ଏନକାଉଣ୍ଟରରେ ଟଳିଲା ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ପୁଅ, ଉମେଶ ପାଲ ହତ୍ୟାକାଣ୍ଡରେ ଥିଲା ଅଭିଯୁକ୍ତ
ଲକ୍ଷ୍ନୌ : ଏନକାଉଣ୍ଟରରେ ପୁଣି ଟଲିଲା ଗ୍ୟାଙ୍ଗଷ୍ଟର । ଉମେଲ ପାଲ୍ ହତ୍ୟାକାଣ୍ଡ ମାମଲାରେ ଉତ୍ତର ପ୍ରଦେଶ ପୋଲିସକୁ ମିଳିଛି ସଫଳତା । ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ପୁଅ ଅସଦ୍ ପୋଲିସ୍ ଗୁଳିରେ ନିହତ ହୋଇଛି । ସେ ଉମେଶ ପାଲ ହତ୍ୟାକାଣ୍ଡରେ ଅନ୍ୟତମ ଅଭିଯୁକ୍ତ ଥିଲା ।
ଆଜି ଝାନ୍ସୀରେ ଉତ୍ତର ପ୍ରଦେଶର 'ସ୍ପେସାଲ୍ ଟାସ୍କ୍ ଫୋର୍ସ'ର (ଏସ୍ଟିଏଫ୍) ଏନ୍କାଉଣ୍ଟର୍ରେ ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତିକ୍ ଅହମଦ୍ଙ୍କ ପୁଅ ଅସଦ୍ ନିହତ ହୋଇଛି । ଡେପୁଟି ଏସ୍.ପି. ନବେନ୍ଦୁ ଏବଂ ବିମଳଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶର 'ସ୍ପେସାଲ୍ ଟାସ୍କ୍ ଫୋର୍ସ' କରିଥିବା ଏହି ଏନ୍କାଉଣ୍ଟର୍ରେ ଗୁଲାମ୍ ନାମକ ଜଣେ ବ୍ୟକ୍ତିର ବି ମୃତ୍ୟୁ ହୋଇଛି । ଦୁହିଁଙ୍କ ଉପରେ 5 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ପୁଲିସ କହିବା ଅନୁସାରେ, ଉତ୍ତର ପ୍ରଦେଶ 'ସ୍ପେସାଲ୍ ଟାସ୍କ୍ ଫୋର୍ସ' ଟିମ୍ ଉପରକୁ ଅଭିଯୁକ୍ତ 2 ଜଣ ପ୍ରଥମେ ଗୁଳି ଚଳାଇଲେ । ଏହା ପରେ ପାଲଟା ଜବାବରେ ଏସଟିଏଫ୍ ଗୁଳି ଚଳାଇବାରୁ ଦୁହିଁଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନୂଆ ସେଲ୍ଫୋନ୍ ଏବଂ ସିମ୍ କାର୍ଡ ଜବତ କରାଯାଇଛି ।
ସୂଚନା ଥାଉକି, ଉମେଶ ପାଲ୍ ହତ୍ୟା ମାମଲାରେ ଅତିକ୍ ଅହମଦ୍ କୁ ପ୍ରୟାଗରାଜସ୍ଥିତ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯାଉ ଥିବା ବେଳେ ତାର ପୁଅ ଅସଦ୍ର ଏନ୍କାଉଣ୍ଟର୍ ହୋଇଛି ।
ଗତ ଫେବୃଆରୀ 24ରେ ପ୍ରୟାଗରାଜରେ ରାଜୁପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ପାଲ୍ଙ୍କୁ ବଜାରରେ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଇଥିଲା । ଉମେଶ ପାଲ ସମେତ ତାଙ୍କର ଦୁଇ ସରକାରୀ ଅଙ୍ଗରକ୍ଷୀ ବି ପ୍ରାଣ ହରାଇଥିଲେ ।












Click it and Unblock the Notifications