ଆସାମ ବନ୍ୟା ନେଲାଣି 36 ଜୀବନ, ଡିମା ହାସାଓ ପାଇଁ 50 କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ରିପୋର୍ଟ ଅନୁଯାୟୀ, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବର୍ତ୍ତମାନ ସୁଦ୍ଧା 36 ଜଣ ପ୍ରାଣ ହରାଇଛନ୍ତି ଏବଂ ବନ୍ୟା ଯୋଗୁଁ ସମୁଦାୟ 2,90,749 ଲୋକ ପ୍ରଭାବିତ ହୋଇଛନ୍ତି ।
ଗୌହାଟି : ପ୍ରବଳ ବର୍ଷା ହେତୁ ଆସାମରେ ଆସିଥିବା ବନ୍ୟା ପରିସ୍ଥିତିରେ ମଙ୍ଗଳବାର ଦିନ ସୁଧାର ଆସିଛି । ରାଜ୍ୟର ସମସ୍ତ ନଦୀ ବର୍ତ୍ତମାନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି, କିନ୍ତୁ ଗତକାଲି ମଧ୍ୟ ରାଜ୍ୟରେ ବନ୍ୟାରେ ତିନି ଜଣ ଶିଶୁଙ୍କ ସମେତ 4 ଜଣଙ୍କର ମୃତ୍ୟୁ ହୋଇଛି ।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ରିପୋର୍ଟ ଅନୁଯାୟୀ, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବର୍ତ୍ତମାନ ସୁଦ୍ଧା 36 ଜଣ ପ୍ରାଣ ହରାଇଛନ୍ତି ଏବଂ ବନ୍ୟା ଯୋଗୁଁ ସମୁଦାୟ 2,90,749 ଲୋକ ପ୍ରଭାବିତ ହୋଇଛନ୍ତି ।

ବନ୍ୟା ଯୋଗୁଁ ନାଗାଓଁ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି । ବନ୍ୟା ହେତୁ ଏଠାରେ 3.07 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ପ୍ରଭାବିତ ହୋଇଥିବାବେଳେ କଛାରରେ 99,060 ଲୋକ ଏବଂ ମୋରିଗାଓଁରେ 40,843 ଲୋକ ପ୍ରଭାବିତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, 88 ରିଲିଫ୍ କ୍ୟାମ୍ପରେ ଅତି କମରେ 25,372 ଲୋକ ଆଶ୍ରୟ ନେଇଥିବାବେଳେ ଚାରିଟି ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ରିଲିଫ୍ କ୍ୟାମ୍ପରେ କଛାରରେ ସର୍ବାଧିକ 21,721 ଲୋକ ଥିବାବେଳେ ନାଗାଓଁରେ ଏହିପରି ଅସ୍ଥାୟୀ ସୁବିଧାଗୁଡ଼ିକରେ 3,546 ଲୋକ ଆଶ୍ରୟ ନେଇଛନ୍ତି ।
ବର୍ତ୍ତମାନ 401 ଟି ଗାଁ ପାଣିଘେରରେ ରହିଛଥିବା ବେଳେ ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ 16,562 ହେକ୍ଟର ଫସଲ କ୍ଷେତ କ୍ଷତିଗ୍ରସ୍ତ ହୋଇଛି । କଛାର, ଦିମା ହସାଓ ଏବଂ ଉଦଲଗୁରିରେ ବନ୍ଧ, ସଡ଼କ, ବ୍ରିଜ୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ବନ୍ୟା ଜଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ବନ୍ୟା ଯୋଗୁଁ ସମୁଦାୟ 1,55,269 ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି ।
ବନ୍ୟା ପରିସ୍ଥିତି ଯୋଗୁଁ ହୋଇଥିବା ଭୂସ୍ଖଳନ ରେଲୱେ ଟ୍ରାକ ତଳୁ ମାଟି ଧସି ଯାଇଛି । ଯାହାଦ୍ୱାରା ଟ୍ରାକଗୁଡିକ କ୍ଷତିଗ୍ରସ୍ତ ହୋଇ ରେଳ ଚଳାଚଳ ଉପରେ ମଧ୍ୟ ପ୍ରଭାବ ପକାଇଛି । ଆସାମର ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଦିମା ହସାଓ ଜିଲ୍ଲା ପାଇଁ 50 କୋଟି ଟଙ୍କା ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି ।
ଆପଣଙ୍କୁ କହି ରଖୁଛୁ ମେ 25 ରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିମା ହସାଓ ଜିଲ୍ଲା ପରିଦର୍ଶନ କରିଥିଲେ । ଶର୍ମା ରିଲିଫ୍ କ୍ୟାମ୍ପର ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ଭୂସ୍ଖଳନ ହେତୁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ମଧ୍ୟ କରିଥିଲେ ।












Click it and Unblock the Notifications