ମନ୍ଦିରରେ ପ୍ରବେଶ କଲେ ଶ୍ରୀ ରାମ, ଆଜି ଗର୍ଭଗୃହରେ ହେବ ମୂର୍ତ୍ତି ସ୍ଥାପନ
ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ରାମ ଧ୍ୱନିରେ କମ୍ପୁଛି ଅଯୋଧ୍ୟା । ରାମଲାଲାଙ୍କ ମନ୍ଦିର ପ୍ରବେଶକୁ ନେଇ ବେଶ ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା ନଗରୀ । ପ୍ରାଣ ପ୍ରତିଷ୍ଠା ପୂଜାର ଦ୍ୱିତୀୟ ଦିନରେ ମନ୍ଦିରରେ ପୁରୁଷୋତମଙ୍କ ଶ୍ୟାମଳ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ ହୋଇଛି । ଆଜି ଗର୍ଭଗୃହରେ ରାମ ଲାଲାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯିବ ।

ଏକ ବଡ଼ କ୍ରେନ୍ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି । ପ୍ରଥମେ ଏକ ଟ୍ରକ୍ ସହାୟତାରେ ରାମ ପଥ ଦେଇ ରାମଲାଲାଙ୍କ ବିଗ୍ରହକୁ ମନ୍ଦିର ପରିସରକୁ ନିଆଯାଇଥିଲା । ପୁଣି ମନ୍ଦିର ପରିସରରେ ଏକ କ୍ରେନ୍ ସହାୟତାରେ ଟ୍ରକରୁ ରାମଲାଲାଙ୍କ ବିଗ୍ରହ ନିଆଯାଇ ମନ୍ଦିର ମଧ୍ୟରେ ସ୍ଥାପନ କରାଯାଇଛି । କୃଷ୍ଣଶିଳାରେ ନିର୍ମିତ 5 ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ 51 ଇଞ୍ଚ ଉଚ୍ଚ ଏବଂ ପ୍ରାୟ 2 କ୍ୱିଣ୍ଟାଲ ଓଜନର ଏହି ମୂର୍ତ୍ତିକୁ ଟ୍ରକରେ ଢାଙ୍କି ମନ୍ଦିର ପରିସରକୁ ଅଣାଯାଇଥିଲା ।
ସେପଟେ କାଲି ଦିନବେଳା ରାମଲାଲାଙ୍କ ଏକ ସୁସଜ୍ଜିତ ରୌପ୍ୟ ବିଗ୍ରହକୁ ମନ୍ଦିର ପରିକ୍ରମା ଓ ପୂଜାର୍ଚ୍ଚନା କରାଯାଇଥିଲା । ରାମଲାଲାଙ୍କ ପଥର ପ୍ରତିମା ଖୁବ୍ ଓଜନିଆ ହୋଇଥିବାରୁ, ଏହି ରୂପାରେ ତିଆରି ମୂର୍ତ୍ତିକୁ ଚଳନ୍ତି ବିଗ୍ରହ ଭାବେ ଅନୁଷ୍ଠାନରେ ପୂଜାର୍ଚ୍ଚନା କରାଯିବ ।
ଏହା ପରେ ଆଜି ଦ୍ୱିପ୍ରହରରେ ମନ୍ଦିରର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ । ଏହାପୂର୍ବରୁ ରାମ ଲଲାଙ୍କ ଆସନ ମଧ୍ୟ ତିଆରି ସରିଛି । ରାମଲଲାଙ୍କ ଆସନ 3.4 ଫୁଟ ଉଚ୍ଚ ରହିଛି । ଯାହାକୁ ମକରାନା ପଥରରେ ତିଆରି କରାଯାଇଛି ।
ଶ୍ରୀରାମଙ୍କ ମୂର୍ତ୍ତି ମନ୍ଦିର ପ୍ରବେଶ ପୂର୍ବରୁ ପୁରା ରାମ ମନ୍ଦିରକୁ ଫୁଲରେ ସଜ୍ଜା ଯାଇଥିଲା । ଗେଟରୁ ଆରମ୍ଭ କରି ମନ୍ଦିର ପରିସର ଯାଏଁ ସରଜୁ ନଦୀର ପାଣି ଧୁଆଯାଇଥିଲା । ଏହାପରେ ପୂଜାର୍ଚ୍ଚନା କରି କ୍ରେନ ସାହାଯ୍ୟରେ ପ୍ରତିମୂର୍ତ୍ତିକୁ ମନ୍ଦିର ପ୍ରବେଶ କରାଯାଇଛି । ବୁଧବାର ସକାଳେ ଶ୍ରୀରାମଙ୍କ ପ୍ରତୀକ ମୂର୍ତ୍ତିକୁ ମନ୍ଦିର ପରିକ୍ରମା କରାଯାଇଥିଲା ।












Click it and Unblock the Notifications