ଧର୍ମାନ୍ତରୀକରଣ ରାକେଟ୍ ଫର୍ଦ୍ଦାଫାସ୍ : ଦୁଇ ଜଣଙ୍କୁ ଗିରଫ କଲା ଏଟିଏସ୍, ହଜାରେରୁ ଅଧିକ ଲୋକଙ୍କୁ ହିନ୍ଦୁରୁ କରିଛନ୍ତି ମୁସଲମାନ୍
ସାମ୍ନାକୁ ଆସିଲା ଧର୍ମନ୍ତରୀକରଣ ରାକେଟ୍ । ଦିଲ୍ଲୀ ନିକଟସ୍ଥ ଉତ୍ତର ପ୍ରଦେଶର ନୋଏଡା ଠାରେ ଧର୍ମ ପରିବର୍ତ୍ତନ କରାଉଥିବା ଅଭିଯୋଗରେ ଏଟିଏସ୍ ଦୁଇ ଜଣ ମୌଲାନାଙ୍କୁ ଗିରଫ କରିଛି ।
ନୋଏଡ଼ା : ସାମ୍ନାକୁ ଆସିଲା ଧର୍ମନ୍ତରୀକରଣ ରାକେଟ୍ । ଦିଲ୍ଲୀ ନିକଟସ୍ଥ ଉତ୍ତର ପ୍ରଦେଶର ନୋଏଡା ଠାରେ ଧର୍ମ ପରିବର୍ତ୍ତନ କରାଉଥିବା ଅଭିଯୋଗରେ ଏଟିଏସ୍ ଦୁଇ ଜଣ ମୌଲାନାଙ୍କୁ ଗିରଫ କରିଛି । ଏମାନେ ହେଉଛନ୍ତି ମହମ୍ମଦ ଉମର ଗୌତମ ଏବଂ ମୁଫତି କାଜୀ ଜାହାଙ୍ଗୀର କାସମି । ବିଶେଷ କଥା ହେଉଛି ଉମର ଗୌତମ ନିଜେ ପ୍ରାୟ 35 ବର୍ଷ ପୂର୍ବେ ହିନ୍ଦୁ ଧର୍ମ ଛାଡି 20 ବର୍ଷ ବୟସରେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ସେବେଠାରୁ ସେ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଇସଲାମିକ ଡାୱା ସେଣ୍ଟର ଚଳାଉଥିଲେ । ଉତ୍ତରପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର ନିଶ୍ଚିତ କରିଛନ୍ତି ଯେ ଗୌତମ ଇସଲାମ ଧର୍ମ ଗ୍ରହଣ କରିଛନ୍ତି । ଗିରଫ ପରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଧର୍ମ ରୂପାନ୍ତରର ଏହି କାର୍ଯ୍ୟ ଜାତୀୟ ବିରୋଧୀ, ଅସାମାଜିକ ବିରୋଧୀ ଉପାଦାନ, ଧାର୍ମିକ ସଂଗଠନ କିମ୍ବା ସିଣ୍ଡିକେଟ୍, ଆଇଏସ୍ଆଇ ଏବଂ ବିଦେଶୀ ସଂଗଠନର ନିର୍ଦ୍ଦେଶ ଏବଂ ଅର୍ଥ ମାଧ୍ୟମରେ ଆୟୋଜିତ ହେଉଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କୁମାର କହିଛନ୍ତି ଯେ, ଉଭୟ ଉମର ଗୌତମ ଏବଂ ମୁଫତି କାଜୀ ଜାହାଙ୍ଗୀର କାସମି ଦିଲ୍ଲୀର ଜାମିଆ ନଗରର ବାସିନ୍ଦା । ଉଭୟଙ୍କ ଉପରେ ଉତ୍ତର ପ୍ରଦେଶ ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ଧର୍ମ ପରିବର୍ତ୍ତନ କରାଇଥିବା ନେଇ ଅଭିଯୋଗ ରହିଛି । ଏମାନେ ଗରିବ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ହିନ୍ଦୁଙ୍କୁ ଧର୍ମ ପରିବର୍ତ୍ତନ କରାଇଛନ୍ତି । ଏହି ଉଭୟ ମୌଲାନା ବିଶେଷତଃ ବଧିର ଏବଂ ମୁକ ମହିଳାଙ୍କ ଧର୍ମପରିବର୍ତ୍ତନ କରାଉଥିଲେ । ଏନେଇ ଦୁହେଁ ଅଫିସ୍ ଖୋଲିଛନ୍ତି ବୋଲି ପ୍ରଶାନ୍ତ କୁମାର କହିଛନ୍ତି । ତାଙ୍କ କାର୍ଯ୍ୟାଳୟର ନାମ ହେଉଛି Islamic Dawah Center ଏବଂ ଠିକଣା ହେଉଛି C 2, ଜୋଗାବାଇ ଏକ୍ସଟେନ୍ସନ୍, ଜାମିଆ ନଗର, ନୂଆଦିଲ୍ଲୀ । ଏହି ଲୋକମାନେ ବେଆଇନ ଭାବରେ ଧର୍ମ ରୂପାନ୍ତର ଏବଂ ବିବାହ ପ୍ରମାଣପତ୍ର ପ୍ରସ୍ତୁତ କରୁଥିଲେ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।
ଅନୁସନ୍ଧାନରେ ପୋଲିସ ଜାଣିବାକୁ ପାଇଛି ଯେ ଏମାନେ ନୋଏଡା ବଧିର ସୋସାଇଟି, ନୋଏଡା ସେଣ୍ଟର, ସେକ୍ଟର 117 ରେ ବଧିର ଏବଂ ମୁକଙ୍କ ପାଇଁ ଥିବା ଆବାସିକ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ବିଦ୍ୟାଳୟ ଗରିବ ଛାତ୍ରମାନଙ୍କୁ ଚାକିରୀ, ବିବାହ ଏବଂ ଟଙ୍କା ଭଳି ଜିନିଷ ଦେଇ ପ୍ରଲୋଭନ ଦେଖାଇ ଧର୍ମାନ୍ତରଣ କରାଇଥାନ୍ତି । ଏନେଇ ସେମାନଙ୍କ ବାପା-ମାଙ୍କୁ କୌଣସି ସୂଚନା ଦିଆଯାଏନାହିଁ ।












Click it and Unblock the Notifications