Get Updates
Get notified of breaking news, exclusive insights, and must-see stories!

'ବନ୍ଦର ମାରା ଗୟା....', ବାଲାକୋଟ୍ ଏୟାର ଷ୍ଚ୍ରାଇକର 15 ମିନିଟ୍ ପରେ ଅଜିତ୍ ଡୋଭାଲଙ୍କୁ ଏୟାର ଚିଫ୍ ଙ୍କ ଫୋନ୍ କଲ...

ବାଲାକୋଟ ଏୟାର ଷ୍ଟ୍ରାଇକକୁ ଆଜି ଦୁଇବର୍ଷ ପୁରିଛି । ଆଜି ଠାରୁ ଦୁଇ ବର୍ଷ ପୂର୍ବରୁ, 26 ଫେବୃଆରୀ 2019ରେ ଭାରତୀୟ ବାୟୁସେନା ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରି ବାଲାକୋଟରେ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିଦେଇଥିଲା ।

ନୂଆଦିଲ୍ଲୀ : ବାଲାକୋଟ ଏୟାର ଷ୍ଟ୍ରାଇକକୁ ଆଜି ଦୁଇବର୍ଷ ପୁରିଛି । ଆଜି ଠାରୁ ଦୁଇ ବର୍ଷ ପୂର୍ବରୁ, 26 ଫେବୃଆରୀ 2019ରେ ଭାରତୀୟ ବାୟୁସେନା ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରି ବାଲାକୋଟରେ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିଦେଇଥିଲା । ଏହି ଏୟାର ଷ୍ଚ୍ରାଇକ କରି ଭାରତର ପୁଲଓ୍ୱାମା ଉପରେ 14 ଫେବୃଆରୀ 2019 ରେ ପାକିସ୍ତାନ କରିଥିବା ଆକ୍ରମଣର କଡ଼ା ଜବାବ ଦେଇଥିଲା ।

Pulwama-attack

ପୁଲୱାମା ଆକ୍ରମଣରେ 40 ଭରତୀୟ ଯବାର ସହିଦ୍ ହୋଇଥିଲେ । ଏହା ପରେ ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ବାୟୁ ସେନା ଦ୍ୱାରା ଏକ ମିଶନ ଆରମ୍ଭ କରାଯାଇଥିଲା । ଯାହାର ନାମ ଥିଲା 'ଅପରେସନ୍ ବନ୍ଦର' । ଏହି ମିଶନ୍ ସହିତ ଜଡିତ ଏକ ମଜାଦାର ବିଷୟ ମଧ୍ୟ ସାମ୍ନାକୁ ଆସିଛି । 26 ଫେବୃଆରୀ 2019 ଭୋର 3.45 ରେ ଏକ ସ୍ୱତନ୍ତ୍ର RAX ନମ୍ବରରୁ ତତ୍କାଳୀନ ବାୟୁସେନା ମୁଖ୍ୟ ବି.ଏସ୍ ଧନୋଆ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଟେଲିଫୋନ୍ କରିଥିଲେ । RAX ହେଉଛି ଏକ ଅଲ୍ଟ୍ରା-ସୁରକ୍ଷିତ ଫିକ୍ସଡ୍ ଲାଇନ୍ ନେଟୱାର୍କ । ଫୋନକଲରେ ଥିବା ବିଏସ୍ ଧାନୋଆ ହିନ୍ଦୀରେ ଅଜିତ ଡୋଭାଲଙ୍କୁ କହିଥିଲେ, "ବନ୍ଦର ମାରା ଗୟା...." । ଏହି ମେସେଜର ଅର୍ଥ ଥିଲା, ପାକିସ୍ତାନର ବାଲାକୋଟ ଅଞ୍ଚଳରେ ଥିବା ଜୈଶ-ଏ-ମହମ୍ମଦ (ଜେଏମ) ଆତଙ୍କବାଦୀ ତାଲିମ ଶିବିରକୁ ଭାରତୀୟ ଯୁଦ୍ଧ ବିମାନ ଧ୍ୱଂସ କରିଦେଇଛି ।

Air-strike

ଏହା ପରେ ବିଏସ ଧନୋଆ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସଚିବ ଅନିଲ ଧସମାନାଙ୍କୁ ଫୋନ୍ କରିଥିଲେ । ବାଲାକୋଟ ଏୟାର ଷ୍ଟ୍ରାଇକର ମିଶନ ସମାପ୍ତ ହେବା ନେଇ ଅଜିତ ଡୋଭାଲ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନରେ ସୂଚନା ଦେଇଥିଲେ । ଭାରତରେ 14 ଫେବୃଆରୀ 2019 ରେ ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ଜୈଶ-ଇ-ମହମ୍ମଦ ନିଜକୁ ଦାୟୀ କରିଥିଲା । ଯେଉଁଥିରେ 40 CRPF ଯବାନ ସହିଦ ହୋଇଥିଲେ ।

ବାଲାକୋଟ ଏୟାର ଷ୍ଟ୍ରାଇକ ମିଶନ 'ଅପରେସନ୍ ବନ୍ଦର' ପାଇଁ, 26 ଫେବୃଆରୀ 2019 ରେ, ଭାରତୀୟ ବାୟୁସେନାର ମିରାଜ୍ ବିମାନ ଭୋର ପ୍ରାୟ 3 ଟା ସମୟରେ ପାକିସ୍ତାନ ଅଧିକୃତ କାଶ୍ମୀରର ବାଲାକୋଟ ଅଞ୍ଚଳରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଏହି ମିଶନ ଏତେ ଗୁପ୍ତ ଥିଲା ଯେ ପାକିସ୍ତାନ ମଧ୍ୟ ଏହି ମିଶନ ବିଷୟରେ ସୁରାକ୍ ମଧ୍ୟ ପାଇପାରିନଥିଲା । ବାଲାକୋଟ ଏୟାର ଷ୍ଟ୍ରାଇକରେ 300 ଆତଙ୍କବାଦୀ ନିହତ ହୋଇଥିବା ଦାବି କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+