, ପୋଲିଂ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ଟିକାକରଣ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ରାଜ୍ୟମାନେ ଅବଗତ କରାଇଥିଲେ । ପ୍ରାପ୍ତ ସୂଚନା ମୁତାବକ ସଂକ୍ରମଣ ହାର କମିବା ସହ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ମଧ୍ୟ କମିଥିବା କହିଛନ୍ତି ନିର୍ବାଚନ କମିଶନ ।
ତେବେ ଏସବୁ କରିବାବେଳେ କୋଭିଡ ନିୟମ ପାଳନ କରାଯିବ ବୋଲି ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଫେବୃଆରୀ 11 ପର୍ଯ୍ୟନ୍ତ କୌଣସି ରୋଡ ସୋ, ସାଇକେଲ ବା ବାଇକ ରାଲିକୁ ଅନୁମତି ଦିଆଯିବ ନାହିଁ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications