ଗରବା ଖେଳିବା ବେଳେ 24 ଘଣ୍ଟା ମଧ୍ୟରେ 10 ଜଣଙ୍କର ମୃତ୍ୟୁ
ଗୁଜୁରାଟ: ନବରାତ୍ରୀ ସହ ଦେଶର ବିଭିନ୍ନ ସ୍ଥାନରେ ଗରବା କାର୍ଯ୍ୟକ୍ରମ ମଧ୍ୟ ରଖାଯାଉଛି । ଲୋକମାନେ ନବରାତ୍ରୀ ପାଳନ କରିବା ସଙ୍ଗେ ସଙ୍ଗେ ଗରବା ଖେଳି ଆନନ୍ଦ ଉପବୋଗ କରୁଛନ୍ତି । ଏହି ସମୟରେ ଗୁଜୁରାଟରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଗୁଜୁରାଟରେ ଗରବା କାର୍ଯ୍ୟକ୍ରମ ସମୟରେ ହୃଦଘାତର ଘଟଣା ଦେଖିବାକୁ ମିଳୁଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 10 ଜଣ ପ୍ରାଣ ହରାଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଗୁଜୁରାଟରେ ନବରାତ୍ରୀ ଉତ୍ସବ ସମୟରେ ଗରବା କରୁଥିବାବେଳେ ଅତି କମରେ 10 ଜଣଙ୍କର ମୃତ୍ୟୁ ହୋଇଛି । ହୃଦଘାତ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କିଶୋରମାନଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ 13 ବର୍ଷର ବାଳକ ମଧ୍ୟ ରହିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ଅହମ୍ମଦାବାଦର ଜଣେ 24 ବର୍ଷୀୟ ଯୁବକ ଗରବା ଖେଳୁଥିବା ସମୟରେ ହଠାତ୍ ତଳେ ପଡ଼ିଯାଇଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସେହିଭଳି, କପଡ଼ୱଞ୍ଜର ଜଣେ 17 ବର୍ଷର ବାଳକ ମଧ୍ୟ ଗରବା ଖେଳିବା ସମୟରେ ପ୍ରାଣ ହରାଇଛନ୍ତି । ନିକଟରେ ରାଜ୍ୟରେ ଏପରି ଅନେକ ମାମଲା ଦେଖିବାକୁ ମିଳିଥିଲା ।
ଏହା ବ୍ୟତୀତ, ନବରାତ୍ରୀ ପ୍ରଥମ ଛଅ ଦିନରେ, 108 ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ହୃଦ୍ରୋଗ ପାଇଁ 521 କଲ୍ ଏବଂ ନିଶ୍ୱାସ ପ୍ରଶ୍ୱାସ ପାଇଁ ଅତିରିକ୍ତ 609 କଲ୍ ପାଇଥିଲା । ଏହି କଲ୍ ଗୁଡିକ ସନ୍ଧ୍ୟା 6 ରୁ ରାତି 2 ଟା ମଧ୍ୟରେ ଆସିଛି ।
ରାଜ୍ୟ ସରକାର ଗରବା ସ୍ଥଳ ନିକଟରେ ଥିବା ସମସ୍ତ ସରକାରୀ ଡାକ୍ତରଖାନା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) କୁ ସତର୍କ ସୂଚନା ଜାରି କରି ସେମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।












Click it and Unblock the Notifications