ରୁଷ-ଗୋଆ ବିମାନକୁ ବୋମାରେ ଉଡ଼ାଇବାକୁ ଧମକ, ଉଜବେକିସ୍ତାନକୁ ଡାଇଭର୍ଟ ହେଲା ବିମାନ
ରୁଷରୁ ଗୋଆକୁ ଆସୁଥିବା ଏକ ଚାର୍ଟାର୍ଡ ବିମାନକୁ ବୋମା ପକାଇ ଉଡ଼ାଇଦେବାକୁ ଧମକ ମିଳିଛି । ସୁରକ୍ଷା ଦୃଷ୍ଟିରୁ ବିମାନକୁ ଉଜବେକିସ୍ତାନ ଡାଇଭର୍ଟ କରାଯାଇଛି ।

ନୂଆଦିଲ୍ଲୀ: ରୁଷରୁ ଗୋଆକୁ ଆସୁଥିବା ଏକ ଚାର୍ଟାର୍ଡ ବିମାନକୁ ବୋମା ପକାଇ ଉଡ଼ାଇଦେବାକୁ ଧମକ ମିଳିଛି । ସୁରକ୍ଷା ଦୃଷ୍ଟିରୁ ବିମାନକୁ ଉଜବେକିସ୍ତାନ ଡାଇଭର୍ଟ କରାଯାଇଛି ।
ବିମାନବନ୍ଦରୁ ମିଳିଥିବା ଖବର ଅନୁସାରେ, ରୁଷର ପର୍ମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ ଆସୁଥିବା ଅଜୁର ଏୟାରର ଏକ ଚାର୍ଟାର୍ଡ ବିମାନକୁ ଧମକ ମିଳିଥିଲା । ଏହା ପରେ ଏହି ବିମାନକୁ ଉଜବେକିସ୍ତାନକୁ ପଠାଯାଇଛି । ଏହି ବିମାନରେ 2 ପିଲା ସମେତ 7 ଜଣ କ୍ରୁ ମେମ୍ବର ସହ ମୋଟ 238 ଜଣ ଯାତ୍ରୀ ଅଛନ୍ତି ।
ଏହି ବିଷୟରେ ଅବଗତ ଥିବା ଅଧିକାରୀଙ୍କ କହିବାନୁସାରେ, ମସ୍କୋରୁ ଗୋଆ ଯାଉଥିବା ବିମାନରେ ବୋମା ଧମକ ମିଳିଛି । ଗୋଆ ବିମାନବନ୍ଦରର ନିର୍ଦ୍ଦେଶକ (ଡାବୋଲିମ୍)ର ନିର୍ଦ୍ଦେଶକଙ୍କୁ ଏକ ଇ ମେଲ୍ ମାଧ୍ୟମରେ ଧମକ ମିଳିଥିଲା । ଏହି ସମୟରେ ବିମାନ ଭାରତୀୟ ଏୟାର ସ୍ପେସରେ ପ୍ରବେଶ କରିବା ବାକି ଥିଲା । ଅଧିକାରୀ କହିଛନ୍ତି ଯେ ଆଜୁର ଏୟାର ବିମାନରେ ଥିବା ସମସ୍ତ 247 ଯାତ୍ରୀଙ୍କୁ ଉଜବେକିସ୍ତାନକୁ ନିଆଯାଇଛି ।












Click it and Unblock the Notifications