Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ଯାଏଁ ବ୍ୟାପିଥିଲା ଅତିକ୍ ର ବେଆଇନ ସାମ୍ରାଜ୍ୟ; ଏହି ଅଞ୍ଚଳରେ ଥିଲା କୋଟି କୋଟି ମୂଲ୍ୟର ସମ୍ପତ୍ତି

ନୂଆଦିଲ୍ଲୀ : ମାଫିଆ-ରାଜନେତା ଅତିକ୍ ଅହମ୍ମଦଙ୍କ ସମ୍ପତ୍ତିକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଅତିକ୍ ଅହମ୍ମଦର କଳା ସାମ୍ରାଜ୍ୟ କେବଳ ଉତ୍ତରପ୍ରଦେଶରେ ନୁହଁ ବରଂ ରାଜ୍ୟ ବାହାର ଯାଏଁ ଲମ୍ବିଥିଲା । ଦିଲ୍ଲୀର ଅନେକ ଅଞ୍ଚଳରେ ତାଙ୍କର କୋଟି କୋଟି ମୂଲ୍ୟର ସମ୍ପତ୍ତି ମଧ୍ୟ ରହିଛି । ଏହି ବେନାମୀ ସମ୍ପତ୍ତି ରିଅଲ୍ ଇଷ୍ଟେଟ୍ ସହିତ ଜଡିତ ।

ଟିଭି ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଅତିକ୍ ଅହମ୍ମଦର କୋଟି କୋଟି ମୂଲ୍ୟର ଅନେକ ସମ୍ପତ୍ତି ରହିଛି । ଅଟିକ୍ ଅହମ୍ମଦର ଦିଲ୍ଲୀରେ ଉଭୟ ଆବାସିକ ଏବଂ ବ୍ୟବୟିକ ସମ୍ପତ୍ତି ଥିଲା ।

Atiq Ahmed

ଦିଲ୍ଲୀର ଶାହିନ୍ ବାଗ, ଚହଲା ଏବଂ ଜାମିଆ ନାଗରରେ ଅତିକ୍ ର ବେଆଇନ୍ ସମ୍ପତ୍ତି ଥିଲା । ଏହି ସମ୍ପତ୍ତିଗୁଡ଼ିକରେ ଆପାର୍ଟମେଣ୍ଟ, ଅଫିସ୍ ପରି ଆବାସିକ ଏବଂ ବ୍ୟବସାୟିକ ରିଏଲ୍ ଇଷ୍ଟେଟ୍ ରହିଛି । ଦିଲ୍ଲୀରେ ଅତିକ୍ ର ଥିବା ସମ୍ପତ୍ତିର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି ।

ଏସବୁ ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ଉଠିଛି ଯେ ଅତିକର କୋଟି କୋଟି ସମ୍ପତ୍ତି ଏବଂ ଏହି ବେଆଇନ ସାମ୍ରାଜ୍ୟର ମାଲିକ କିଏ ହେବ ? ଅତିକ୍ ର ଅନେକ ରାଜ୍ୟରେ କୋଟି କୋଟି ଟଙ୍କାର ବେଆଇନ ସାମ୍ରାଜ୍ୟକୁ କିଏ ଉପଭୋଗ କରିବ ...? ଦିଲ୍ଲୀରେ ମିଳୁଥିବା ଏହି କୋଟି ସମ୍ପତ୍ତିର ମାଲିକାନା କାହା ପାଖକୁ ଯିବ ..? ଏଭଳି ଅନେକ ପ୍ରଶ୍ନ ଲୋକମାନେ ସୋସାଲ ମିଡିଆରେ ପଚାରୁଛନ୍ତି ।

ବର୍ତ୍ତମାନ, ୟୁପି ପୋଲିସ ଏବଂ ଇଡି ଅତିକ୍ ଏବଂ ତାର ନିକଟ ଲୋକଙ୍କ 'ବେଆଇନ' ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ୟୁପି ପୋଲିସ ପ୍ରୟାଗରାଜ, କୌଶମ୍ବୀ ଏବଂ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଅତିକର ସମ୍ପତ୍ତି ରେକର୍ଡ ବାହାର କରିଛି ।

ଅତିକ୍ ର ସମୁଦାୟ ବେଆଇନ ସମ୍ପତ୍ତି କେତେ ଅଛି ତାହା ଜାଣିବାକୁ ଚେଷ୍ଟା କରୁଛି ୟୁପି ପୋଲିସ୍ ଏବଂ ଇଡି । ଗ୍ୟାଙ୍ଗଷ୍ଟର ଅତିକ ର ଅଧିକାଂଶ ସମ୍ପତ୍ତି ନୋଏଡା ଏବଂ ପ୍ରୟାଗରାଜ ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ଅଛି । ଅନୁମାନ କରାଯାଉଛି ଯେ ଅତିକ୍ ହତ୍ୟାରେ ତାର ହଜାର ହଜାର କୋଟି ଟଙ୍କାର ବେନାମୀ ସମ୍ପତ୍ତିର ଦେଖାଶୁଣା କରୁଥିବା ଲୋକଙ୍କର ହାତ ଥାଇପାରେ ।

ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ରାଜସ୍ୱ ବିଭାଗର ମିଳିତ ଦଳ ଦ୍ୱାରା ଅତିକ୍ ବିରୋଧରେ ବାରମ୍ବାର କଟକଣା ହେତୁ ବିଶେଷ କରି 2018 ପରେ ଅତିକ୍ ଏବଂ ତାର ନିକଟତମ ଲୋକ 975 କୋଟିରୁ ଅଧିକ ଟଙ୍କା କ୍ଷତି ସହିଥିଲେ । ଯୋଗୀ ସରକାର ଆସିବା ପରେ ଅତିକ୍ ର ଅର୍ଥନୈତିକ ସାମ୍ରାଜ୍ୟ ବହୁ କ୍ଷତି ହୋଇଥିଲା ।

ଏହାପୂର୍ବରୁ ଅତିକ୍ ଏବଂ ତାର ଲୋକମାନଙ୍କର 40 ଟି ସ୍ଥାନରେ 751 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ କରାଯାଇଥିଲା । ଗତ ଚାରି ବର୍ଷ ମଧ୍ୟରେ ପୋଲିସ ସିଭିଲ୍ ଲାଇନ୍ସ, ମହଦୌରୀ, କରେଲି, ଲୁକରଗଞ୍ଜ, ଆନ୍ଧୱା କ୍ରସିଂ ରୋଡ୍, ରୋଶନ୍ ବାଗ, ଚାକିଆ, ଜାଲୱା, ପୁରାମୁଫ୍ଟି ଏବଂ ଚାୟଲରେ ସମ୍ପତ୍ତି ଜବତ କରିଛି କିମ୍ବା ଭାଙ୍ଗି ଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+