Get Updates
Get notified of breaking news, exclusive insights, and must-see stories!

ଲକି ଡ୍ର ଖୋଲିଦେଲା ଅଟୋ ଚାଳକଙ୍କ ଭାଗ୍ୟ, ଜିତିଲେ 25 କୋଟି ଟଙ୍କାର ଲଟେରୀ

ଅନୁପ 25 କୋଟି ଟଙ୍କା ମୂଲ୍ୟର ଓନମ ବମ୍ପର ଲଟେରୀ ଜିତିଛନ୍ତି । ଅନୁପ ଶନିବାର ଦିନ 75,000 ଟଙ୍କାରେ ଏହି ଲଟେରୀ ଟିକେଟ କିଣିଥିଲେ ।

ଥିରୁବନନ୍ତପୁରମ୍ : କେରଳର ରାଜଧାନୀ ଥିରୁବନନ୍ତପୁରମରେ ଜଣେ ଅଟୋ ରିକ୍ସା ଡ୍ରାଇଭର ରାତାରାତି କୋଟିପତି ହୋଇଛନ୍ତି । ଅଟୋ ଚାଳକ ଅନୁପଙ୍କ ମୁଣ୍ଡରେ ସୁନାକଳନ ଢାଳିଛି ତାଙ୍କ ଭାଗ୍ୟ । ସେ 25 କୋଟି ଟଙ୍କାର ଲଟେରୀ ଜିତିଛନ୍ତି ।

ରବିବାର ଦିନ ଓନମ ବମ୍ପର ଲଟେରୀ 2021 ର ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ଶ୍ରୀକାର୍ୟମର ଅଟୋ ରିକ୍ସା ଡ୍ରାଇଭର ଅନୁପ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି । ଅନୁପ 25 କୋଟି ଟଙ୍କା ମୂଲ୍ୟର ଓନମ ବମ୍ପର ଲଟେରୀ ଜିତିଛନ୍ତି । ଅନୁପ ଶନିବାର ଦିନ 75,000 ଟଙ୍କାରେ ଏହି ଲଟେରୀ ଟିକେଟ କିଣିଥିଲେ ।

kerala lottery

ଗୋଟିଏ ଦିନ ପୂର୍ବରୁ ଅନୁପ ଋଣ ପାଇଁ ଆବେଦନ କରିଥିଲେ ଏବଂ ତାଙ୍କୁ 3 ଲକ୍ଷ ଟଙ୍କା ଋଣ ନେଇ ଅନୁମୋଦନ ମଧ୍ୟ ମିଳିଥିଲା । କିନ୍ତୁ ଲଟେରୀ ପରେ ସେ ବର୍ତ୍ତମାନ ବ୍ୟାଙ୍କକୁ କହିଛନ୍ତି ଯେ ତାଙ୍କୁ ଆଉ ଋଣ ଦରକାର ନାହିଁ । ଲଟେରୀ ପୂର୍ବରୁ ଅନୁପ ରୋଷେୟା ଭାବେ କାମ କରିବା ନେଇ ମାଲେସିଆ ଯିବାକୁ ଯୋଜନା କରୁଥିଲେ ।

ଆପଣଙ୍କୁ କହି ରଖୁଛୁ ଅନୁପ ଦୁଇଟି ଲଟେରୀ ଟିକେଟ କିଣିଥିଲେ । ପ୍ରଥମ ଟିକେଟ୍ ରେ କିଛଇ ମିଳି ନଥିଲା । ଦ୍ୱିତୀୟ ଟିକେଟ୍ ରେ ସେ ବିଜେତା ହୋଇଥିଲେ । ଲଟେରୀ ଜିତିବା ପରେ ଅନୁପ କହିଛନ୍ତି ଯେ ସେ ଆଉ ମାଲେସିଆ ଯିବେ ନାହିଁ, କିନ୍ତୁ ଏହି ଟଙ୍କାରେ ଏଠାରେ କିଛି କାମ ଆରମ୍ଭ କରିବେ । ଅନୁପ କହିଛନ୍ତି ଯେ ସେ ଗତ 22 ବର୍ଷ ଧରି ଲଟେରୀ କିଣୁଛନ୍ତି ଏବଂ 100 ରୁ 5000 ଟଙ୍କା ପର୍ଯ୍ୟନ୍ତ ଜିତିଛନ୍ତି ।

10 କୋଟି କଟିଯିବ ଟ୍ୟାକ୍ସ

ପ୍ରକାଶଥାଉ କି, 25 କୋଟି ଲଟେରୀ ଜିତିବା ପରେ ଅନୁପ ସମ୍ପୂର୍ଣ୍ଣ ଟଙ୍କା ପାଇବେ ନାହିଁ । ଏଥିରୁ ଅନେକ ପ୍ରକାରର ଟିକସ କାଟିବା ପରେ ସେ କେବଳ 15 କୋଟି ଟଙ୍କା ପାଇବେ । ଯେତେବେଳେ ଅନୁପଙ୍କୁ ପଚରାଯାଇଥିଲା ଯେ ସେ ଏହି ରାଶି ସହିତ କଣ କରିବେ, ସେ କହିଥିଲେ ଯେ ସେ ପ୍ରଥମେ ତାଙ୍କ ପରିବାର ପାଇଁ ଏକ ଘର ନେବେ ଏବଂ ତାଙ୍କ ଉପରେ ଥିବା ଋଣ ପରିଶୋଧ କରିବେ । ଏହା ବ୍ୟତୀତ ଅନୁପ କହିଛନ୍ତି ଯେ ସେ ତାଙ୍କ ସମ୍ପର୍କୀୟଙ୍କୁ ସାହାଯ୍ୟ କରିବେ ଏବଂ ଦାନ ପାଇଁ କିଛି ଟଙ୍କା ମଧ୍ୟ ଦେବେ । ଏଥିସହ ସେ କେରଳରେ ହୋଟେଲ କାମ ଆରମ୍ଭ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+