Get Updates
Get notified of breaking news, exclusive insights, and must-see stories!

ପ୍ରୟାଗରାଜକୁ ସ୍ଥାନାନ୍ତର ହେଉଛି ଅତିକ୍ ଅହମ୍ମଦ, ଘାରିଛି ଏନକାଉଣ୍ଟର ଭୟ, ଜାଣନ୍ତୁ କଣ ରହିଛି ୟୁପି ପୋଲିସର ଯୋଜନା ?

Atiq Ahmed

ଲକ୍ଷ୍ନୌ : ପୂର୍ବତନ ସାଂସଦ ତଥା ମାଫିଆ ଅତୀକୁ ଅହମ୍ମଦକୁ ଉତ୍ତରପ୍ରଦେଶ ପୋଲିସ ଗୁଜୁରାଟର ସାବରମତୀ ଜେଲରୁ ପ୍ରୟାଗରାଜକୁ ନେଉଛି । ବର୍ତ୍ତମାନ ତାକୁ ନେଇ ୟୁପି ପୋଲିସ୍ ଟିମ୍ ଉତ୍ତର ପ୍ରଦେଶ ସୀମାରେ ପ୍ରବେଶ କରିସାରିଛି ।

ରବିବାର ବିଳମ୍ବିତ ରାତିରେ ଅତିକ୍ ଅହମ୍ମଦକୁ ନେଇ ରାଜସ୍ଥାନର କୋଟାରେ ଝୁଲା ବ୍ରିଜ ରେ ପହଞ୍ଚିଥିଲେ । ଏହା ପରେ ସୋମବାର ସକାଳେ ୟୁପି ପୋଲିସ ଅତିକ୍ ଅହମ୍ମଦ ସହ ରାଜସ୍ଥାନ କୋଟାରେ ଟାଥେଡରେ ପହଞ୍ଚିଥିଲା । ଏଠାରେ କନବେନ୍ କିଛି ସମୟ ପାଇଁ ଅଟକିଥିଲା । ଏହା ପରେ ତାକୁ ନେଇ ୟୁପିର ପୋଲିସ୍ ମଧ୍ୟପ୍ରଦେଶର ଶିବପୁରୀରେ ପହଞ୍ଚିଥିଲା । ଏହା ପରେ ବର୍ତ୍ତମାନ ୟୁପି ପୋଲିସ୍ ଅତିକ୍ କୁ ନେଇ ଉତ୍ତର ପ୍ରଦେଶ ସୀମାରେ ପହଞ୍ଚିଛି । ବର୍ତ୍ତମାନ କନଭେନ୍ ଝାଂସୀରେ ପହଞ୍ଚିସାରିଛି ।

ନିକଟରେ ହୋଇଥିବା ଉମେଶ ପାଲ ହତ୍ୟା ମାମଲା ସମେତ 100 ରୁ ଅଧିକ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଅତିକ୍ ଅହମ୍ମଦ କୁ ମଙ୍ଗଳବାର ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ । ମାର୍ଚ୍ଚ 28 ରେ ଉମେଶ ପାଲ ଅପହରଣ ମାମଲାରେ ରାୟ ପ୍ରକାଶ ପାଇବ ।

ଏହି ସ୍ଥାନାନ୍ତର ସମୟରେ ଅତିକ୍ କୁ ଗାରିଥିଲା ଏନକାଉଣ୍ଟର ଭୟ । ଏପରିକି ତାର ପରିବାର ଲୋକ ସାବରମତୀ ଜେଲରୁ ପ୍ରୟାଗରାଜ ଜେଲ ସ୍ଥାନାନ୍ତରକୁ ବିରୋଧ କରିଥିଲେ । ତାକୁ ରାସ୍ତାରେ ୟୁପି ପୋଲିସ୍ ଏନକାଉଣ୍ଟର କରିଦେଇ ପାରେ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ । ଏପରିକି ସାବରମତୀ ଜେଲ ଛାଡିବାବେଳେ ଅତିକ୍ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି ଯେ ସେ ୟୁପି ପୋଲିସର ଯୋଜନା ଜାଣିଛି । ସେ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ।

ରିପୋର୍ଟ ଅନୁଯାୟୀ, ୟୁପି ପୋଲିସ କନଭେନ ରବିବାର ସନ୍ଧ୍ୟା 5.40 ରେ ଅଟିକ୍ ଅହମ୍ମଦଙ୍କ ସହ ସାବରମତୀ ଜେଲରୁ ବାହାରିଥିଲା । ଏହି କନଭେନ ଶ୍ୟାମଲାଜୀ-ହିମତନଗର ରାସ୍ତା ଦେଇ ଆଗକୁ ଯାଇ ରାଜସ୍ଥାନରେ ପହଞ୍ଚିଥିଲା । ଉଦରପୁର ଦେଇ କୋଟା ପହଞ୍ଚିଲା । ସେଠାରୁ ଯିବା ପରେ ସୋମବାର ସକାଳେ ମଧ୍ୟପ୍ରଦେଶର ଶିବପୁରୀରେ ପହଞ୍ଚିଥିଲା । ଖବର ଲେଖିବା ସୁଦ୍ଧା କନଭେନ୍ ଉତ୍ତର ପ୍ରଦେଶ ସୀମାରେ ପ୍ରବେଶ କରିସାରିଛି ।

ଅତିକ୍ ଅହମ୍ମଦକୁ ସ୍ଥାନାନ୍ତର କରୁଥିବା ଉତ୍ତର ପ୍ରଦେଶ ପୋଲିସ୍ ଟିମ୍ ରେ 45 ଜଣ ପୋଲିସ କର୍ମଚାରୀ ଅଛନ୍ତି । 15 ଟି ଗାଡ଼ିରେ ଏସକର୍ଟ କନଭେନ କରାଯାଇଛି । ସମସ୍ତ ପୋଲିସ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଛନ୍ତି ।

ସାବରମତୀ ଜେଲ ଛାଡିବାବେଳେ ଯେତେବେଳେ କିଛି ସାମ୍ବାଦିକ ଅତିକ୍ ଅହମ୍ମଦଙ୍କୁ ପଚାରିଲେ, ତୁମେ ତୁମ ଜୀବନକୁ ଭୟ କରୁଛ କି ? ଏହାର ଉତ୍ତରରେ ଅତିକ୍ ଅହମ୍ମଦ କହିଛନ୍ତି ଯେ ମୁଁ ସେମାନଙ୍କ ଯୋଜନା ଜାଣେ... ସେମାନେ ହତ୍ୟା କରିବାକୁ ଚାହୁଁଛନ୍ତି । ତାଙ୍କୁ ହତ୍ୟା କରିବା ପାଇଁ ପୋଲିସ ପାଇଁ ଏକ ଭଲ ବାହାନା ବୋଲି ଅତିକ୍ ଦାବି କରିଛନ୍ତି । ପୋଲିସ୍ ଭ୍ୟାନ୍ କୁ ନିଆଯିବାବେଳେ ଅତିକ୍ କହିଛନ୍ତି ଯେ ସେ କୋର୍ଟ କାନ୍ଧରେ ରଖି ହତ୍ୟା କରିବାକୁ ଚାହୁଁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+