ଉତ୍ତରପ୍ରଦେଶରେ ପହଞ୍ଚିବା ପରେ ବଦଳିଲା ଅତିକ୍ ଅହମ୍ମଦର ଠାଣି, କହିଲା - 'ଡର କଣ ପାଇଁ ...'

ଲକ୍ଷ୍ନୌ: ମାଫିଆରୁ ରାଜନେତା ପାଲଟିଥିବା ଅତିକ୍ ଅହମ୍ମଦକୁ ଉତ୍ତରପ୍ରଦେଶ ପୋଲିସ ଗୁଜୁରାଟର ସାବରମତୀ ଜେଲରୁ ପ୍ରୟାଗରାଜକୁ ସ୍ଥାନାନ୍ତର କରୁଛି । ସୋମବାର ସକାଳେ ଅତିକ୍ ଅହମ୍ମଦକୁ ନେଇ ଆସୁଥିବା କନଭେନ ଉତ୍ତରପ୍ରଦେଶର ଝାନ୍ସିରେ ପହଞ୍ଚିଛି ।
ସାବରମତୀ ଜେଲରୁ ବାହାରିବା ବେଳେ ଏନକାଉଣ୍ଟରକୁ ନେଇ ଭୟଭୀତ ଥିବା ଅତିକ୍ ଉତ୍ତରପ୍ରଦେଶରେ ପ୍ରବେଶ କରିବା ମାତ୍ରେ ତାର କଥାବାର୍ତ୍ତା ବଦଳିଯାଇଛି । ଗୁଜୁରାଟ ସାବରମତୀ ଜେଲ ଛାଡିବାବେଳେ ଅତିକ୍ କହିଥିଲା ଯେ ସେ 'ଏନକାଉଣ୍ଟରର ଭୟ ଅଛି ।' କିନ୍ତୁ ବର୍ତ୍ତମାନ ସେ ୟୁପିରେ ପ୍ରବେଶ କରିବା ମାତ୍ରେ କହିଛି 'ଡର କଣ ପାଇଁ ...।'
ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଅତିକି ପୋଲିସ ଭ୍ୟାନରୁ ଓହ୍ଲାଇବାବେଳେ ଅନେକ ସାମ୍ବାଦିକ ପଚାରୁଛନ୍ତି, ଡର ଲାଗୁଛି କି ? ଏହାର ଉତ୍ତରରେ ଅତିକ୍ କହୁଛି, 'ଭୟ କାହିଁକି ?'
अतीक अहमद गाड़ी से उतरा, पत्रकारों ने पूछा - डर लग रहा है क्या?
जवाब - काहे का?
आज शाम तक अतीक सही सलामत यूपी पहुंच जाएगा. pic.twitter.com/RdVrt1PuOo
— Ranvijay Singh (@ranvijaylive) March 27, 2023
ଏହାପୂର୍ବରୁ ରବିବାର ସନ୍ଧ୍ୟା 5.30 ରେ ସାବରମତr ଜେଲରୁ ବାହାରୁଥିବାବେଳେ ଅତିକ୍ ଅହମ୍ମଦ ଏନକାଉଣ୍ଟରକୁ ନେଇ ଭୟଭୀତ ଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅହମ୍ମଦ କହିଥିଲା, "ମୁଁ ସେମାନଙ୍କ (ୟୁପି ପୋଲିସ୍) ଯୋଜନା ଜାଣିଛି । ମାରିବାକୁ ଚାହୁଁଛନ୍ତି । ଏହି ଲୋକମାନେ ବିକାଶ ଦୁବେଙ୍କ ପରି ମୋତେ ମାରିବାକୁ ଚାହୁଁଛନ୍ତି ।
ଅଟିକ୍ ଅହମ୍ମଦଙ୍କ କନଭେନ କିଛି ସମୟ ପାଇଁ ଝାନ୍ସୀ ଠାରେ ଅଟକିଥିଲା । ଅତିକ୍ ଅହମ୍ମଦର ପରିବାର ମଧ୍ୟ ଏନକାଉଣ୍ଟର ହେବା ନେଇ ଭୟ କରୁଛନ୍ତି । ତାଙ୍କ ଭଉଣୀ ସାବରମତୀ ଜେଲରୁ ଅତିକ୍ ଅହମ୍ମଦଙ୍କ କନଭନ୍ ପଛେ ପଛେ ଆସୁଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଅତିକ୍ ଅହମ୍ମଦକୁ ନେଇ ପୋଲିସ୍ ପ୍ରୟାଗରାଜରେ ପହଞ୍ଚିବ ।
ଆଜି ପ୍ରୟାଗରାଜ ନୈନି ଜେଲରେ ଅତିକ୍ କୁ ରଖାଯିବ । ଆସନ୍ତାକାଲି ମଙ୍ଗଳବାର ଦିନ ଅତିକ୍ ଅହମ୍ମଦକୁ ଉମେଶ ପାଲ ହତ୍ୟା ମାମଲାରେ ପ୍ରୟାଗରାଜ କୋର୍ଟରେ ହାଜର କରାଯିବ ।












Click it and Unblock the Notifications