ଦେଶରେ ଦୂର ହେବ ସର୍ଜନଙ୍କ ଅଭାବ ; ଆୟୁର୍ବେଦ ଡାକ୍ତର କରିପାରିବେ ଅସ୍ତ୍ରୋପଚାର
Ayurveda doctors will able to do surgery like eye, nose, ear, throat and general operation.
ନୂଆଦିଲ୍ଲୀ : ଏବେ ଆୟୁର୍ବେଦ ଡାକ୍ତର କରିପାରିବେ ଅସ୍ତ୍ରୋପଚାର | ଆୟୁର୍ବେଦ ଡାକ୍ତରମାନେ ସାଧାରଣ ଅର୍ଥୋପେଡିକ୍ ସର୍ଜରୀ ସହିତ ଆଖି, କାନ ଏବଂ ଗଳାର ଅସ୍ତ୍ରୋପଚାର କରିପାରିବେ | ସରକାରଙ୍କ ଠାରୁ ଅନୁମତି ପାଇବା ପରେ ପିଜି ଛାତ୍ରମାନଙ୍କୁ ଅସ୍ତ୍ରୋପଚାର ସମ୍ବନ୍ଧରେ ସମସ୍ତ ତାଲିମ ପ୍ରଦାନ କରାଯିବ ବୋଲି ସେଣ୍ଟ୍ରାଲ କାଉନସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ ବିଭାଗ ସୂଚନା ଦେଇଛି |

ଆୟୁର୍ବେଦର ଛାତ୍ରମାନଙ୍କୁ ଅସ୍ତ୍ରୋପଚାର ବିଷୟରେ ଶିକ୍ଷା ଦିଆଯାଇଥିଲା, କିନ୍ତୁ ସେମାନେ ଅସ୍ତ୍ରୋପଚାର କରିପାରିବେ କି ନାହିଁ ତାହା ଉପରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ନାହିଁ | ସରକାର ଦେଇଥିବା ବିଜ୍ଞପ୍ତି ପରେ ବର୍ତ୍ତମାନ ଆୟୁର୍ବେଦର ଡାକ୍ତରମାନେ ମଧ୍ୟ ଅସ୍ତ୍ରୋପଚାର କରିପାରିବେ | ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଆୟୁର୍ବେଦର ପିଜି ଛାତ୍ରମାନଙ୍କୁ ଆଖି, ନାକ, କାନ, ଗଳା ତଥା ସାଧାରଣ ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯିବ |
ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ଛାତ୍ରମାନଙ୍କର ଗ୍ଲୁକୋମା, ମୋତିଆବିନ୍ଦୁ, ସ୍ତନ, ଅଲସର ଏବଂ ପେଟରୁ ବିଦେଶୀ ପଦାର୍ଥ ବାହାର କରିବା ଭଳି ଅନେକ ଅସ୍ତ୍ରୋପଚାର କରିପାରିବେ | କେନ୍ଦ୍ର ସରକାରଙ୍କ ପୂର୍ବତନ ଉପଦେଷ୍ଟା ଆୟୁର୍ବେଦ ଡ଼ ଏସ.କେ ଶର୍ମା ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି | ସେ କହିଛନ୍ତି ଯେ, ବର୍ତ୍ତମାନ ଭାରତ ସର୍ଜନଙ୍କ ଅଭାବର ସମ୍ମୁଖୀନ ହେଉଛି | ସରକାରଙ୍କ ଏହି ନିଷ୍ପତ୍ତି ଦେଶରେ ସର୍ଜନଙ୍କ ଅଭାବକୁ ଦୂର କରିବାରେ ସକ୍ଷମ ହେବ | ଏହା ସହିତ ଦୂର ଦୂରାନ୍ତର ରୋଗୀମାନେ ସହର ଛାଡି ପଳାଇବାକୁ ପଡିବ ନାହିଁ ଏବଂ ନିଜ ଅଞ୍ଚଳରେ ଉଚ୍ଚ ସ୍ତରୀୟ ଚିକିତ୍ସା ପାଇବେ |












Click it and Unblock the Notifications