ଅତିକ୍ ଅହମ୍ମଦର ISI ଲିଙ୍କ୍ ! ଲସ୍କର ସହ ରଖିଛି ସିଧାସଳଖ ଲିଙ୍କ ; ଚାର୍ଜସିଟରେ ଉଲ୍ଲେଖ କରିଛି ପୋଲିସ୍
ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟରରୁ ନେତା ପାଲଟିଥିବା ଅତିକ୍ ଅହମ୍ମଦର ଆତଙ୍କୀ ଲିଙ୍କ । ତାର ପାକ୍ ପ୍ରାୟୋଜିତ ଆତଙ୍କବାଦୀ ସଙ୍ଗଠନ ISI ସହ ରହିଥି ସିଧାସଳଖ ଲିଙ୍କ । ଏ ନେଇ ଉତ୍ତର ପ୍ରଦେଶ ପୋଲିସ୍ ଅନେକ ଗମ୍ଭୀର ଆଭିଯୋଗ ସାମ୍ନାକୁ ଆଣିଛି । ଏପରିକି ଅତିକ୍ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା (LeT) ସହିତ ଲିଙ୍କ ରଖିଥିବା ଅଭିଯୋଗ ହୋଇଛି ।

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଉମେଶ ପାଲଙ୍କ ହତ୍ୟା ମାମଲାରେ ୟୁପି ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଉମେଶ ପାଲ ହତ୍ୟା ମାମଲାରେ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ମାଫିଆ ରୁ ରାଜନେତା ହୋଇଥିବା ଅତିକ୍ ଅହମ୍ମଦର ବୟାନ ସମ୍ପର୍କରେ ଉଲ୍ଲେଖ ରହିଛି ।
ଚାର୍ଜସିଟ ସଂପର୍କରେ ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ସହିତ ସିଧାସଳଖ ଲିଙ୍କ୍ ଥିବାରୁ ତାର ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ ବୋଲି ପୋଲିସ ନିକଟରେ ସ୍ୱୀକାର କରିଛି ଅତିକ୍ ।
ଉମେଶ ପାଲ ମାମଲାରେ ୟୁପି ପୋଲିସର ଚାର୍ଜସିଟ ଅନୁଯାୟୀ ଅତିକ୍ କହିଛି ଯେ ଡ୍ରୋନ ସାହାଯ୍ୟରେ ପଞ୍ଜାବ ସୀମାରେ ଅସ୍ତ୍ରଶସ୍ତ୍ର ପକାଯାଏ, ଏବଂ ସ୍ଥାନୀୟ ଲୋକ ଏସବୁ ସଂଗ୍ରହ କରନ୍ତି । ଜାମ୍ମୁ କାଶ୍ମୀରର ଆତଙ୍କବାଦୀମାନେ ଏହି ସାମଗ୍ରୀରୁ ଅସ୍ତ୍ରଶସ୍ତ୍ର ପାଇଥାନ୍ତି ।
ୟୁପି ପୋଲିସର କହିବାନୁସାରେ, ଅତିକ୍ କହିଛି ଯଦି ତୁମେ ମୋତେ ସାଙ୍ଗରେ ନେଇଯାଅ, ତେବେ ମୁଁ ତୁମକୁ ସେହି ଟଙ୍କା ଏବଂ ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସାହାଯ୍ୟ କରିପାରିବି । ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ଅତିକ୍ ର ଅଡୁ଼ଆ ଆହୁରି ବଢିପାରେ ବୋଲି କୁହାଯାଉଛି ।












Click it and Unblock the Notifications