ସୋଶାଲ ମିଡ଼ିଆରେ ଭାଇରାଲ ଦିଲ୍ଲୀର 'ବାବ କା ଢାବା ' ଏବେ ପାଲଟିଛି ରେସ୍ତୋରାଁ
'ବାବା କା ଢାବା' ର ମାଲିକ କାନ୍ତା ପ୍ରସାଦ ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ଥିବା ତାଙ୍କ ପୁରୁଣା ଦୋକାନ ତଥା ଠେଲା ନିକଟରେ ଏକ ଚମତ୍କାର ରେସ୍ତୋରାଁ ଖୋଲିଛନ୍ତି | ଯେଉଁଥିରେ ଆଲୋକରେ ସାଜସଜ୍ଜା ସହିତ ଆଧୁନିକ ରୋସ୍ତୋରାଁ ଭଳି କରାଯାଇଛି |
ନୂଆଦିଲ୍ଲୀ : ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିବା 'ବାବା କା ଢାବା' ତ ନିଶ୍ଚୟ ମନେ ଥିବ ଆପଣଙ୍କର | ଦିଲ୍ଲୀରେ ଏକ ଠେଲା ଲଗାଇ ଖାଦ୍ୟ ବିକୁଥିବା ବୃଦ୍ଧ ଦମ୍ପତି ରାତାରାତି ଚର୍ଚ୍ଚାର ବିଷୟ ପାଲଟିଥିଲେ | କିନ୍ତୁ ବର୍ତ୍ତମାନ ସେମାନଙ୍କ ଆଉ ନାହିଁ ସେ ଠେଲା ନା ରାସ୍ତା କଡ଼ରେ ବିକ୍ରି କରୁଛନ୍ତି ଖାଦ୍ୟ | ଏବେ ସେମାନଙ୍କର ଭାଗ୍ୟ ବଦଳି ଯାଇଛି | ସେମାନଙ୍କ ଠେଲା ଏବେ ହୋଇଯାଇଛି ଏକ ରେସ୍ତୋରାଁ |
'ବାବା କା ଢାବା' ର ମାଲିକ କାନ୍ତା ପ୍ରସାଦ ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ଥିବା ତାଙ୍କ ପୁରୁଣା ଦୋକାନ ତଥା ଠେଲା ନିକଟରେ ଏକ ଚମତ୍କାର ରେସ୍ତୋରାଁ ଖୋଲିଛନ୍ତି | ଯେଉଁଥିରେ ଆଲୋକରେ ସାଜସଜ୍ଜା ସହିତ ଆଧୁନିକ ରୋସ୍ତୋରାଁ ଭଳି କରାଯାଇଛି |

ଏଠାରେ ବସିବାକୁ ଚେୟାରଟେବୁଲ ପଡ଼ିବା ସହ କର୍ମଚାରୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତଇ | ଏହି ରେସ୍ତାରାଁ ବିଷୟର ଜାଣିବା ପରେ ଲୋକମାନେ ଏଠାକୁ ବହୁମାତ୍ରାରେ ଆସୁଛନ୍ତି | 80 ବର୍ଷୀୟ କାନ୍ତା ପ୍ରସାଦ କହିଛନ୍ତି ଯେ ଲୋକମାନେ ଆମକୁ ସାହାଯ୍ୟ କରିଥିଲେ, ତେଣୁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ |
Delhi: Kanta Prasad, the 80-year-old owner of 'Baba Ka Dhaba', starts a new restaurant in Malviya Nagar.
"We're very happy, god has blessed us. I want to thank people for their help, I appeal to them to visit my restaurant. We will serve Indian & Chinese cuisine here," he says. pic.twitter.com/Rg8YAaJ1zk
— ANI (@ANI) December 21, 2020
ସୂଚନାଯୋଗ୍ୟ, ଚଳିତ ବର୍ଷର ଭାଇରାଲ୍ ଭିଡିଓ ମଧ୍ୟରୁ ବାବାକା ଢାବା ଭିଡ଼ିଓ ସୋଶାଲ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ ରହିଥିଲା | ଭିଡିଓରେ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ଲକଡାଉନ ଯୋଗୁଁ କିପରି ବେପାରରେ ମାନ୍ଦା ହୋଇଥିବାରୁ କାନ୍ଦୁଥିବାର ଦେଖିବାକୁ ମିଳିଥିଲା | ଏହି ଭିଡିଓ ଭାଇରାଲ୍ ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ |
ବର୍ତ୍ତମାନ ଲୋକଙ୍କର ଏହି ସାହାଯ୍ୟରେ କାନ୍ତ ପ୍ରସାଦ ଏକ ନୂଆ ରେସ୍ତୋରାଁ ଆରମ୍ଭ କରିଛନ୍ତି | ପୂର୍ବଭଳି କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀ ଏଠାରେ ଖାଦ୍ୟ ପ୍ରସ୍ତୁତ କରିବେ, ବାକି କର୍ମଚାରୀମାନେ ସେମାନଙ୍କୁ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି |












Click it and Unblock the Notifications